PUBG ଖେଳୁ ଖେଳୁ ଭାରତୀୟ ଯୁବକଙ୍କ ସହିତ ହେଲା ପ୍ରେମ! ସୀମା ଡେଇଁ ପ୍ରେମିକ ପାଖରେ ପହଞ୍ଚିଲେ ପାକିସ୍ତାନୀ ମହିଳା, ଜାଣନ୍ତୁ ପୁରା ଖବର

 
PUBG

କଥାରେ ଅଛି ପ୍ରେମ କୌଣସି ଜାତି, ଧର୍ମ, ସୀମା ମାନେନାହିଁ। ନିଜ ସାଥିକୁ ପାଇବା ପାଇଁ ଲୋକେ ଯେ କୌଣସି ପଦକ୍ଷେପ ଉଠାଇବାକୁ ମଧ୍ୟ ପଛାଇନଥାନ୍ତି। ଏହାର ଏକ ଜ୍ୱଳନ୍ତ ଉଧାହରଣ ଦିଲ୍ଲୀ ସ୍ଥିତ ଗ୍ରେଟର୍ ନୋଏଡ଼ାରେ ଦେଖିବାକୁ ମିଳିଛି। ଆଜ୍ଞା ହଁ, ଏଠାରେ ରହୁଥିବା ନିଜର ପ୍ରେମିକକୁ ଦେଖା କରିବା ପାଇଁ ଜଣେ ମହିଳା ପାକିସ୍ତାନରୁ ଚାଲି ଆସିଥିବା ଜଣାପଡ଼ିଛି। 

Woman

ମିଳିଥିବା ସୂଚନା ଅନୁଯାଇ ଦିଲ୍ଲୀର ଜଣେ ଯୁବକ ସଚିନ୍‌ ପବଜି ଖେଳରେ ଜଣେ ପାକିସ୍ତାନ ମହିଳାଙ୍କୁ ଭେଟିଥିଲେ। ପବଜି ଖେଳୁ ଖେଳୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ମହିଳା ଜଣକ ବିବାହିତା ହୋଇଥିବା ବେଳେ ତାଙ୍କର ଚାରୋଟି ପିଲା ମଧ୍ୟ ଅଛନ୍ତି। ଏହା ସତ୍ତ୍ୱେ ସ୍ୱାମୀ ପରିବାର ଛାଡ଼ି ସେ ପାକିସ୍ତାନରୁ ଦିଲ୍ଲୀ ଚାଲି ଆସିଥିବା ଜଣାପଡ଼ିଛି। 

Sachin

ଖବର ମୁତାବକ ମହିଳାଙ୍କର ସ୍ୱାମୀ ଦୁବାଇରେ କାମ କରନ୍ତି ତେଣୁ ପ୍ରଥମେ ସେ ସେଠାକୁ ଯାଇଥିଲେ। ସେଠାରୁ ବିମାନ ଯୋଗେ ନେପାଳ ଏବଂ ନେପାଳ ବାର୍ଡର ପାର କରି ଭାରତ ଆସିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ସଚିନ ସେମାନଙ୍କୁ ଘରଭଡ଼ା କରି ରଖିଥିଲେ। ତେବେ, ମହିଳାଙ୍କର ଭାଇ ପାକିସ୍ତାନ ଆର୍ମିରେ ଅଛନ୍ତି। ତେଣୁ, ଖବର ପାଇବା ପରେ ପୋଲିସ ସଚିନଙ୍କୁ ଗିରଫ କରିବା ସହିତ ପଚରାଉଚରା ଜାରି ରଖିଛି।