୨ଟି ଅଟୋ ବୁକ କରି ଫସିଲେ ମହିଳା, ଅଟୋ ଡ୍ରାଇଭର ପଚାରିବାରୁ ଅଭଦ୍ରାମି କଲେ ମହିଳା, ଦେଖନ୍ତୁ ଭିଡିଓ
ଓଲା ଡ଼୍ରାଇଭର ଓ ମହିଳାଙ୍କ ମଧ୍ୟରେ ହେଇଥିଲା ଜୋରଦାର ପାଟି। ବୁକିଂକୁ ନେଇ ହେଇଥିଲା ପାଟିତୁଣ୍ଡ। ଓଲା ଅଟୋ ବୁକିଂ କରି ନଯିବାରୁ ହେଇଥିଲା ଜୋରଦାର ପାଟି ତୁଣ୍ଡ। ମହିଳାଙ୍କୁ ଅସ୍ତବ୍ୟସ୍ତ କରାଇ ଦେଇଥିଲେ ଡ଼୍ରାଇଭର ଜଣଙ୍କ। ଅଲା ଅଟୋ ବୁକିଂ କରି ରାବିଡ ଅଟୋରେ ଯିବା ମହିଳାଙ୍କ ଉପରେ ପଡ଼ିଗଲା ଭାରି। ଅନ୍ୟ ଅଟୋରେ ବସିବାକୁ ଯାଇ ମହିଳାଙ୍କୁ ଅଧାଘଣ୍ଟା କାଳ ଅଟକାଇ ଦେଲେ ଓଲା ଡ୍ରାଇଭର। ସୂଚନା ଅନୁସାରେ ମହିଳା ଜଣଙ୍କ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଓଲା ଅଟୋ ବୁକିଂ କରିଥିଲେ।
ପରେ ରାବିଡ ବୁକିଂ କରି ଅଟୋରେ ଯିବାକୁ ବାହାରିଥିଲେ। ହେଲେ ମହିଳା ଜଣଙ୍କ ପ୍ରଥମେ ଯେଉଁ ଓଲା ବୁକ୍ କରିଥିଲେ ଓଲା ଡ଼୍ରାଇଭର ଜଣଙ୍କ ସେହି ସ୍ଥାନରେ ପହଞ୍ଚିଥିଲେ। ସେଠୀ ଯାଇ ଡ୍ରାଇଭର ଜଣଙ୍କ ଦେଖିଥିଲେ ଯେ, ମହିଳା ଜଣଙ୍କ ଅନ୍ୟ ଏକ ଅଟୋ ବସି ଯାଉଥିଲେ। ଏହା ଦେଖି ଓଲା ଡ଼୍ରାଇଭର ଜଣଙ୍କ ମହିଳା ଜଣଙ୍କୁ ଏ ବିଷୟରୁ ପଚାରିବାରୁ ସେ ମନା କରିଦେଇଥିଲେ ଯେ, ସେ କୌଣସି ଗାଡ଼ି ବୁକିଂ କରିନାହାଁନ୍ତି ବୋଲି।
ଯାହାଫଳରେ ଡ୍ରାଇଭର ଜଣଙ୍କ ମହିଳାଙ୍କୁ ଆପ ଖୋଲି ଦେଖାଇବାକୁ କହିଥିଲେ। ତା'ପରେ ମହିଳା ଜଣଙ୍କ ରାଗି ଯାଇ ଡ୍ରାଇଭରଙ୍କୁ ଗାଳି ଦେଇଥିଲେ। ଏଭଳି ଘଟଣାକୁ ନେଇ ଏବେ ବାଙ୍ଗାଲୋରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ମହିଳା ଜଣଙ୍କ ଡବଲ ଗାଡ଼ି ବୁକିଂ କରିଥିଲେ। ପ୍ରଥମେ ଓଲା ବୁକିଂ କରିଥିଲେ ଏବଂ ତା'ପରେ ରାବିଡ଼ ବୁକିଂ କରି ସେଠାରୁ ଚାଲି ଯାଇଥିଲେ। ତେବେ ଏହି ଘଟଣାକୁ ନେଇ ଡ୍ରାଇଭର ଜଣଙ୍କ ମହିଳାଙ୍କ ନାଁରେ ବାଙ୍ଗାଲୋର ପୋଲିସ ଷ୍ଟେସନରେ ଏକ ଅଭିଯୋଗ କରିଛନ୍ତି।
ଡ୍ରାଇଭରଙ୍କ କହିବା ଅନୁସାରେ ବୁକିଂକୁ ଦେଖି ସେ ପ୍ୟାସେଞ୍ଜରକୁ ନେବା ପାଇଁ ୨ କିଲୋମିଟର ଆସିଥିଲେ। ହେଲେ କରେଣ୍ଟ ଲକେସନରେ ପହଞ୍ଚିବା ପୂର୍ବରୁ ବୁକିଂ କ୍ୟାନ୍ସେଲ ହେଇଯାଇଥିଲା। ଏଭଳି କିଛି ପରିସ୍ଥିତି ସୃଷ୍ଟି ହେଥିଲା ଯାହାଫଳରେ ଡ୍ରାଇଭର ଜଣଙ୍କ ରାଗି ଯାଇଥିଲେ ତାପରେ ଡ୍ରାଇଭର ଜଣଙ୍କ ବାଙ୍ଗାଲୋର ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ।