ଆଲୋକ ଯାଇ ପୁଣି ଚନ୍ଦ୍ରପୃଷ୍ଠରେ ମାଡିଆସୁଛି ଅନ୍ଧକାର, ଉଠୁ ନାହାଁନ୍ତି ବିକ୍ରମ ଓ ପ୍ରଜ୍ଞାନ, କଣ ହେବ ଏବେ? ଜାଣନ୍ତୁ ପୁରା ଖବର

 
Chandrayan

ଆଲୋକ ଯାଇ ପୁଣି ଅନ୍ଧାର ହେବାକୁ ବସିଲାଣି। ହେଲେ କିନ୍ତୁ ଏ ଯାଏଁ ଉଠୀଲେନି ବିକ୍ରମ ଓ ପ୍ରଜ୍ଞାନ। ଇସ୍ରୋର ସମସ୍ତ ପ୍ରୟାସ ଫେଲ୍ ମାରିଛି। କୌଣସି ଯୋଗ ସ୍ଥାପନ ହୋଇ ପାରୁ ନାହିଁ ପ୍ରଜ୍ଞାନ ଓ ବିକ୍ରମ ସହିତ।

ଛୁ

ଆଶା ରହିଥିଲା ଦିନେ କି ଦୁଇ ଦିନ ପରେ ସଠିକ୍ ସୂର୍ଯ୍ୟାଲୋକ ପାଇବା ପରେ ଦୁହେଁ ହୁଏ ତ ପୁଣି ପୂର୍ବ ଅବସ୍ଥାକୁ ଫେରିବେ ବୋଲି। ହେଲେ କିନ୍ତୁ ଚଉଦ ଦିନର ସୂର୍ଯ୍ୟ ଆଲୋକ ସମୟ ଚନ୍ଦ୍ର ପୃଷ୍ଠରେ ଶେଷ ହେବାକୁ ଯାଉଥିବା ବେଳେ ଏ ଯାଏଁ କିନ୍ତୁ ଦୁହେଁ ନିସ୍ତବ୍ଧ ଅବସ୍ଥାରେ ପଡ଼ି ରହିଛନ୍ତି। ସେପ୍ଟେମ୍ବର ୨୨ତାରିଖରୁ ଚନ୍ଦ୍ର ପୃଷ୍ଠରେ ପୁନଃ ସୂର୍ଯ୍ୟ ଆଲୋକ ପଡ଼ିଥିଲେ ମଧ୍ୟ ଅକ୍ଟୋବର ୩ତାରିଖ ପର୍ଯ୍ୟନ୍ତ ପ୍ରଜ୍ଞାନ ଓ ବିକ୍ରମରେ କୌଣସି ପରିବର୍ତ୍ତନ ଦେଖା ଯାଇ ନାହିଁ।

କୋରୋରେ ଥିବା ୟୁରୋପୀୟ ଷ୍ଟେସନ ଏବଂ ବେଙ୍ଗାଲୁରୁର ଆଇଏସ ଟ୍ରାକ ଏଥି ପାଇଁ ବ୍ୟାପକ ପ୍ରୟାସ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ। ଏପଟେ ଲୋକଙ୍କ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି।ଆଉ କଣ ସତରେ କେବେ ବି ନିଦରୁ ଉଠିବେନି ପ୍ରଜ୍ଞାନ ଓ ବିକ୍ରମ। ପ୍ରଜ୍ଞାନ ଓ ବିକ୍ରମ ର କାର୍ଯ୍ୟ ଦକ୍ଷତା ଦେଖି ସମସ୍ତଙ୍କର ମନରେ ଅନେକ ଆଶା ରହିଥିଲା। ଅନେକ ଲୋକ ଏପରି କି ଇସ୍ରୋ ମଧ୍ୟ ଭାବିଥିଲା ଯେ ପୁଣି ସୂର୍ଯ୍ୟ ଆଲୋକ ଆସିବା ପରେ ହୁଏ ତ କାର୍ଯ୍ୟ କ୍ଷମ ହୋଇ ପାରନ୍ତି ବିକ୍ରମ ଓ ପ୍ରଜ୍ଞାନ।

Chandrayan

ଚନ୍ଦ୍ର ପୃଷ୍ଠରେ ଅନ୍ଧକାର ଆସିବା ପୂର୍ବରୁ ହିଁ ବିକ୍ରମ ଓ ପ୍ରଜ୍ଞାନ କୁ ଫୁଲ ଚାର୍ଜ କରାଯାଇ ସ୍ଲିପିଂ ମୁଡ଼ରେ ରଖା ଯାଇଥିଲା। ଏପରି କରିବା ଦ୍ୱାରା ଦୁହେଁ ଚନ୍ଦ୍ରର ଅତ୍ୟଧିକ ଥଣ୍ଡାରେ ପ୍ରଭାବିତ ହେବେ ନାହିଁ ବୋଲି ଆଶା କରା ଯାଇଥିଲେ ମଧ୍ୟ ଲାଗୁଛି ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ସୂର୍ଯ୍ୟ ଆଲୋକର ଅନୁପସ୍ଥିତିରେ ଅତ୍ୟଧିକ ଥଣ୍ଡା ଦୁହିଁଙ୍କର ସବୁ ଦିନ ପାଇଁ ଶୋଇ ଯିବାର କାରଣ ପାଲଟିଛି।