ବିଶ୍ୱ ପାଇଁ ଆସୁଛି ବିପଦ, ସତ ହେବ ଭବିଷ୍ୟବାଣୀ! ଇସ୍ରାଏଲ ଯୁଦ୍ଧରୁ ହେବକି ବିଶ୍ଵ ଯୁଦ୍ଧ ୩, ଜାଣନ୍ତୁ ପୁରା ଖବର

 
World war

କଣ ସତରେ ୨୦୨୩ ମସିହାରେ ହେବାକୁ ଯାଉଛି ତୃତୀୟ ବିଶ୍ଵ ଯୁଦ୍ଧ ? ଇସ୍ରାଏଲ ଓ ଝମାସ ମଧ୍ୟରେ ହେଉଛି ଯୁଦ୍ଧ ଏହାର ସଂକେତ ନୁହେଁ ତ। କଣ ସତରେ ସତ ହେବାକୁ ଯାଉଛି ଦାର୍ସନିକଙ୍କ ଭବିଷ୍ୟବାଣୀ। ତେବେ ଆସନ୍ତୁ ଜାଣିବା କଣ ରହିଥିଲା ଏହି ଭବିଷ୍ୟବାଣୀ।

ଆଜକୁ ପ୍ରାୟ ୪୫୦ ବର୍ଷ ପୂର୍ବେ କରା ଯାଇଥିଲା ଭବିଷ୍ୟବାଣୀ। ଯେଉଁଥିରେ ଏହା ମଧ୍ୟ ବର୍ଣ୍ଣନା କରା ଯାଇଥିଲା ୨୦୨୩ ମସିହାରେ ସାତ ମାସ ଧରି ଲାଗି ରହିବ ଏକ ଭୟଙ୍କର ଯୁଦ୍ଧ। ଯେଉଁଥିରେ ସାମିଲ୍ ହେବ ସାରା ବିଶ୍ଵ।

War

ଫରାସୀ ଦାର୍ଶନିକ ନୋଷ୍ଟ୍ରାଡମସ ପ୍ରାୟ ୨୦୪୭ମସିହା ପର୍ଯ୍ୟନ୍ତ ଭବିଷ୍ୟବାଣୀ କରି ଯାଇଛନ୍ତି। ତାଙ୍କ ଭବିଷ୍ୟବାଣୀ ପୂର୍ବରୁ ଋଷିଆ ଓ ୟୁକ୍ରେନ ଯୁଦ୍ଧ ସମୟରେ ମଧ୍ୟ ସତ୍ୟ ପ୍ରମାଣିତ ହୋଇଥିଲା। ପୁଣି ଏବେ ଆଉ ଏକ ଭବିଷ୍ୟ ବାଣୀ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ହେବା ପରେ ସତ ପ୍ରମାଣିତ ହୋଇଛି।

ତାଙ୍କ କହିବା ଅନୁସାରେ ୨୦୨୩ ରେ ଏକ ବଡ ଯୁଦ୍ଧ ହେବ ଯାହା ଆଉ ବିଶ୍ଵଯୁଦ୍ଧ - ୩ କୁ ଦର୍ଶାଉ ନାହିଁ ତ। ସାରା ବିଶ୍ବ ପୁଣି ଦୁଇ ଭାଗରେ ବିଭକ୍ତ ହୋଇଯିବେ। ତେବେ ଯଦି ଏହି ଯୁଦ୍ଧକୁ ଦେଖାଯାଏ ତେବେ ଆମେରିକା ସମେତ କିଛି ଦେଶ ଇସ୍ରାଏଲକୁ ସମର୍ଥନ କରୁଥିବା ବେଳେ ପାକିସ୍ତାନ ପରି ଇସଲାମିକ ଦେଶ ଫାଲେଷ୍ଟାଇନ କୁ ସମର୍ଥନ ଜଣାଇଛି।