ଅସହ୍ୟ ହେଉଛି ସ୍ତ୍ରୀଙ୍କ ନିର୍ଯ୍ୟାତନା, ସହି ନପାରି ପୁଣି ଜଣେ ଯୁବକ ଜୀବନ ହାରିଦେଲେ, ଜାଣନ୍ତୁ ପୁରା ଘଟଣା

 
Guy

ଆପଣମାନେ ସମସ୍ତେ ତ ବେଙ୍ଗାଲୁରୁ ସହରରେ ସଫ୍ଟଓୟାର ଇଞ୍ଜିନିୟର ଭାବରେ କାମ କରୁଥିବା ଅତୁଲ ସୁବାଷଙ୍କୁ ନେଇ ଆସିଥିବା ଖବର ବିଷୟରେ ତ ଜାଣିଥିବେ । ଏହି ବ୍ୟକ୍ତି ଜଣକ ଆତ୍ମହତ୍ୟା କରି ଦେଇଥିଲେ । ସେ ତାଙ୍କ ପତ୍ନୀ ଏବଂ ପରିବାରଲୋକଙ୍କ ନିର୍ଯ୍ୟାତନା ସହିପାରି ନଥିଲେ ଆଉ ଏଭଳି କାମ କରି ଦେଇଥିଲେ ।

ସେ ମରିବା ପୂର୍ବରୁ ଏକ ଭିଡିଓ କରିଥିଲେ ଯେଉଁ ଭିଡିଓରେ ସେ କହିଥିଲେ ତାଙ୍କ ପତ୍ନୀ ତାଙ୍କୁ କେଉଁ ଭଳି ନିର୍ଯ୍ୟାତନା ଦେଉଛନ୍ତି । ସେ ଏନେଇ ଚିଠି ମଧ୍ୟ ଲେଖିଥିଲେ । ସେ ଏହି ବିଷୟରେ ପୁରା ଦେଶକୁ ଜଣାଇଥିଲେ ।

Man

ଏବେ ସେଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ପୁଣି ଝୁଲି ପଡ଼ିଲେ ଆଉ ଜଣେ ଅତୁଲ । ମୁମ୍ବାଇ ଟିସିଏସର ମ୍ୟାନେଜର ଭାବେ କାମ କରୁଥିବା ଯୁବକ ଜଣକ ଏଭଳି କାମ କରିଛନ୍ତି ।୨୫ ବର୍ଷୀୟ ଯୁବକ ଯାହାଙ୍କ ନାମ ହେଉଛି ମାନବ ଶର୍ମା, ସେ ତାଙ୍କ ପତ୍ନୀଙ୍କ ପାଇଁ ଆତ୍ମହତ୍ୟା କରିଛନ୍ତି । ପତ୍ନୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ସେ ଆଗ୍ରା ସ୍ଥିତ ଥିବା ଘରେ ବେକରେ କପଡ଼ା ବାନ୍ଧି ଝୁଲି ପଡ଼ିଛନ୍ତି ।

ଏବେ ଏହି ଘଟଣାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ଏହି ଯୁବକ ଜଣକ ଏଭଳି ଚରମ ନିଷ୍ପତ୍ତି ନେବା ପୂର୍ବରୁ ୬ ମିନିଟ ୫୭ ସେକେଣ୍ଡର ଏକ ଭିଡିଓ କରିଥିଲେ । ସେ ଏହି ଭିଡିଓରେ ତାଙ୍କ ପ୍ରତି ହୋଇଥିବା ନିର୍ଯ୍ୟାତନା ବିଷୟରେ କହିଛନ୍ତି । 

ଏହି ଭିଡିଓରେ ସେ କହିଛନ୍ତି ବିବାହ ତାଙ୍କ ଜୀବନ କିଭଳି ବରବାଦ୍ କରିଛି । ଏହି ଭିଡିଓରେ ଏହି ଯୁବକ ଜଣକ ତାଙ୍କ ବାପା ମାଆଙ୍କୁ କ୍ଷମା ମାଗିଛନ୍ତି । ଏହାସହ ସେ ପୁରୁଷମାନେ ଭୋଗୁଥିବା କଷ୍ଟ ବିଷୟରେ ମଧ୍ୟ କହିଛନ୍ତି । ପୁରୁଷମାନଙ୍କ ସଙ୍ଘର୍ଷ ସମ୍ପର୍କରେ ଦୟାକରି କେହି ମୁହଁ ଖୋଲନ୍ତୁ ବୋଲି ସେ ଏହି ଭିଡିଓରେ କହିଛନ୍ତି । ସେମାନେ ଅତ୍ୟନ୍ତ ଏକୁଟିଆ ହୋଇଗଲେଣି । ମାନବ ମୁମ୍ବାଇରେ କାମ କରନ୍ତି । ଆଉ ତାଙ୍କ ବାପା ନରେନ୍ଦ୍ର ଶର୍ମା ଜଣେ ଅବସରପ୍ରାପ୍ତ ବାୟୁ ସେନା ଅଧିକାରୀ । ମାନବ ୨୦୨୪ ଜାନୁଆରୀ ୩୦ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ବିବାହ ପରେ କିଛିଦିନ ସବୁକିଛି ଠିକ୍ ଚାଲିଥିଲା । ମାନବ ନିକିତା ଶର୍ମାଙ୍କୁ ବିବାହ କରିଥିଲେ । ନିକିତା ପୂର୍ବରୁ ପ୍ରେମ କରୁଥିଲେ । ଆଉ ବିବାହ ପରେ ମଧ୍ୟ ପ୍ରେମିକ ସହ ଗପୁଥିଲେ । ଆଉ ତାଙ୍କ ସହ ରହିବାକୁ ମଧ୍ୟ ଚାହୁଁଥିଲେ । ଏହାପରେ ନିକିତା ମାନବଙ୍କ ନାଁରେ ଅନେକ ମିଥ୍ୟା ଅଭିଯୋଗ ଆଣିଲା ଆଉ ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲା । ମାନବ କେବଳ ନୀରବ ରହୁଥିଲେ ।

Man

ଏହାପରେ ନିକିତା ଆଉ ମାନବ ମୁମ୍ବାଇ ଆସିଥିଲେ । ମାନବ ନିକିତାଙ୍କୁ ତାଙ୍କ ଘରକୁ ଛାଡିବାକୁ ଯାଇଥିଲେ ଆଉ ଝିଅ ବିଷୟରେ ତାଙ୍କ ଶାଶୁଘରେ ସବୁ କହିଥିଲେ କିନ୍ତୁ ତାଙ୍କ ଶାଶୁଘର ଲୋକେ ମାନବଙ୍କୁ ଅନେକ ଧମକ ଦେଇଥିଲେ । ଏଭଳି ଅନେକ ନିର୍ଯ୍ୟାତନା ସହିବା ପରେ ମାନବ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।