ପ୍ରେମିକ ସହ ତୁ ଖୁସିରେ ରହ ଏତିକି କହି ସ୍ତ୍ରୀକୁ ପ୍ରେମିକ ସହ ବାହା କରାଇଲା ସ୍ୱାମୀ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Marriage

ପୁରା ଫିଲ୍ମ ଷ୍ଟାଇଲରେ ନିଜ ପତ୍ନୀକୁ ତା ପ୍ରେମିକ ହାତରେ ଟେକିଦେଲା ସ୍ୱାମୀ। କଥାଟି କୌଣସି ଫିଲ୍ମର ସଂଳାପ ପରି ଲାଗୁଥିଲେ ହେଁ ଏହିପରି ଏକ ଘଟଣା କାନପୁର ଠାରେ ଘଟିଯାଇଛି। ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ସ୍ତ୍ରୀର ଦ୍ଵିତୀୟ ବିବାହ କରାଇଥିବା ନେଇ ପ୍ରଥମ ସ୍ୱାମୀକୁ କିଛି ଲୋକେ ସମର୍ଥନ କରୁଥିବା ବେଳେ ଅନ୍ୟ କିଛି ଲୋକେ ଏହି ଘଟଣାକୁ ପସନ୍ଦ କରିନାହାନ୍ତି।

Marriage

ପୁରା ଘଟଣା ଅନୁଯାଇ କାନପୁର ସହରରେ ରହୁଥିବା ପଙ୍କଜ ଶର୍ମା ଚଳିତବର୍ଷ ମେ ମାସରେ କୋମଲ ନାମ୍ମୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ସେମାନଙ୍କ ବିବାହକୁ ୫ ମାସ ବିତି ଯାଇଥିଲେ ହେଁ ଉଭୟଙ୍କ ମଧ୍ୟରେ ପତି-ପତ୍ନୀ ପରି କୌଣସି ସମ୍ପର୍କ ନଥିଲା। ଏଥିନେଇ ପଙ୍କଜ ବାରମ୍ବାର ପଚାରିବାରୁ କୋମଲ ତାଙ୍କ ପ୍ରେମିକ ସହିତ ରହିବାକୁ ଚାହୁଁଥିବା କହିଥିଲା। କେବଳ ଏତିକି ନୁହେଁ କୋମଲ ତାର ପ୍ରେମିକ ପିଣ୍ଟୁ ସହ ବିବାହ କରିବାକୁ ଚାହୁଁଥିବା ମଧ୍ୟ ସ୍ପଷ୍ଟ ଭାବରେ କହିଥିଲା।

Second marriage

ପଙ୍କଜ ଏକଥା ପରିବାର ଲୋକଙ୍କୁ ଜଣାଇଥିଲେ। ସମସ୍ତେ କୋମଲଙ୍କୁ ପ୍ରେମିକ ଠାରୁ ଦୂରେଇ ରହିବା ପାଇଁ ବୁଝାଇ ଥିଲେ ହେଁ ସେ ରାଜି ହୋଇନଥିଲା। ପରେ ଏଥିନେଇ ପ୍ରେମିକ ପିଣ୍ଟୁ, କୋମଲ, ପଙ୍କଜ ଏବଂ ଉଭୟ ପରିବାର ଏକ ବୈଠକ ବସାଇଥିଲେ। ସେଠାରେ କୋମଲର ମନୋଭାବ ଜାଣିବା ପଙ୍କଜ ଆଉ ସ୍ତ୍ରୀ ବାଟର କଣ୍ଟା ସାଜିବାକୁ ଚାହିଁଲେ ନାହିଁ। ଶୁକ୍ରବାର ସନ୍ଧ୍ୟାରେ ସେମାନଙ୍କର ବିବାହ ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ଉଭୟ ପକ୍ଷର ଲୋକେ ଅତିଥି ଭାବେ ଯୋଗ ଦେଇଥିଲେ।