ଚଳନ୍ତା ଟ୍ରେନରୁ ଡ୍ରେସ ବଦଳାଇବାକୁ ଯାଇ ନିଖୋଜ ହୋଇଥିଲେ ପତ୍ନୀ, ପ୍ରେମିକ ଘରୁ ହେଲେ ଉଦ୍ଧାର, ପୂରା ଘଟଣା ଜାଣି ହେବେ ତାଜୁବ୍

 
Stree

ସ୍ୱାମୀକୁ ଭୁଆଁ ବୁଲାଇ ପ୍ରେମିକ ସହ ଫେରାର ହୋଇଗଲା ସ୍ତ୍ରୀ। କିଛି ଦିନ ତଳେ ମୌର୍ଯ୍ୟ ଏକ୍ସପ୍ରେସରେ ନିଜ ସ୍ୱାମୀଙ୍କ ସହ ରାଞ୍ଚିରୁ ଶ୍ୱଶୁର ଘର ଯାଉଥିବା ବେଳେ ଏହି ମହିଳା ନିଖୋଜ ହୋଇଯାଇଥିଲେ। ଏଥିପାଇଁ ତାଙ୍କ ସ୍ୱାମୀ ଧନବାଦ ରେଳ ପୋଲିସ ପାଖରେ ଅପହରଣ ହୋଇଥିବା ନେଇ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ହେଁ ମହିଳା ଜଣକ ପ୍ରେମିକ ସହ ଫେରାର ହୋଇଯାଇଥିବା ଜଣାପଡିଛି।

Eloped

ଖବର ଅନୁଯାଇ ଗତ ଜୁଲାଇ ୧୨ ତାରିଖ ରାତିରେ ମହିଳା ଜଣକ ନିଜ ସ୍ୱାମୀଙ୍କ ସହିତ ମୌର୍ଯ୍ୟ ଏକ୍ସପ୍ରେସରେ ଶ୍ୱଶୁର ଘରକୁ ଯାଉଥିଲେ। ଟ୍ରେନଟି ଧନବାଦ ଷ୍ଟେସନରେ ପହଞ୍ଚିବା ପରେ କପଡ଼ା ବଦଳେଇବା ପାଇଁ କହି ଟୟେଲେଟ୍ ମହିଳା ଯାଇଥିଲେ। କିନ୍ତୁ, ସେବେଠାରୁ ସେ ନିଖୋଜ ହୋଇଯିବାରୁ ସ୍ୱାମୀ ଅଜିତ କୁମାର ଚାରି ପାଞ୍ଚ ଜଣ ସହ ଯାତ୍ରୀଙ୍କ ଉପରେ ତାଙ୍କ ପତ୍ନୀଙ୍କୁ ଅପହରଣ କରିବାର ଅଭିଯୋଗ ଆଣିଥିଲେ।

Dhanbad junction

ପ୍ରକୃତରେ ୨୦୧୯ ମସିହାରେ ଅଜିତ ଉକ୍ତ ମହିଳାଙ୍କୁ ବିବାହ କରିଥିଲେ। ବିବାହ ପରେ ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କୁ ଶ୍ୱଶୁର ଘରକୁ ନେଇ ନଥିଲେ ସେତିକିବେଳେ ସମ୍ପୃକ୍ତା ମହିଳାଙ୍କର ଫେସବୁକରେ ଜଣେ ପୁଅ ସହିତ ପରିଚୟ ହୋଇଥିଲା। ପରେ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତାଙ୍କ ପ୍ରେମସମ୍ପର୍କ ବିଷୟରେ ପରିବାର ଲୋକେ ମଧ୍ୟ ଲୋକ ଜାଣିଥିଲେ।

ସେଥିପାଇଁ ସେ ଶ୍ୱଶୁର ଘରକୁ ଯିବା ସମୟରେ ତାଙ୍କ ମୋବାଇଲ ରୁ ସିମକାର୍ଡ ଖୋଲି ନିଆଯାଇଥିଲା। କିନ୍ତୁ, ଚଲାକ ମହିଳା ଜଣକ ୱାଇଫାଇ ବ୍ୟବହାର କରି ହ୍ୱାଟସଆପରେ ପ୍ରେମିକ ସହ ସମ୍ପର୍କରେ ରହିଥିଲେ। ଧନବାଦ ଷ୍ଟେସନରେ ସୁଯୋଗ ପାଇ ସେ ବସ୍ ଯୋଗେ ପ୍ରେମିକ ପାଖକୁ ଗୋରଖପୁର ଚାଲିଯାଇଥିଲେ। ତେବେ, ପୋଲିସ ମୋବାଇଲ ଲୋକେସନ ସାହାଯ୍ୟରେ ମହିଳାଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି।