ହନିମୁନ୍‌ ପାଇଁ ସ୍ତ୍ରୀକୁ ଗୋଆ ନେବାକୁ କହି ଅଯୋଧ୍ୟା ନେଇଗଲେ ସ୍ବାମୀ, ଛାଡ଼ପତ୍ର ଦେଇଦେଲେ ସ୍ତ୍ରୀ, ଜାଣନ୍ତୁ ପୁରା ଘଟଣା​​​​​​​

 
Wife divorced husband
ସ୍ତ୍ରୀ ଦେଲା ଛାଡ଼ପତ୍ର । କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ! ସ୍ଵାମୀ ସ୍ତ୍ରୀକୁ ଗୋଆ ନ ନେଇ ମାଙ୍କୁ ଅଯୋଧ୍ୟା ନେବାରୁ ସ୍ତ୍ରୀ ଘଟାଇଲେ ଏମିତି କାଣ୍ଡ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ଭୋପାଳର ପିପ୍ଲାନି ଅଞ୍ଚଳରେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଘଟଣାଟି ବେଶ୍ ଚର୍ଚ୍ଚାରେ ରହିଛି । 

R

ସୂଚନା ଅନୁସାରେ ସ୍ଵାମୀ ଜଣଙ୍କ ଆଇଟି ସେକ୍ଟର ରେ କାମ କରନ୍ତି । ଏପରିକି ସ୍ତ୍ରୀ ଜଣକ ମଧ୍ୟ ଏକ ଭଲ କମ୍ପାନୀରେ କାମ କରନ୍ତି । ଦୁହିଁଙ୍କର ଭଲ ଆୟ ମଧ୍ୟ ରହିଥିଲା । ଏହି ଆୟ ରେ ଯେ କୌଣସି ସ୍ଥାନକୁ ସେମାନେ ବୁଲିବାକୁ ଯିବାର କୌଣସି ଅସୁବିଧା ନ ଥିଲେ ମଧ୍ୟ ତାଙ୍କ ସ୍ଵାମୀ ତାଙ୍କୁ ବିଦେଶ ଯିବାକୁ ମନା କରିଥିଲେ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ମହିଳାଙ୍କର କହିବା ଅନୁସାରେ ତାଙ୍କ ସ୍ଵାମୀ ତାଙ୍କୁ କିନ୍ତୁ ପଛରେ ହନିମୁନ ପାଇଁ ଗୋଆ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଗୋଆ ଜିବା ପରିବର୍ତ୍ତେ ଅଯୋଧ୍ୟାର ବାରାଣସୀ ନେଇ ଯାଇଥିଲେ । ଏହା ପୁଣି ସେ ତାଙ୍କୁ ପୂର୍ବରୁ ଜଣାଇ ନ ଥିଲେ । ଯିବାର ମାତ୍ର ଗୋଟିଏ ଦିନ ପୂର୍ବରୁ ସେ ନିଜ ସ୍ତ୍ରୀଙ୍କୁ ସତ କହିଥିଲେ । 

ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ତାଙ୍କ ସ୍ଵାମୀ ତାଙ୍କୁ ନ ଜଣେଇ ଟିକେଟ ବୁକ୍ କରି ସାରିବା ପରେ ତାଙ୍କୁ କହିଥିଲେ ତାଙ୍କ ମାଆ ଅଯୋଧ୍ୟାରେ ସମାହାର ପୂର୍ବରୁ ଅଯୋଧ୍ୟା ଯିବା ପାଇଁ ଚାହୁଁଛନ୍ତି । ଯେଉଁଥି ପାଇଁ ସେ ଗୋଆ ପରିବର୍ତ୍ତେ ଅଯୋଧ୍ୟାକୁ ଟିକେଟ ବୁକ୍ କରିଛନ୍ତି । 

ସେଥି ପାଇଁ ମହିଳା ଜଣକ ସ୍ଵାମୀଙ୍କ ସହିତ ଯାତ୍ରା କରିଥିଲେ ମଧ୍ୟ ସ୍ବାମୀଙ୍କୁ ଦଶ ଦିନ ପର୍ଯ୍ୟନ୍ତ ଏ ବିଷୟରେ କିଛି କହି ନ ଥିଲେ । ହେଲେ ଯାତ୍ରାରୁ ଫେରିବା ପରେ ସେ ଫ୍ୟାମିଲି କୋର୍ଟ ଯାଇ ଛାଡ଼ପତ୍ରର ଆବେଦନ କରିଛନ୍ତି । ସ୍ତ୍ରୀ ଜଣଙ୍କ କୋର୍ଟରେ କହିଛନ୍ତି ଯେ ତାଙ୍କ ସ୍ଵାମୀ ତାଙ୍କ ଅପେକ୍ଷା ତାଙ୍କ ପରିବାରକୁ ଅଧିକ ଭଲ ପାଆନ୍ତି ଓ ପରିବାରର ଅଧିକ ଯତ୍ନ ନିଅନ୍ତି ।