ମମତା ବାନାର୍ଜୀ ଚାହିଁଲେ ବି ହୋଇପାରିପାରେନି ନବୀନଙ୍କ ଭଳି! ଏହିସବୁ ହେଉଛି ବଡ଼ କାରଣ, ଜାଣନ୍ତୁ

 
Naveen mamta

ଓଡିଶା ଏବଂ ପଶ୍ଚିମବଙ୍ଗ ପଡ଼ୋଶୀ ରାଜ୍ୟ ହୋଇଥିଲେ ମଧ୍ୟ ଓଡ଼ିଶା ପ୍ରତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ମନୋଭାବକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ। ସମ୍ପ୍ରତି ବାତ୍ୟା 'ୟାସ୍' ର କ୍ଷତିପୂରଣ ବାବତକୁ କେନ୍ଦ୍ର ତରଫରୁ ଓଡ଼ିଶାକୁ ମିଳିଥିବା ଅର୍ଥରାଶି କୁ ନେଇ ମଧ୍ୟ ହଙ୍ଗାମା କରିଥିଲେ ମମତା। ଅନ୍ୟପକ୍ଷରେ ଦେଶ ଏବେ କରୋନା ମହାମାରୀ ସହିତ ଲଢ଼ୁଥିବାରୁ ଓଡ଼ିଶା ନିଜ ଖର୍ଚ୍ଚରେ କ୍ଷୟକ୍ଷତିର ଭରଣା କରିବ ବୋଲି ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ।

ଏହି ଉଧାରଣରୁ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଭିତରେ ଥିବା ପାର୍ଥକ୍ୟ ସମ୍ପୂର୍ଣ୍ଣ ଭାବରେ ଜଣା ପଡ଼ିଯାଉଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଥମେ ଓଡିଶା ଗସ୍ତକୁ ନେଇ ବେସ୍ ହଙ୍ଗାମା ସୃଷ୍ଟି କରିଥିଲା ପଶ୍ଚିମବଙ୍ଗ। ଏପରିକି ପ୍ରଧାନମନ୍ତ୍ରୀଙ୍କର ପଶ୍ଚିମବଙ୍ଗ ଗସ୍ତ ବେଳେ କୌଣସି ଅଧିକାରୀ ତାଙ୍କୁ ବିମାନବନ୍ଦର କୁ ସ୍ୱାଗତ କରିବାକୁ ଯାଇନଥିଲେ। କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କ ସହିତ ଥିବା ମିଟିଂକୁ ମମତା ଏବଂ ତାଙ୍କ ମୁଖ୍ୟ ସଚିବ ପ୍ରାୟ ଅଧ ଘଣ୍ଟା ବିଳମ୍ବରେ ପହଞ୍ଚି ୨୦,୦୦୦ କୋଟି ଟଙ୍କାର କ୍ଷତିପୂରଣ ବିବରଣୀ ଥିବା ଏକ ଫାଇଲ ଦେଇ ସେଠାରୁ ପଳାଇଥିଲେ।

ଅନ୍ୟପକ୍ଷରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଥିଲେ ଯେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରେ ଓଡିଶାର ୬୦୦ କୋଟି ଟଙ୍କା ରହିଛି, ସେଥିମଧ୍ୟରୁ ୩୦୦ କୋଟି ଟଙ୍କା କରୋନା ବିରୋଧରେ ଲଢେଇରେ ଏବଂ ବାକି ୩୦୦ କୋଟି ଟଙ୍କା ବାତ୍ୟା କ୍ଷୟକ୍ଷତି ପାଇଁ ବ୍ୟବହାର କରାଯିବ ଏବଂ କେନ୍ଦ୍ର ପକ୍ଷରୁ ମିଳିଥିବା ୫୦୦ କୋଟି କୁ ମିଶାଇ ମୋଟ ୮୦୦ କୋଟି ଏଥିପାଇଁ ଖର୍ଚ୍ଚ କରାଯିବ।

ଗୋଟିଏ ପଟେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର ଉଦାରତା ମନୋଭାବକୁ ନେଇ ପ୍ରଶଂସା ହେଉଥିବା ବେଳେ ଅନ୍ୟପଟେ ମମତାଙ୍କ ଅଭମୁଖ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ମମତା କେଉଁଠି ନା କେଉଁଠି ନିଜ ରାଜନୈତିକ ଜୀବନକୁ ଆଗକୁ ବଢାଇବାକୁ ପ୍ରୟାସ କରୁଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିଜ ରାଜ୍ୟ ପାଇଁ କରିଥିବା ଭଲ କାମ ଏବଂ ଉଦାରତା ପାଇଁ ବେସ୍ ପ୍ରଶଂସା ସାଉଁଟୁଛନ୍ତି।