କରୋନାର ଜନ୍ମ ସ୍ଥଳ ଚୀନରେ କାହିଁକି ଆସିଲା ନାହିଁ କରୋନାର ଦ୍ୱିତୀୟ ଲହରୀ? ଜାଣନ୍ତୁ କାରଣ

 
କରୋନାର ଜନ୍ମ ସ୍ଥଳ ଚୀନରେ କାହିଁକି ଆସିଲା ନାହିଁ କରୋନାର ଦ୍ୱିତୀୟ ଲହରୀ? ଜାଣନ୍ତୁ କାରଣ

ବର୍ତ୍ତମାନ କିଛି ଦିନର ଅନ୍ତରାଳ ପରେ ପୁଣି ଫେରିଛି କରୋନା ମହାମାରୀ ର ଦୂତୀୟ ଲହର। ଭାରତ ସମେତ ନେପାଳ, ବାଂଲାଦେଶ, ଜର୍ମାନୀ, ଆର୍ଜେଣ୍ଟିନା, ମୋଙ୍ଗୋଲିଆ ଏବଂ ଏହିଭଳି ଅନେକ ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ନିଜର କାୟା ବିସ୍ତାର କରିବାରେ ଲାଗିଛି।

ତେବେ ଆଶ୍ଚର୍ଯ୍ୟ ର କଥା ହେଉଛି କରୋନା ଭୂତାଣୁ ର ଜନ୍ମ ସ୍ଥଳ କୁହାଯାଉଥିବା ଚୀନ୍ କରୋନା ର ଦୂତୀୟ ଲହର ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ। ଚୀନ୍ ର ଏହି ସଫଳତା ପଛରେ ରହିଛି ଚାରୋଟି ମୁଖ୍ୟ କାରଣ, ତେବେ ଅସନ୍ତୁ ଜାଣିବା ଏହି କାରଣ ଗୁଡିକ ବିଷୟରେ:-

୧. ପ୍ରଥମ କାରଣ ହେଉଛି ଚୀନ୍ ରେ ଶାସକ ଦଳ ଥିବା (ସିପସି) ଦ୍ୱାରା କରୋନା ନିଅମ କୁ ନିଅମିତ କଡ଼ାକଡ଼ି ଭାବରେ ପାଳନ କରିବା। ଏଥିସହିତ କୋଲଡ଼ ଚେନ୍ ଯାତାୟତ, ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଶକ୍ତ କ୍ୱାରେଣ୍ଟିନ ବ୍ୟବସ୍ଥା ଏବଂ କଡ଼ା କୋଭିଡ଼ ନିଅମ କୁ ପ୍ରଣୟନ କରିବା ଦ୍ୱାରା ଚୀନ୍ ସରକାର ଏହି ବିପଦ ରୁ ନିଜ ଦେଶକୁ ରକ୍ଷା କରି ପାରିଛି।

୨. ଚୀନ୍ ଛୋଟ ଛୋଟ କ୍ଷେତ୍ର ରେ ଲକଡ଼ାଉନ୍ କରିବା ସହ ନିଜର କରୋନା ଟେଷ୍ଟ କରାଇବା ପ୍ରଣାଳୀ କୁ ତ୍ୱରିତ କରିଛି। ଏଥିସହିତ କରୋନା ବିପକ୍ଷରେ ଲଢ଼ିବାର ସବୁଠାରୁ ଅଧିକ ଅଭିଜ୍ଞତା ଚୀନ୍ ପାଖରେ ଥିବାରୁ ଏହା ଦ୍ବିତୀୟ ଲହର କୁ ରୋକିବାରେ ଚୀନ୍ କୁ ବହୁତ ସାହାଯ୍ୟ କରିଛି।

୩. କରୋନା ବିପକ୍ଷରେ ଲଢ଼ୁଥିବା କର୍ମଚାରୀ ଏବଂ ସ୍ଥାନୀୟ ନେତା ମାନଙ୍କ ପାଇଁ କଡ଼ା ନିଅମ ର ପ୍ରଣୟନ। ଚୀନ୍ କରୋନା ସଂକ୍ରମଣ କୁ ଖୁବ ଗମ୍ଭୀରତା ର ସହ ନେଇଛି ଏବଂ ଏହି ମାମଲାରେ ଢିଲା କରୁଥିବା କୌଣସି କର୍ମଚାରୀ ଏବଂ ନେତାଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ର ବ୍ୟବସ୍ତା କରାଯାଇଛି।

୪. ଲୋକଙ୍କ ମଧ୍ୟରେ ସଚେତନତା, ଚୀନ୍ ର ଜନସାଧାରଣ ଅତ୍ୟନ୍ତ ସଚେତନ ହେବା ସହ ଚୀନ୍ ସରକାରଙ୍କ ପ୍ରତିଟି କଥାକୁ ପାଳନ କରୁଥିବାରୁ ସେଠାରେ କରୋନା ନିୟନ୍ତ୍ରଣ ବହୁତ ମାତ୍ରା ରେ ସହଜ ହୋଇ ପାରିଛି।