କିଏ ଏହି ଲଡ୍ଡୁ ମୁତୟା ଫ୍ୟାନ୍ ବାବା? ଚଳନ୍ତା ଫ୍ୟାନକୁ ହାତରେ ଅଟକାଇ ଆଶୀର୍ବାଦ ଦେଉଛନ୍ତି, ଜାଣନ୍ତୁ ତାଙ୍କ ସିକ୍ରେଟ୍
ଆପଣ କେବେ 'ପଙ୍ଖା ବାବା'ଙ୍କ ବିଷୟରେ ଶୁଣିଛନ୍ତି କି? ଯଦି ଆପଣ ଶୁଣି ନାହାଁନ୍ତି ତାଙ୍କର କାରନାମା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ! ବାବାଙ୍କ ଗୋଟିଏ ଭିଡିଓ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଜଣେ ଫ୍ୟାନ ବାବା।
ସିଧା ଚଳନ୍ତା ଫ୍ୟାନକୁ ହାତରେ ଅଟକାଇ ଭକ୍ତଙ୍କୁ ଦେଉଛନ୍ତି ଆଶୀର୍ବାଦ। ଏବେ ସବୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବାବାଙ୍କ ଚର୍ଚ୍ଚା। ଆପଣ ମାନେ ନିଶ୍ଚିନ୍ତ ଏହି ବାବାଙ୍କ ଭିଡିଓ ସୋସିଆଲ ମିଡିଆରେ ଦେଖିଥିବେ। ଏହି ଭିଡିଓଟିରେ ମଧ୍ୟ ଦେଖିପାରୁଥିବେ ବାବାଙ୍କ ଭକ୍ତ ମାନେ ବାବାଙ୍କୁ କାନ୍ଧରେ ବସାନ୍ତି ଆଉ ଚଳନ୍ତା ଫ୍ୟାନକୁ ବାବା ହାତରେ ଅଟକାଇ ସେଥିରେ ଲାଗିଥିବା ଧୂଳିକୁ ଭକ୍ତଙ୍କ ମୁଣ୍ଡରେ ମାରନ୍ତି।
ଏହି ବାବାଙ୍କ ନାଁ ହେଉଛି ଲଡୁ ମୁଦୟା। କର୍ଣ୍ଣାଟକର ବାଗାଲକୋର୍ଟ ଜିଲ୍ଲାରେ ସେ ବାସ କରନ୍ତି। ସେଠିକାର ବାସିନ୍ଦା ତାଙ୍କୁ ଭଗବାନଙ୍କର ଅବତାର ବୋଲି ଭାବନ୍ତି। ତାଙ୍କ ଦର୍ଶନ ପାଇବା ସହିତ ବାବାଙ୍କର ଚମତ୍କାର ଦେଖିବା ପାଇଁ ବହୁତ ସଂଖ୍ୟାରେ ଭକ୍ତଙ୍କର ଭିଡ ଜମେ। ଅନେକ ଲୋକ ଫ୍ୟାନ୍ ବାଲେ ବାବା ନାମରେ ମଧ୍ୟ ଜାଣିଛନ୍ତି।
କାରଣ ଦିବ୍ୟାଙ୍ଗ ହେଇ ମଧ୍ୟ ବାବା ଜଣଙ୍କ ଚଳନ୍ତା ଫ୍ୟାନକୁ ହାତରେ ଅଟକାଇ ତା'ର ଧୂଳି ଭକ୍ତଙ୍କ ମୁଣ୍ଡରେ ମାରନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭକ୍ତ ମାନେ କୁହନ୍ତି ବାବାଙ୍କ ପାଖରେ ଦିବ୍ୟଶକ୍ତି ଅଛି। ଆଉ ଏହି ଫ୍ୟାନର ଧୂଳି ବାବାଙ୍କ ବିଭୂତି।
ଏହାକୁ ମୁଣ୍ଡରେ ମାରିଲେ କଷ୍ଟ ଲାଘବ ହେବା ସହିତ ଭାଗ୍ୟ ବଦଳିଯାଏ। ସେଥିପାଇଁ ନିଜ ଭାଗ୍ୟ ବଦଳାଇବା ପାଇଁ ବାବାଙ୍କ ପାଖରେ ଭକ୍ତଙ୍କ ଭିଡ ଲାଗିଥାଏ। ତେବେ ଲଡୁ ମୁଦୟା ବାବାଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଖୁବ୍ ବୃଦ୍ଧି ପାଇଥିବା ଜଣାପଡିଛି। ସୋସିଆଲ ମିଡ଼ିଆ ୟୁଜରସ୍ ବାବାଙ୍କ କରାମତିକୁ ନକଲ କରୁଛନ୍ତି। ଯେଉଁଥିରେ ମିଲଅନ ମିଲଅନ ଭୀୟୁ ଆସୁଛି ଓ ବାବାଙ୍କ କ୍ରେଜ୍ ଆହୁରି ଅଧିକ ବଢୁଛି।