ଟ୍ରେନରେ ବିକ୍ରି ହେଉଥିବା ଖାଦ୍ୟ ଖାଉଥିଲେ ଦେଖି ନିଅନ୍ତୁ ଏହି ଭିଡିଓକୁ, କିପରି ପ୍ରସ୍ତୁତ ହେଉଛି ଝାଲମୁଢି

 
ଟ୍ରେନ ଖାଦ୍ୟ

ଟ୍ରେନରେ ଯାତ୍ରା କରିବାବେଳେ ଅନେକ ସମୟରେ ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ। ଏଭଳି ପରିସ୍ଥିତିରେ ଯେକେହି ଚିନ୍ତିତ ତଥା ଭୟଭୀତ ହେବା ସ୍ୱାଭାବିକ। କେବଳ ଏତିକି ନୁହେଁ, ଯାତ୍ରା ସମୟରେ ବହୁତ ଭୋକ ଲାଗୁଥିବ। ଏବଂ ଆଖପାଖରେ ଖାଇବାକୁ କିଛି ନଥିବ, ସେହି ପରିସ୍ଥିତିରେ ଟ୍ରେନରେ ଯାତ୍ରୀମାନଙ୍କ ଟାଇମପାସ୍ ପାଇଁ କିଛି ବେପାରି ଚଣା, ଝାଲମୁଢ଼ି, ଚିପ୍ସ, ସ୍ନାକ୍ସ ଇତ୍ୟାଦି ବିକ୍ରି କରିଥାନ୍ତି । 

ଝାଲମୁଢି

ଏଥିରୁ ସେମାନେ ୨ ପଇସା ରୋଜଗାର ମଧ୍ୟ କରିଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି ଝାଲମୁଢ଼ି ଦେଖି ପାଟିରୁ ଲାଳ ବୋହୁଥିବା କିପରି ପ୍ରସ୍ତୁତ କରାଯାଇଥାଏ। ସୋସିଆଲ ମିଡିଆ ୟୁଜରମାନେ ଏଭଳି ଭିଡିଓର ମଜା ଉଠାଇଥାନ୍ତି । ନିକଟରେ ଟ୍ରେନରୁ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣଙ୍କ ହୋଶ୍ ଉଡ଼ିଯିବ । ଏପରି ଭିଡିଓ ଦେଖି ଅନେକ ୟୁଜର୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି । @Tiwari_Saab ନାମକ ଜଣେ ୟୁଜର ‘ଏକ୍ସ’ରେ ୧୮ ସେକେଣ୍ଡର ଏକ ଭିଡିଓ ଶେୟାର କରିଛନ୍ତି । 

ଏଥିରେ ଦର୍ଶାଯାଇଛି କିପରି ଜଣେ ଚଣା, ଝାଲମୁଢ଼ି ବେପାରି ଟ୍ରେନ୍ ଭିତରେ ଥିବା ଶୌଚାଳୟ ନିକଟରେ ଚଟାଣରେ ଏକ ପ୍ଲାଷ୍ଟିକ ବିଛାଇ ସେଥିରେ କିଛି ଗୋଟିଏ କାଟୁଛନ୍ତି । ଏତେ ଅପରିଷ୍କାର ଅବସ୍ଥାରେ ସେ କିପରି ଏମିିତି କରିପାରୁଛନ୍ତି । ଦୁଇଟି ଟ୍ରେନ୍ କୋଚ୍ ମଝିରେ ଥିବା ସ୍ଥାନରେ ବସି ସେ ଏପରି କରୁଛନ୍ତି । ଲୋକଙ୍କ ସ୍ୱାସ୍ଥ୍ୟ ସେ କିପରି ଖେଳିପାରୁଛନ୍ତି, ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । 

ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି। ତେଣୁ ଯାତ୍ରୀଙ୍କୁ ଅନୁରୋଧ କି ସେମାନେ ଟ୍ରେନରେ କିଛି ବି ଖାଇବା ପୂର୍ବରୁ ଏହାର ସୁରକ୍ଷା ସଠିକ୍ ଭାବରେ ଯାଞ୍ଚ୍ କରନ୍ତୁ । ନଚେତ ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଭୋଗିବାକୁ ପଡ଼ିପାରେ । ଏନେଇ ଲୋକଙ୍କୁ ଅଧିକରୁ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୨୯ ହଜାରରୁ ଅଧିକ ବ୍ୟକ୍ତି ଦେଖିସାରିଛନ୍ତି।