ଚନ୍ଦ୍ରଯାନର କାମ ସରିଗଲେ ପୁଣି ପୃଥିବିକୁ ଫେରି ଆସିବ କି ଚନ୍ଦ୍ରଯାନ? ଯଦି ଫେରିବ ତାହାଲେ କେମିତି

 
Chandrayan 3

​​​​​​ଅଗଷ୍ଟ ମାସ ୨୩ତାରିଖ ୬.୦୪ ମିନିଟରେ ଚନ୍ଦ୍ରୟାନ୍-୩ ସଫଳ ଭାବେ ଅବତରଣ କରିଥିଲା ଚନ୍ଦ୍ରରେ। କେବଳ ଭାରତବାସୀ ନୁହେଁ ସମଗ୍ର ବିଶ୍ବବାସୀ ଅତି ଆଗ୍ରହରେ ସହ ଚାହିଁ ରହିଥିଲେ ଏହି ସମୟକୁ। ଓହ୍ଲାଇବାର କିଛି ସମୟ ପରେ ଲ୍ୟାଣ୍ଡର ବିକ୍ରମ ଅଲଗା ହୋଇଯାଇଥିଲା ରୋଭର ପ୍ରଜ୍ଞାନ ଠାରୁ। ରୋଭର ପ୍ରଜ୍ଞାନ ଲ୍ୟାଣ୍ଡର ବିକ୍ରମ ଠାରୁ ଅଲଗା ହେବାର ଏକ ଭିଡ଼ିଓ ସେୟାର୍ କରିଥିଲେ ଇସ୍ରୋର ବୈଜ୍ଞାନିକମାନେ।

Vikram

ଦୁହେଁ ଲ୍ୟାଣ୍ଡର ଓ ପ୍ରଜ୍ଞାନ ସୌର ଶକ୍ତି ଦ୍ୱାରା ଚାଳିତ ହେତୁ ରୋଭର ପ୍ରଜ୍ଞାନ ପାଖରେ କେବଳ ୧୪ଦିନ ହିଁ ସମୟ ରହିଛି କାମ କରିବା ପାଇଁ। ଚନ୍ଦ୍ରରେ ଜଳ,ଜୀବନ, ଖଣିଜ ପଦାର୍ଥ ଆଦି ଠାବ କରିବା ହେଉଛି ପ୍ରଜ୍ଞାନର ମୁଖ୍ୟ ଉଦ୍ଦେଶ୍ୟ। ଏଥି ମଧ୍ୟରେ ପ୍ରଜ୍ଞାନ ମଧ୍ୟ କେତେ ଗୁଡିଏ ତଥ୍ୟ ପଠାଇ ସାରିଲାଣି ଇସ୍ରୋକୁ। ଯେଉଁ ତଥ୍ୟ ସବୁ ମନରେ ଆଗ୍ରହ ବଢାଇଛି।

vf

ଏପଟେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି, ପ୍ରଜ୍ଞାନ ତାର କାର୍ଯ୍ୟ ଶେଷ କରି କେବେ ଫେରିବ ଓ କେମିତି ଫେରିବ, କଣ ସେ ପୁନର୍ବାର ପୃଥିବୀକୁ ହିଁ ଫେରିବ?

ଇସ୍ରୋ ମଧ୍ୟ ସବୁ ପ୍ରଶ୍ନର ଉତ୍ତର ସ୍ପଷ୍ଟ ରଖିଛି।ଏବେ ଚନ୍ଦ୍ରରେ ୧୪ଦିନ ସୂର୍ଯ୍ୟାଲୋକର ଉପସ୍ଥିତିରେ ପ୍ରଜ୍ଞାନ ତାର କାର୍ଯ୍ୟ କରିବା ପରେ ସୂର୍ଯ୍ୟାଲୋକର ପ୍ରତ୍ୟାବର୍ତ୍ତନରେ ଏହା ନିଷ୍କ୍ରିୟ ମଧ୍ୟ ହୋଇପାରେ। ହେଲେ ଏହା ପୃଥିବୀକୁ ପୁନର୍ବାର ଫେରିବ ନାହିଁ। ପ୍ରଜ୍ଞାନ ନିଜକୁ ନିଜେ ଧ୍ଵଂସ ମଧ୍ୟ କରିପାରେ। ହେଲେ ଏହା ୧୪ଦିନ ପରେ କାର୍ଯ୍ୟ କରିବ କି ନାହିଁ କି ଚିରକାଳ ଚନ୍ଦ୍ରରେ ରହିଯିବ ତାହା ୧୪ଦିନ ପରେ ହିଁ ଜଣାପଡିବ।

ଆମେ ଜାଣୁ ପ୍ରଥମ ମହାକାଶଚାରୀ ନାସାର ଏରୋନୋଟିକାଲ ଇଂଜିନିୟର ନିଲ୍ ଆର୍ମ ଷ୍ଟ୍ରଙ୍ଗ ୧୯୬୯ମସିହାରେ ପ୍ରଥମେ ଚନ୍ଦ୍ରରେ ପାଦ ଥାପିଥିଲେ।୫ ଦିନ, ୧୪ ଘଣ୍ଟା,୧୨ ମିନିଟ୍ ୩୦ସେକେଣ୍ଡ ପରେ ସେ ପୁଣି ଫେରି ଆସିଥିଲେ ପୃଥିବୀ ପୃଷ୍ଠକୁ। ମଣିଷ ଯାତ୍ରୀ ହୋଇଥିଲେ ଫେରିବାର ସମ୍ଭାବନା ରହିଥିଲା ମାତ୍ର ଯନ୍ତ୍ରର ଫେରିବାର କୌଣସି ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛି ଇସ୍ରୋ