ସ୍ତ୍ରୀ ବାପ ଘରକୁ ଯିବା ପରେ ସ୍ୱାମୀ ଗର୍ଲଫ୍ରେଣ୍ଡକୁ ଘରକୁ ଡାକି କରୁଥିଲେ ଖେଳ, ହଠାତ୍ ପହଞ୍ଚିଗଲେ ସ୍ତ୍ରୀ, ଆଉ ତାପରେ...

 
Swami stree

ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ସ୍ୱାମୀର ଧୋକାରୁ ଅସନ୍ତୁଷ୍ଟ ହୋଇ ପତ୍ନୀ ତାଙ୍କୁ ଏମିତି ଶିକ୍ଷା ଦେଇଛନ୍ତି ଯାହାକୁ ସେ ସର୍ବଦା ମନେ ରଖିବେ। ନିଜ ବାପ ଘରୁ ସ୍ୱାମୀ ଘରକୁ ଫେରିବା ପରେ ସ୍ତ୍ରୀ ସ୍ୱାମୀଙ୍କୁ ଘରେ ଆଉ ଜଣେ ଯୁବତୀଙ୍କ ସହ ଆପତ୍ତି ଜନକ ଅବସ୍ଥାରେ ଦେଖିଥିଲେ। ଆଉ ତାପରେ ଉଭୟଙ୍କୁ ନିର୍ମମ ଭାବରେ ପିଟିଥିଲେ ସ୍ତ୍ରୀ। ପରିସ୍ଥିତି ଅନିୟନ୍ତ୍ରିତ ହୋଇଥିବାର ଦେଖି ନିକଟସ୍ଥ ଲୋକମାନେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କୁ ପୋଲିସ ଷ୍ଟେସନକୁ ଆଣିଥିଲା।

Swami

ଏହି ମାମଲା ଦକ୍ଷିଣ କାନପୁରର ଗୁଜିନିର ଅଟେ, ଯେଉଁଠାରେ ଡ୍ରାଇଭରଙ୍କ ପତ୍ନୀ ତାଙ୍କ ମା ଘରକୁ ଯାଇଥିବା ବେଳେ ସ୍ୱାମୀ ଗର୍ଲଫ୍ରେଣ୍ଡକୁ ଘରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ଯେତେବେଳେ ରହସ୍ୟ ଖୋଲିଲା, ମାମଲା ପୋଲିସ ଷ୍ଟେସନରେ ପହଞ୍ଚିଥିଲା, ସେଠାରେ ପତ୍ନୀ ମଧ୍ୟ ସ୍ୱାମୀଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲେ। ପତ୍ନୀ ପୋଲିସକୁ କହିଥିଲେ, 'ସନ୍ଧ୍ୟାରେ ସେ ଘରକୁ ଫେରିବା ପରେ କବାଟ ଖୋଲା ଥିଲା।  ଯେତେବେଳେ ସେ ଘର ଭିତରକୁ ଯାଇଥିଲେ, ସ୍ୱାମୀଙ୍କୁ ଏପରି ଅବସ୍ଥାରେ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସ୍ବାମୀ ପ୍ରଥମେ ସଫେଇ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ମହିଳା ତାଙ୍କ କଥା ବିଶ୍ବାସ କରିନଥିଲେ। ସେ ରାଗି ଯାଇଥିଲେ ଓ ସ୍ବାମୀଙ୍କୁ ମାରପିଟ କରିଥିଲେ। 

Stree

ଖବର ଅନୁଯାୟୀ, ପ୍ରେମିକା ତାଙ୍କୁ ବଞ୍ଚାଇବାକୁ ଆସିବାରୁ ସ୍ତ୍ରୀ ଆହୁରି ରାଗିଗଲେ ଓ ତାଙ୍କୁ ବି ପିଟିଥିଲେ। ଘରେ ପାଟିତୁଣ୍ଡ ଶୁଣି ପଡୋଶୀ ଆସି ଦେଖିଲେ ଓ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥୁଲା ଓ ୩ ଜଣଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। କିନ୍ତୁ କେହି ବି ପୋଲିସ କଥା ଶୁଣିନଥିଲେ। ଫଳରେ ପୋଲିସ ତାଙ୍କୁ ଥାନାକୁ ନେଇଯାଇଥିଲା। ବର୍ତ୍ତମାନ ପତ୍ନୀ ସ୍ୱାମୀଙ୍କ ବିରୋଧରେ କୋୖଣସି ଏଫଆଇଆର ଦାଖଲ କରିନାହାଁନ୍ତି।