ପାଠରେ ଦୁର୍ବଳ ପ୍ରେମିକା କାଳେ ଫେଲ ହୋଇଯିବ ଝିଅ ବେଶରେ ପ୍ରେମିକ ଦେଉଥିଲା ପରୀକ୍ଷା, ଆଉ ତାପରେ..ପୂରା ଘଟଣା ଜାଣି ହେବେ ତାଜୁବ୍

 
Jhia besa premika

ପରୀକ୍ଷା ରେ କପି କରିବାର ଅନେକ ଖବର ତ ଆପଣ ନିଶ୍ଚିତ ଶୁଣିଥିବେ। ଏବଂ ପିଲାମାନେ ଅନ୍ୟର ଖାତା ଦେଖି ଅନେକ ଥର କପି କରୁଥିବା ଧରାପଡ଼ନ୍ତି। କିନ୍ତୁ ଯଦି ଜଣେ ପୁଅ ଝିଅର ଡ୍ରେସ ପିନ୍ଧି ପରୀକ୍ଷାରେ ପହଞ୍ଚେ ତେବେ କଣ ହେବ? ଜଣେ ପ୍ରେମିକ ନିଜ ଗର୍ଲଫ୍ରେଣ୍ଡ ପାଇଁ ଏପରି ଏକ ଅଭିନୟ କରିଛନ୍ତି, ଏହି ଘଟଣା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

Premika

ଦି ଷ୍ଟାରର ଖବର ଅନୁଯାୟୀ ଆଫ୍ରିକୀୟ ସେନେଗାଲର ଜଣେ ପ୍ରେମିକ ନିଜ ପ୍ରେମିକାର ଡ୍ରେସ ପିନ୍ଧି ଝିଅଟି ଦୁର୍ବଳ ଥିବା ବିଷୟର ପରୀକ୍ଷା ଦେବା ପାଇଁ ପହଞ୍ଚିଥିଲା। ପରୀକ୍ଷା ସମୟରେ, ଯେତେବେଳେ ଶିକ୍ଷକ ଝିଅ ହୋଇଥିବାର ଯୁବକଙ୍କୁ ସନ୍ଦେହ କଲେ, ସେତେବେଳେ ଏହି ଘଟଣାର ଖୁଲାସା ହୋଇଥିଲା। ଏହି ଘଟଣାଟି କୋଉ ବିଦ୍ୟାଳୟ ପରୀକ୍ଷାର ନୁହେଁ ବରଂ ସେଠାରେ ଥିବା ଏକ ବିଶ୍ୱବିଦ୍ୟାଳୟର ପରୀକ୍ଷା ସମୟରେ ଏହି ଘଟଣା ଘଟି ଥିଲା।

Premika

ଯେତେବେଳେ ଯୁବକ ଜଣକ ତାଙ୍କ 19 ବର୍ଷର ଗର୍ଲଫ୍ରେଣ୍ଡ ବଦଳରେ ପରୀକ୍ଷା ଦେବାରେ ଧରାପଡିଥିଲେ, ସେତେବେଳେ ଆହୁରି ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଥିଲା। ଯୁବକ ଜଣକ କହିଥିଲା ଯେ ସେ ଝିଅ ରୂପ ଧାରଣ କରି ଆଗରୁ ୩ ଥର ପରୀକ୍ଷା ଦେଇ ସାରିଛି। ଏଥିପାଇଁ ସେ କେବଳ ଝିଅ ରୂପ ନୁହେଁ ବରଂ ଝିଅଙ୍କ ସ୍କାର୍ଫ ଏବଂ କାନଫୁଲ ମଧ୍ୟ ପିନ୍ଧିଥିଲେ। ଯେତେବେଳେ ଯୁବକ ଜଣକ କହିଥିଲେ ଯେ ସେ ପରୀକ୍ଷା ଦେବା ପାଇଁ ନିଜ ପ୍ରେମିକାଙ୍କ ଅନ୍ତବସ୍ତ୍ର ମଧ୍ୟ ପିନ୍ଧିଛନ୍ତି।

Premika

ଖାଦିମ ନାମକ ଏହି ଯୁବକଙ୍କର ବୟସ 22 ବର୍ଷ, ଯିଏ 31 ଜୁଲାଇରେ ପରୀକ୍ଷା କେନ୍ଦ୍ରରେ ଇଂରାଜୀ ପରୀକ୍ଷା ଦେବାରେ ଧରାପଡିଥିଲେ। ଏହା ପରେ ତାଙ୍କୁ ଏକ ଠକେଇ ମାମଲା ପଞ୍ଜିକରଣ କରିବା ପରେ ମଧ୍ୟ ଗିରଫ କରାଯାଇଛି। ଏହି ପାଗଳ ପ୍ରେମିକକୁ ଗିରଫ କରିବା ପରେ ପୋଲିସ ମଧ୍ୟ ତାଙ୍କ ଗର୍ଲଫ୍ରେଣ୍ଡକୁ ଧରିବାକୁ ଯାଇଥିଲା, ଯଦିଓ ଖଦିମ ଏହି କାର୍ଯ୍ୟର ସମ୍ପୂର୍ଣ୍ଣ ଦାୟିତ୍ୱ ନିଜ ଉପରେ ନେଇଛନ୍ତି। ଯଦି ଘଟଣାରେ ଦୁହେଁ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଯୁବକ-ଯୁବତୀଙ୍କୁ ୫ବର୍ଷ ଜେଲ ହେବା ସହିତ ୫ବର୍ଷ ପର୍ଯ୍ୟନ୍ତ କୌଣସି ପରୀକ୍ଷା ଦେଇ ପାରିବେ ବୋଲି ଦଣ୍ଡ ଶୁଣାଣି ହୋଇପାରେ।