ରୋବର ପ୍ରଜ୍ଞାନ ଇସ୍ରୋକୁ ଦେଇଛି ଏଲିଅନର ତଥ୍ୟ.. ଚନ୍ଦ୍ରପୃଷ୍ଠରେ ବୁଲୁଥିବା ବେଳେ ପାଇଲା ଏଲିଅନର ଘର, ଜାଣନ୍ତୁ ପୁରା ଖବର

 
Chandrayan 3

ଏବେ ସମସ୍ତଙ୍କ ନଜର ରହିଛି କେବଳ ପ୍ରଜ୍ଞାନ ଉପରେ।ଏହି ୬ଚକିଆ ଯନ୍ତ୍ରଟି ତା ଚକ ସାହାଯ୍ୟରେ ଘୁରିବୁଲୁଛି ଚନ୍ଦ୍ର ପୃଷ୍ଠ ସାରା।ସେ ତା କ୍ୟାମେରା ସାହାଯ୍ୟରେ କୟେଦ୍ କରୁଥିବା ଫଟୋ ଚିତ୍ର ଗୁଡ଼ିକ ପ୍ରଥମେ ବିକ୍ରମ ପାଖକୁ ପ୍ରେରିତ ହେଉଛି ଏବଂ ବିକ୍ରମ ଠାରୁ ଇସ୍ରୋ ଷ୍ଟେସନକୁ। ଇସ୍ରୋ ମଧ୍ୟ ଉକ୍ତ ଫୁଟେଜ ଗୁଡ଼ିକୁ ସେୟାର କରୁଛି ନିଜ ସୋସିଆଲ ମିଡ଼ିଆରେ।ଚନ୍ଦ୍ର ପୃଷ୍ଠର ସବୁ ଫଟୋ ଏବେ ଆମ ଆଖି ସାମ୍ନାରେ।ତା ଭୂମିର ରଙ୍ଗ, ଗଠନ ଆଦି।

Rover

ଏଥି ମଧ୍ୟରେ ସମସ୍ତଙ୍କ ନଜର ରହିଛି କେବେ ପ୍ରଜ୍ଞାନ ଖୋଜି ପାଇବ ଜଳ, ଖଣିଜ ପଦାର୍ଥ ଓ ଜୀବନ ସମ୍ଭବ ହେବା ଭଳି ବାତାବରଣ। ଏପଟେ ଏଲିୟନ୍ କୁ ନେଇ ମଧ୍ୟ କିଛି କମ ଆଗ୍ରହ ନାହିଁ ଲୋକ ମାନଙ୍କ ମଧ୍ୟରେ।କେହି କେହି ଏଲିୟେନ ର ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠାଉଥିବା ବେଳେ କେହି କେହି ଏହାର ଉପସ୍ଥିତିକୁ ନେଇ ଦୃଢ଼ ଯୁକ୍ତି ଉପସ୍ଥାପନ କରନ୍ତି।

Gt

ଏହା ଆଶା କରାଯାଉଛି ଯେ ଯଦି ଏଲିୟେନ୍ ଚନ୍ଦ୍ର ପୃଷ୍ଠରେ ଥିବେ ତେବେ ଏହି ୧୪ ଦିନ ମଧ୍ୟରେ ପ୍ରଜ୍ଞାନ କିଛି ନା କିଛି ସୁରାଗ ଠାବ କରିପାରେ। ନିକଟରେ ଚନ୍ଦ୍ର ପୃଷ୍ଠରେ ଏକ ବଡ ଗର୍ତ୍ତ ଦେଖା ଦେଇଥିଲା। ଯେଉଁଥିପାଇଁ ପ୍ରଜ୍ଞାନ ମଧ୍ୟ ଇସ୍ରୋ ବୈଜ୍ଞାନିକଙ୍କ ନିର୍ଦ୍ଦେଶ କ୍ରମେ ନିଜ ଦିଗ ପରିବର୍ତ୍ତନ କରିଥିଲା। ହୁଏ ତ ଏହି ଗର୍ତ୍ତ ଟି ଏଲିଏନ ମାନଙ୍କର ଘର ବି ହୋଇପାରେ।ଏହା କେବଳ ସନ୍ଦେହ କରାଯାଉଛି ହେଲେ ଏଥିରେ କିଛି ସତ୍ୟତା ନାହିଁ।