ଅନ୍ତରୀକ୍ଷରୁ ପୃଥିବୀକୁ କ'ଣ ଫେରିଥାଏ, ରକେଟ ନା ସ୍ପେସ କ୍ରାଫ୍ଟ, ଜାଣନ୍ତୁ କେମିତି ଫେରନ୍ତି ଆଷ୍ଟ୍ରୋନଟ୍

 
Space rocket

ସୁନିତା ୱିଲିୟମ୍ସ, ବୁଚ୍ ୱିଲମୋର, ଆଲେକଜାଣ୍ଡାର ଗୋର୍ବୁନୋବ ଏବଂ ନିକ୍ ହେଗ୍ ପୃଥିବୀକୁ ଫେରି ଆସିଛନ୍ତି । ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ୬ ଜୁନ୍ ୨୦୨୪ ରେ ISS ରେ ସେମାନଙ୍କର ମିଶନ ଆରମ୍ଭ କରିଥିଲେ । ଯେତେବେଳେ ଆଲେକଜାଣ୍ଡାର ଗୋର୍ବୁନୋଭ ଏବଂ ନିକ୍ ହେଗ୍ ୨୯ ସେପ୍ଟେମ୍ବର ୨୦୨୪ରେ ଷ୍ଟେସନରେ ପହଞ୍ଚିଥିଲେ । ୯ ମାସ ଧରି ଫସି ରହିଥିବା ସୁନିତା ୱିଲିୟମ୍ସ ଏବେ ପୃଥିବୀକୁ ଫେରି ଆସିଛନ୍ତି । ତେବେ ମହାକାଶକୁ ଯିବାର ସୁଯୋଗ କିଏ ବା ହାତ ଛଡା କରିବ । ଲୋକମାନେ ଏବେ ଚନ୍ଦ୍ର ପୃଷ୍ଠକୁ ଗଲେଣି ଆଉ ମଙ୍ଗଳ ଗ୍ରହରେ ଘର କରିଲେନି । ଏବେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି କି ମହାକାଶକୁ ଯେଉଁମାନେ ଯାଉଛନ୍ତି ସେମାନେ ଫେରୁଛନ୍ତି ନା ନାହିଁ ।

ମହାକାଶକୁ ଯେଉଁମାନେ ଯାଇଥାନ୍ତି ସେମାନେ ଯେଉଁ ଯାନରେ ଯାଆନ୍ତି ସେହି ଯାନକୁ ଅନ୍ତରୀକ୍ଷ ଯାନ ବା ସ୍ପେସ କ୍ରାଫ୍ଟ କୁହାଯାଏ । ଆପଣମାନେ ଅନେକ ଥର ରକେଟ ଆକାଶ ମାର୍ଗକୁ ଯାଇଥିବାର ଦେଖିଥିବେ । ଆଉ ଏହି ଯାନ ଆକାଶକୁ ଥରେ ଗଲେ ଆଉ ଫେରି ନଥାଏ । ସ୍ପେସ କ୍ରାଫ୍ଟ ଆଉ ରକେଟ ଉଭୟ ଅଲଗା ଅଲଗା ଅଟେ । ଏହା ନିଉଟନ ନିୟମରେ କାମ କରିଥାଏ । ସ୍ପେସ କ୍ରାଫ୍ଟ ସାହାଯ୍ୟରେ ମନୁଷ୍ୟ ଅନ୍ତରୀକ୍ଷ ପର୍ଯ୍ୟନ୍ତ ଯାଇପାରିବ । ପୃଥିବୀରୁ ମହାକାଶ ଯିବା ପାଇଁ ଦୁଇଟି ରାସ୍ତା ରହିଛି ।

Space craft

ପ୍ରଥମ ହେଉଛି ଏଥିରେ କୌଣସି ରୋବର୍ଟକୁ ଭର୍ତ୍ତି କରି ପଠାଯାଇପାରିବ । ସେମାନଙ୍କୁ ପୃଥିବୀକୁ ଫେରାଇ ଆଣିବା ଆବଶ୍ୟକ ନଥାଏ । ସେଟେଲାଇଟକୁ ମହାକାଶକୁ ନେବାର କାମ ରକେଟ କରିଥାଏ । ଆଉ ଏକ ସ୍ପେସ କ୍ରାଫ୍ଟ ଅଛି ଯେଉଁଥିରେ ମଣିଷମାନେ ବସି ମହାକାଶକୁ ଯାଇଥାନ୍ତି । ଏହି ସ୍ପେସ କ୍ରାଫ୍ଟ ଏରୋପ୍ଲେନ୍ ଭଳି ହୋଇଥାଏ । ଏହି ସ୍ପେସ କ୍ରାଫ୍ଟର ଆଗ ପଟେ କଣ୍ଟ୍ରୋଲ କରିବାକୁ ଦିଆଯାଇଥାଏ ଯାହାଦ୍ଵାରା ଯାତ୍ରୀ ଏହାକୁ କଣ୍ଟ୍ରୋଲ କରିପାରିବ । ଏହି ସ୍ପେସ କ୍ରାଫ୍ଟକୁ ଦୁଇଟି ସହାୟକ ରକେଟ ସାହାଯ୍ୟ କରିଥାଏ ।

ଇଞ୍ଜିନର କାମ ହୋଇଥାଏ କିଭଳି ଏହା ମହାକାଶରେ ପହଞ୍ଚିବ । ସ୍ପେସ କ୍ରାଫ୍ଟ ପୃଥିବୀକୁ ଫେରିବା ପୂର୍ବରୁ ଏହା ପୃଥିବୀ ଚାରିପଟେ ଘୁରିଥାଏ । ଏହା ପୃଥିବୀରୁ ବହୁତ ଦୂରରେ ଥାଏ । ଆଉ ଏହା ପୃଥିବୀକୁ ଫେରିବା ପୂର୍ବରୁ ଏକ ବଡ ପବନର ସାମ୍ନା କରିଥାଏ । ଯଦି ଯାନ ଟିକେ ହଲଚଲ ହୋଇଥାଏ ତାହେଲେ ଏହି ଯାନ ଜଳି ଯାଇଥାଏ । ଏହି ଯାନ ପୃଥିବୀ ପୃଷ୍ଠକୁ ଆସିବାକୁ ସମସ୍ତେ ଅପେକ୍ଷା କରିଥାନ୍ତି । ମହାକାଶ ଯାନ ଆଉ ମହାକାଶଚାରୀ ଏହି ଯାନରେ ଫେରିଥାନ୍ତି । ଏହି ସ୍ପେସ କ୍ରାଫ୍ଟ ଯାନରେ ଦୁଇଟି ବୁଷ୍ଟର ରକେଟ ଆଉ ମୂଳ ଇଞ୍ଜିନ ଲଗାଇ ଏହାକୁ ପୁଣି ଥରେ ଉପରକୁ ଛଡା ଯାଇପାରିବ ।