ଗଞ୍ଜେଇ ଟାଣୁଥିବା ଲୋକଙ୍କ ପାଇଁ ବାହାରିଲା ଚାକିରୀ! ଦରମା ବାବଦକୁ ମିଳିବ ୮୮ ଲକ୍ଷ ଟଙ୍କା, ଜାଣନ୍ତୁ ପୂରା ଖବର

 
Weed

ଧୂମ୍ରପାନ କରିବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ଏହା ଜାଣିବା ସତ୍ତ୍ୱେ ଲୋକେ ସିଗାରେଟ ଏବଂ ଗଞ୍ଜେଇ ଭଳି ନିଶା ଦ୍ରବ୍ୟକୁ ଛାଡ଼ି ପାରନ୍ତି ନାହିଁ। ତେବେ, ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗଞ୍ଜେଇ ଟାଣିବା ପାଇଁ ଏକ କମ୍ପାନୀ ଚାକିରୀ ଦେଉଛି। ସବୁଠାରୁ ବଡ଼ କଥା ହେଉଛି ଚାକିରୀର ଦରମା ଯାହା ବାବଦକୁ କମ୍ପାନୀ ବର୍ଷକୁ ୮୮ ଲକ୍ଷ ଟଙ୍କା ପ୍ରଦାନ କରିବ ବୋଲି ସୂଚନା ମିଳିଛି।

Weed

 ଦ ସନ୍‌ ରିପୋର୍ଟ ଅନୁଯାଇ, ଜର୍ମାନୀରେ ଏହି କାନାମେଡିକାଲ୍‌ କମ୍ପାନୀ ‘କାନାବିସ୍‌ ସୋମ୍ମେଲିୟର(Cannabis Sommelier)’ ପକ୍ଷରୁ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ବାହାରିଛି। ବୃତ୍ତିଗତ ଭାବରେ ଗଞ୍ଜେଇ ଟାଣୁଥିବା ଜଣେ ବ୍ୟକ୍ତି ହିଁ ଚାକିରୀ କରିପାରିବେ। ଗଞ୍ଜେଇ ବାସ୍ନା ନେଇ ଏବଂ ଏହାକୁ ଟାଣି ଏହାର କ୍ଵଲିଟି ପରୀକ୍ଷା କରି ପାରୁଥିବା ବ୍ୟକ୍ତିଙ୍କୁ ଏହି ଚାକିରୀ ପାଇଁ ଯୋଗ୍ୟ ବିବେଚିତ କରାଯିବ।

Weed expert

କମ୍ପାନୀର ସିଇଓଙ୍କ କହିବା ଅନୁସାରେ, ଯେଉଁମାନେ ଅଷ୍ଟ୍ରେଲିଆ, କାନାଡା, ପର୍ତ୍ତୃଗାଲ, ମାସେଡୋନିଆ ଓ ଡେନମାର୍କ ଦେଶରେ ଥିବା କମ୍ପାନୀର ପ୍ରଡକ୍ଟକୁ ଭଲ ଭାବେ ଯାଞ୍ଚ କରିପାରିବେ ସେମାନେ ଏହି "weed expert" ପଦବୀ ପାଇଁ ଆବେଦନ କରିପାରିବେ। ଉକ୍ତ ବ୍ୟକ୍ତିଙ୍କ ପାଖରେ ଗଞ୍ଜେଇ ଟାଣିବାର ଲାଇସେନ୍ସ ମଧ୍ୟ ରହିବା ଉଚିତ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜର୍ମାନୀରେ ଗଞ୍ଜେଇକୁ ଔଷଧ ଭାବରେ ଗ୍ରହଣ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି।