ଦେଖନ୍ତୁ ଭିଡିଓ: ମା' କୁ ବିକଳ ହୋଇ ଡାକୁଥିଲା ପୁଅ ହେଲେ ବନ୍ୟା ପାଣି ଭିତରେ ବସି ମସ୍ତି କରୁଥିଲେ ଦମ୍ପତ୍ତି, ଭାସିଗଲେ ମହିଳା

 
Dampati

ବାପା-ମା, ମୋତେ ଡର ଲାଗୁଛି, ଶୀଘ୍ର ଫେରିଆସ। ବାପା-ମାଙ୍କୁ ଏଭଳି ଆକୁଳ ନିବେଦନ କରୁଥିଲା କୁନି ଝିଅ। ହେଲେ ପାଣିରେ ମସ୍ତି କରିବାକୁ ଝିଅର କଥାକୁ ଏ କାନରେ ପୁରାଇ ସେ କାନରେ ବାହାର କରିଦେଇଥିଲେ ଦମ୍ପତି। ଆଉ ଶେଷରେ ପାଣି ସହ ମସ୍ତି ଏବେ ତାଙ୍କ ପାଇଁ ଶାସ୍ତି ସଦୃଶ ହୋଇଛି। ମୁମ୍ବାଇ ବାନ୍ଦ୍ରା ବିଚରେ ମଜାମସ୍ତି କରୁଥିବା କାଳ ହେଲା। ବିଚ୍ କୂଳରେ ବସି ଭିଡିଓ କରୁଥିବା ଦମ୍ପତ୍ତିଙ୍କୁ ସମୁଦ୍ର ଲହରୀ ଧକ୍କା ଦେବାରୁ ସମୁଦ୍ର ଲହରୀରେ ଭାସିଗଲେ ମହିଳା।

Dampati

ବାସ୍ତବରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ମୁମ୍ବାଇର ବାନ୍ଦ୍ରା ବିଚରେ ଏକ ଦମ୍ପତ୍ତି ପାଣି ଭିତରେ ପସି ମଜା ଉଠାଉଥିଲେ ଏତିକି ବେଳେ ପଛପଟୁ ଉଚ୍ଚ ଓ ଦ୍ରୁତ ଗତିରେ ପାଣି ଆସି ମହିଳା ଜଣଙ୍କୁ ପାଣି ଭିତରେ ବୁଡ଼ାଇ ଦେଇଥିଲା। ମହିଳାଙ୍କ ସ୍ୱାମୀଙ୍କ କହିବାନୁସାରେ ସେ ତାଙ୍କ ସ୍ତ୍ରୀଙ୍କୁ ବଞ୍ଚାଇବାକୁ ତାଙ୍କ ଶାଢୀ ଧରିଥିଲେ ବି ସେ ଶାଢୀରୁ ଖସିଯାଇଥିଲେ। ତାଙ୍କୁ କେହି ବିଞ୍ଚାଇ ପାରି ନଥିଲା।

ମହିଳା ଜଣକ ୩୨ ବର୍ଷୀୟା ଜ୍ୟୋତି ସୋନାର ବୋଲି ଜଣାପଡିଛି। ମହିଳାଙ୍କ ସ୍ୱାମୀ ମୁମ୍ବାଇ ଗୌତମନଗର ବାସିନ୍ଦା। ଏଠାରେ ସେ ଏକ ଘରୋଇ କମ୍ପାନୀରେ ଟେକ୍ନିସିଆନ ଭାବେ କାର୍ଯ୍ୟ କରନ୍ତି। ଏହି ଘଟଣା ପରେ ତାଙ୍କର ଦୁଇ ପିଲାଙ୍କ ମାନସିକ ସ୍ଥିିତି ଖରାପ ରହିଛି।