ଦେଖନ୍ତୁ ଭିଡ଼ିଓ: ବିବାହ ଫଟୋସୁଟ୍ ପାଇଁ ହାତରେ ବାଣ ବନ୍ଧୁକ ଧରି କରୁଥିଲେ ଷ୍ଟଣ୍ଟ, ଅଚାନକ୍ କନ୍ୟା ମୁହଁରେ ଫାଟିଗଲା

 
Gun

ଭାରତରେ ବିବାହ ସରଳ ରୀତିନୀତିଠାରୁ ଅଧିକ ହୋଇଗଲାଣି। ଆଜିକାଲି ଲୋକମାନେ ସେମାନଙ୍କର ମିଳନ ଉତ୍ସବ ପାଳନ କରିବା ପାଇଁ ପୁର୍ବ ଅପେକ୍ଷା ଅଧିକ ଚେଷ୍ଟା କରିବାକୁ ପସନ୍ଦ କରୁଛନ୍ତି। ସୋସିଆଲ ମିଡିଆରେ ନୃତ୍ୟ ପ୍ରଦର୍ଶନ କରିବା ଠାରୁ ଆରମ୍ଭ କରି ନିଜର ଗୃହପାଳିତ ପଶୁମାନଙ୍କୁ ଆଣିବା ପର୍ଯ୍ୟନ୍ତ, ଆମେ ଏହିପରି ଅନେକ ଉଦାହରଣ ଦେଖିଛୁ।

Couple

ତେବେ ଅନଲାଇନରେ ଭାଇରାଲ ହେଉଥିବା ଏକ ନୂଆ ଭିଡିଓ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଭିଡିଓରେ, ଏକ ଦମ୍ପତି ନିଜ ବେକରେ ଫୁଲର ଫୁଲମାଳ ପିନ୍ଧି ପରସ୍ପର ପାଖରେ ଠିଆ ହୋଇଛନ୍ତି। ସେମାନଙ୍କ ସାମ୍ନାରେ ଟେବୁଲ ଉପରେ ଏକ ଦୁଇ ସ୍ତରୀୟ କେକ୍ ରଖା ହୋଇଛି, ସମ୍ଭବତଃ ନବ ବିବାହିତାଙ୍କ ଦ୍ୱାରା କଟା ଯାଇଥାନ୍ତା।  ବର ଏବଂ କନ୍ୟା ପରସ୍ପର ପାଖରେ ଠିଆ ହୋଇଛନ୍ତି। ସେମାନଙ୍କ ହାତରେ “ବନ୍ଧୁକ” ଅଛି। ଯଦିଓ ଏହା ଆତଙ୍କିତ ବିଷୟ ନୁହେଁ, କାରଣ ଏହି ବନ୍ଧୁକ ବାଣ ବାଲା ବନ୍ଧୁକ ଥିଲା।

ଏହି ପ୍ରି-ଓ୍ବେଡିଂ ବେଳେର ଦୃଶ୍ୟ ମହାରାଷ୍ଟ୍ର ପୁଣେ ଜିଲ୍ଲାର ଜୁନେର ସିଟି ଅଞ୍ଚଳର ବୋଲି କୁହାଯାଉଛି। ପ୍ରି-ଓ୍ବିଡିଂ ଭିଡିଓ ସୁଟିଂ ବେଳେ ଦୁର୍ଘଟଣା ଘଟିଛି । ପ୍ରଥମେ ବର-କନ୍ୟା ସୁଟିଂ ପାଇଁ ପୋଜ୍ ଦେଇଥିଲେ। ପରେ ବନ୍ଧୁକରେ ନିଆଁ ଲଗାଇ ଲାଇଟ୍ ବାଣ ଫୁଟାଇଥିଲେ। ଏହି ସମୟରେ ବନ୍ଧୁକ ବାହାରୁଥିବା ନିଆଁ ମିସ୍ ଫାୟାର ହୋଇ କନ୍ୟାଙ୍କ ମୁହଁରେ ପଡ଼ିଥିଲା। ତୁରନ୍ତ ଲାଇଟ୍ ବନ୍ଧୁକକୁ ଝିଅ ତଳେ ପକାଇ ଦେଇ ନିଆଁକୁ ଝାଡ଼ିବାକୁ ଲାଗିଥିଲେ।


ଅନ୍ୟମାନେ ନିଆଁ ଲିଭାଇବାକୁ ମଧ୍ୟ କନ୍ୟା ଆଡକୁ ଦଉଡୁଥିବା ଦେଖିବାକୁ ମିଳିଛ। ଏହି ଭିଡିଓ ପୋଷ୍ଟ କଲାବେଳେ କ୍ୟାପସନରେ ଲେଖାଯାଇଛି- '' ଜଣାନାହିଁ, ଆଜିକାଲି ଲୋକଙ୍କୁ କ'ଣ ହୋଇଯାଇଛି '' । ବିବାହରେ ଏପରି ଷ୍ଟଣ୍ଟ କରି ନିଜ ଜୀବନ ସହ ଖେଳୁଛନ୍ତି। ଏହି ଭିଡିଓକୁ ଏଯାଏ ଲକ୍ଷେରୁ ଅଧିକ ଲୋକେ ଦେଖିସାରିଲେଣି। ଏହି ଭିଡିଓରେ ମଧ୍ୟ ବହୁ ପ୍ରତିକ୍ରିୟା ମିଳିଛି।