ଦେଖନ୍ତୁ ଭିଡ଼ିଓ: ଆମ୍ ଆଦମୀ ଦଳର ନେତା କେଜରିଓ୍ବାଲ କେତେ ଆମ୍ ? ୪୫ କୋଟି ଖର୍ଚ କରି ମୁଖ୍ୟମନ୍ତ୍ରୀ କଲେ ନିଜ ଘର

 
Kejriwal

ବଖରେ ଘରକୁ ଜୀବନ ନିଅଣ୍ଟ କହୁଥିବା ରାଜନେତା ଜଣକ ଏବେ ନିଜ ଆଲିଶାନ୍ ବଙ୍ଗଳା ପାଇ ବେସ୍ ଚର୍ଚ୍ଚାରେ। ଆମେ କହୁଥିବା ପ୍ରସଙ୍ଗର ମୁଖ୍ୟ ନାୟକ ହେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଯିଏ ନିଜ ଘରକୁ ସଜାଇବାକୁ ଖର୍ଚ୍ଚ କରିଛନ୍ତି ୪୪ କୋଟି ୭୮ ଲକ୍ଷ ଟଙ୍କା। ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ଅପରେଶନ୍ `ଶେଷ୍‌ ମହଲ' ମୁତାବକ ଏହି ତଥ୍ୟ ସାମ୍ନାକୁ ଆସିଛି। ଯାହା ଜଣାପଡିବା ପରେ ବିଜେପି କେଜରିଓ୍ବାଲଙ୍କୁ ଘେରିଛି।

Kejriwal

ମଙ୍ଗଳବାର ବିଜେପି ପ୍ରେସମିଟ୍‌ କରି, କେଜରିଙ୍କୁ କଡ଼ା ସମାଲୋଚନା କରିଥିଲା। ବିଜେପି ନେତା ରାମବୀର ସିଂହ ବିଧୁଡି କହିଛନ୍ତି କି ଇଏ ସେଇ ଦୋମୁହା ନେତା କେଜରିଓ୍ବାଲ ଯିଏ ପ୍ରତିଶ୍ରୁତି ଦେଇଥିଲେ, ସରକାରକୁ ଆସିବା ପରେ ୨ ବଖରିଆ ଘରେ ରହି ଜୀବନ କାଟିବେ।

କିନ୍ତୁ ଏବେ ସତ ସମସ୍ତଙ୍କ ସାମ୍ନାରେ ଆମ ଆଦମୀ ବା ସାଧାରଣ ଲୋକଙ୍କ ନାରେ ରାଜନୈତିକ ଦଳ ଖୋଳି ଲୋକଙ୍କୁ ଭଣ୍ଡିବା ପରେ ସେ ଏବେ ନିଜ ଘର ପାଇଁ ଖର୍ଚ୍ଚ କରିଛନ୍ତି ପାଖାପାଖି ୪୫ କୋଟି। ହେଲେ ଏତେ ଟଙ୍କା ସେ କେବଳ ଘର ସଜେଇବାରେ ଖର୍ଚ୍ଚ କରିଛନ୍ତି। ତା ମାନେ କ'ଣ ସାଧାରଣ ଲୋକେ ଠିକ ବୁଝି ପାରୁଥିବେ।

ବିଧୁଡି ଏ କଥା ମଧ୍ୟ କହିଛନ୍ତି ଯେ, ନିର୍ବାଚନ ଜିତିଲେ ସିକ୍ୟୁରିଟି ଗାର୍ଡ ରଖିବିନି, ଦାମି ଗାଡିରେ ଚଢିବିନି ବୋଲି ପ୍ରତିଶ୍ରୁତି ଦେଇଥିବା ନେତା ଆଜି ନିଜ ପାଇଁ ୫୦ ଦାମୀ ଗାଡି ବ୍ୟବହାର କରୁଛନ୍ତି। ଯଦି ଏହା ଆମ ଆଦମୀ ଦଳ ନେତାଙ୍କ ଚରିତ୍ର ତା ହେଲେ ଦଳର ଚରିତ୍ର କ'ଣ ହୋଇଥିବ ତାହା ବିଚାର କରନ୍ତୁ।