ଦେଖନ୍ତୁ ଭିଡିଓ: ସାମ୍ନାକୁ ଆସିଲା ଟ୍ରେନ ଦୁର୍ଘଟଣାର ଡ୍ରୋନ୍ ଭିଓ, ଜଣାପଡ଼ୁଛି କେତେ ଭୟାବହ ଥିଲା ଟ୍ରେନ୍ ଦୁର୍ଘଟଣା

 
Train tragedy

ପିଛା ଛାଡୁନି ରେଳ ଦୁର୍ଘଟଣା। ବାହାନଗା ଦୁର୍ଘଟଣା ପରେ ପୁଣି ଏକ ଛାତି ଥରା ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଥିଲା।ଆନ୍ଧ୍ରପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଦୁର୍ଘଟଣା ହୋଇଥିଲା।ଗତ ରାତିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୩ ଛୁଇଁଛି।

Train

ଗୋଟିଏ ଟ୍ରେନ ଲାଇନଚ୍ୟୁତ ହୋଇଥିବା ବେଳେ ଅନୟ ୨ଟି ଟ୍ରେନ ଆସି ଧକ୍କା ହୋଇଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଲା ଯେ, ଏହି ଦୁର୍ଘଟଣା ସିଗନାଲ ତୃଟିରୁ ହୋଇଛି। ତେବେ ଆକାଶମାର୍ଗରୁ ଟ୍ରେନ୍ ଦୁର୍ଘଟଣାର ଭୟଙ୍କର ଚିତ୍ର ଦେଖିଲେ ଶିହରି ଉଠୁଛି ଦେହ । ଚିତ୍ର ଦେଖିଲେ ଜଣାପଡ଼ୁଛି କେତେ ଭୟାବହ ଥିବ ଟ୍ରେନ୍ ଦୁର୍ଘଟଣା ସମୟ।

ବର୍ତ୍ତମାନ ସୁଦ୍ଧା କେବଳ ୧୦ଜଣ ମୃତକଙ୍କ ପରିଛୟ ମିଳିଛି। ତେବେ ମୃତକଙ୍କ ମଧ୍ୟରେ ଓଡ଼ିଶାର କେହି ନଥିବାର କୁହାଯାଇଛି। ସମସ୍ତ ମୃତକ ଆନ୍ଦ୍ରର ବୋଲି କେ. ମୟୂର ଅଶୋକ କହିଛନ୍ତି।

ସୂଚନାଯୋଗ୍ୟ, ବିଶାଖାପାଟଣାରୁ ପଲାସା ଆସୁଥିବା ଟ୍ରେନକୁ ରାୟଗଡା ଆସୁଥିବା ଟ୍ରେନ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ଦୁର୍ଘଟଣା ଯୋଗୁ ଲାଇନଚ୍ୟୁତ ହୋଇଥିବା ଦୁଇଟି ବଗିକୁ ଆଉ ଏକ ମାଲବାହି ଟ୍ରେନ ଧକ୍କା ଦେଇଥିଲା।

ତିନୋଟି ଟ୍ରେନ ମଧ୍ୟରେ ଘଟିଥିବା ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାର କାରଣ ଖୋଜୁଛି ବିଭାଗ। ପ୍ରାଥମିକ ତଦନ୍ତରୁ ଏହା ମନୁଷ୍ୟକୃତ ଏବଂ ସିଗନାଲ ଜନିତ ବୋଲି ରେଳବାଇ ବିଭାଗ ପକ୍ଷରୁ କୁହାଯାଇଛି।