ଦେଖନ୍ତୁ ଭିଡ଼ିଓ: ୫ ବର୍ଷର ଶିଶୁକୁ ଖେଳୁଥିବା ସମୟରେ ହଠାତ କୁକୁର ଦଳ ମାଡ଼ି ବସିଲେ, ଆଉ ତାପରେ...

 
Kukura

ଏକ ଦୁଃଖଦ ଘଟଣା ଘଟିଛି ହାଇଦ୍ରାବାଦର ଏକ ହାଉସିଂ ସୋସାଇଟିରେ । ଯେଉଁଠାରେ ଜଣେ ୫ ବର୍ଷର ବାଳକର ମୃତ୍ୟୁ ଘଟିଛି କୁକୁର ଆକ୍ରମଣରେ । ଶିଶୁଟି ବାଗ ଅମ୍ବରପେଟରେ ଥିବା ଏରୁକୁଲା ବସ୍ତିର ପ୍ରଦିପ ବୋଲି ଜଣାପଡିଛି ।

[poo

ଏହି ଘଟଣା ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ଯେଉଁଥିରେ ବାଳକଟି ରାସ୍ତାରେ ଆରାମରେ ବୁଲୁଥିବା ସମୟରେ କୁକୁରମାନେ ତାଙ୍କୁ ଆକ୍ରମଣ କରିବାର ଦେଖିବାକୁ ମିଳିବ । କୁକୁରମାନେ ପିଲାଟିକୁ କାମୁଡ଼ିବାରେ ଲାଗିଲେ ଏବଂ ଯେତେବେଳେ କେହି ତାଙ୍କୁ ସାହାଯ୍ୟ କରିବାକୁ ଆସିଲେ, ବାଳକଟିର ବହୁତ ରକ୍ତ ବୋହୁଥିଲା ।

jhkj

ଦେଖନ୍ତୁ ଭିଡିଓ :-

ଗଙ୍ଗାଧର ପରିବାର ପେଟ ପୋଷିବା ପାଇଁ ନିଜାମାବାଦରୁ ହାଇଦ୍ରାବାଦକୁ ଆସିଥିଲେ । ରବିବାର ଗଙ୍ଗାଧର ଆପାର୍ଟମେଣ୍ଟ୍‌ ଗେଟ୍‌ରେ ଜଗିଥିବା ବେଳେ ତାଙ୍କ ପୁଅ ସେଠାରେ ଖେଳୁଥିଲା । ହେଲେ ଅଚାନକ ଶିଶୁଟିକୁ କିଛି କୁକୁର ଘେରି ଯାଇଥିଲେ ଓ କୁକୁରମାନେ ମିଶି ଶିଶୁଟିକୁ ଆକ୍ରମଣ କରିଥିଲେ ।

ytrfbhfr

ଏହିପରି ଦୁର୍ଘଟଣା ଭାରତର ବିଭିନ୍ନ ସହରରେ ଅନେକଥର ଘଟିଛି  | ଗତ ସପ୍ତାହରେ, ୟୁପିର ସାହାରନପୁରରେ କୁକୁରମାନେ କାମୁଡ଼ିବା ପରେ ଜଣେ 7 ବର୍ଷର ବାଳକ ପ୍ରାଣ ହରାଇଥିଲା ।