ଇସ୍ରାଏଲ ସେନାରେ ସାମିଲ ହେଲେ ସାମ୍ବାଦିକ, କହିଲେ ଦେଶ ଆଗ, ପତ୍ନୀଙ୍କୁ କଲେ ଗୁଡ଼ବାଏ, ଜାଣନ୍ତୁ ପୁରା ଖବର

 
Judha

ପତ୍ନୀ ଓ ଦେଶ ଭିତରେ ବାଛିଲେ ଦେଶକୁ। ଦେଶ ପାଇଁ ଛାଡ଼ିଲେ ପରିବାର। ନିଜ ପ୍ରାଣକୁ ଦେଶ ନିମନ୍ତେ କରିଦେଲେ ସମର୍ପଣ। ସତରେ ଦେଶ ପ୍ରେମ ସବୁ ପ୍ରେମ ଠାରୁ ନିଆରା ଅଟେ। ମନ ଯେତେବେଳେ ଦେଶ ପ୍ରେମରେ ପଡି ଯାଏ ତାକୁ ସବୁ ସମ୍ପର୍କ ତୁଛ ଲାଗେ ଦେଶ ସାମ୍ନାରେ। ଆଉ କେହି ବାହ୍ୟ ଶତ୍ରୁ ନିଜ ଦେଶକୁ ଆକ୍ରମଣ କରେ ସେତେବେଳେ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ନିଜ ସ୍ବାର୍ଥ ଛାଡ଼ି ଲାଗି ପଡ଼ନ୍ତି ଦେଶ ଅସ୍ତିତ୍ବ ବଞ୍ଚାଇବାରେ।

Journalist
ଏପରି ଏକ ମହାନ୍ ଓ ସ୍ଵାଗତ ଯୋଗ୍ୟ ଘଟଣା ଆସିଛି ଇସ୍ରାଏଲ ରୁ। ଇସ୍ରାଏଲ ପରିସ୍ଥିତି ଏବେ ଅତି ଶୋଚନୀୟ। ହେଲେ ଲୋକ ମାନଙ୍କୁ କିନ୍ତୁ ଭାଙ୍ଗିବାକୁ ଦେଇ ନାହିଁ। ତାଙ୍କ ମନରେ ଥିବା ଦେଶ ଭକ୍ତି ବରଂ ଆହୁରି ଶକ୍ତ କରାଇଛି ତାଙ୍କୁ। ଇସ୍ରାଏଲ ର ସାମ୍ବାଦିକଙ୍କ ଭିଡିଓ ଏବେ ବିଶ୍ଵ ସ୍ତରରେ ଏବେ ଭାଇରାଲ୍ ହେବାରେ ଲାଗିଛି।
ସାମ୍ବାଦିକ ଜଣକ କଲମ ବଦଳରେ ଉଠାଇଛନ୍ତି ବନ୍ଧୁକ। ଶତ୍ରୁକୁ ମାରିବେ ନ ହେଲେ ଶତ୍ରୁ ହାତରେ ନିଜେ ମୃତ୍ୟୁ ବରଣ କରିବେ। ଏପରି ନେଇଛନ୍ତି ସେ ଶପଥ। ସେ କହିଛନ୍ତି ଯେତେବଳେ କଥା ଦେଶ ପାଇଁ ଉଠିବ ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ସବୁ ଛାଡ଼ି ଦେଶକୁ ହିଁ ବାଛିବା ଦରକାର। କାରଣ ଦେଶ ନାହିଁ ତ ପରିଚୟ ନାହିଁ।
Judha
ଇସ୍ରାଏଲ ର ଏହି ସାମ୍ବାଦିକ ଜଣକଙ୍କ ନାମ ହେଉଛି ହନନ୍ୟବ ଅପତାଲ। ସେ ଏକ ଭିଡିଓ କରି ଇସ୍ରାଏଲର ସାଧାରଣ ଜନତାଙ୍କୁ ସୈନ୍ୟରେ ଯୋଗ ଦେବା ପାଇଁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏହା ଅନ୍ୟାୟ ବିରୋଧରେ ନ୍ୟାୟ ଯୁଦ୍ଧ। ନ୍ୟାୟ ନିଶ୍ଚୟ ଯିତିବ।