ଦେଖନ୍ତୁ ଭିଡ଼ିଓ: ନିଜ ଛୁଆକୁ ବଞ୍ଚାଇବା ପାଇଁ ଜଳୁଥିବା ବିଲ୍ଡିଂ ରୁ ତଳକୁ ଫୋପାଡ଼ି ଦେଲେ ମାଆ, ଆଉ ତା ପରେ ଘଟିଲା କିଛି ଏପରି….

 
Woman saves her child

ପିଲାଟିଏ ପାଇଁ ମାଆ ହିଁ ତାର ପ୍ରଥମ ରକ୍ଷା କବଚ ବୋଲି କୁହାଯାଏ। ଏପରିକି ମାଆ ଛୁଆ ଉପରେ ଆସୁଥିବା ବିପଦକୁ ନିଜେ ସାମ୍ନା କରିବାକୁ ପଛାଇ ନଥାଏ। ଜଳୁଥିବା ଫ୍ଲାଟ ଭିତରୁ ନିଜ ଛୁଆକୁ ବଞ୍ଚାଇବା ପାଇଁ ଜଣେ ମହିଳା ପ୍ରାଣପଣେ ଚେଷ୍ଟା କରୁଥିବାର ଭିଡ଼ିଓ ଏହି ଉକ୍ତିଟିକୁ ପ୍ରମାଣ କରୁଛି।

ଦକ୍ଷିଣ ଆଫ୍ରିକାର ଏକ ସହରରୁ ଆସିଥିବା ଏହି ଭିଡ଼ିଓରେ ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ଦେଖିବାକୁ ମିଳୁଛି। ନିଜ ଜୀବନ ବଞ୍ଚାଇବା ପାଇଁ ଲୋକେ ଏଣେ ତେଣେ ଦୌଡୁଥିବା ବେଳେ ଏହି ମହିଳା ନିଜ ଛୋଟ ଝିଅର ଜୀବନ ବଞ୍ଚାଇବା ପାଇଁ ପ୍ରାଣ ପଣେ ଚେଷ୍ଟା କରୁଥିଲେ। ବିଲ୍ଡିଂ ଛାତ ଉପରେ ଠିଆ ହୋଇଥିବା ମହିଳା ଶେଷରେ କୌଣସି ଉପାୟ ନ ପାଇ ଝିଅକୁ ତଳକୁ ଫିଙ୍ଗି ଦେଇଥିଲେ। କିନ୍ତୁ, ଭାଗ୍ୟବଶତଃ ତଳେ ଥିବା ଲୋକମାନେ ପିଲାଟିକୁ ଧରି ପକାଇଥିଲେ। ଦେଖନ୍ତୁ ଭିଡ଼ିଓ:-

ମିଳିଥିବା ସୂଚନା ଅନୁଯାଇ ଉଭୟ ମା-ଝିଅ ଏହି ଭୟନଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ମଧ୍ୟ ଘଟଣାର ଭୟାଭୟତାକୁ ମନରୁ ପୋଛି ପାରିନାହାନ୍ତି। ଘଟଣାକୁ ମନେପକାଇ ମହିଳା ଗଣମାଧ୍ୟମ ଆଗରେ ଭାବବିହ୍ବଳ ହୋଇ ପଡିଥିଲେ। ଏପରି ବିପରୀତ ପରିସ୍ଥିତିରେ ନିଜ ଛୁଆର ଜୀବନ ବଞ୍ଚାଇବା ହିଁ ତାଙ୍କର ପ୍ରଥମ ଲକ୍ଷ୍ୟ ଥିଲା ବୋଲି ସେ କହିଛନ୍ତି। ଘଟଣା ସମୟରେ ବହୁତ ଲୋକ ଛୁଆଟିକୁ ତଳକୁ ପକାଇଦେଲେ ସେମାନେ ସୁରକ୍ଷିତ ଭାବରେ ଧରିନେବେ ବୋଲି କହିଥିଲେ। ନିଆଁରୁ ବର୍ତ୍ତିବା ପାଇଁ ଅନ୍ୟ କୌଣସି ରାସ୍ତା ନଥିବାରୁ ଏପରି କରିଥିବା ମହିଳା ଜଣକ କହିଛନ୍ତି। ଘଟଣାର ଏକ ଭିଡ଼ିଓ ଗଣମାଧ୍ୟମରେ ଦେଖାଇବା ପରେ ଏହା ଭାଇରାଲ ହୋଇଥିଲା।