ଦେଖନ୍ତୁ ଭିଡ଼ିଓ: ତାଲିବାନ ଆକ୍ରମଣରେ ଅସହାୟ ଆଫଗାନବାସୀ ! ଦେଖନ୍ତୁ କୋହଭରା କଣ୍ଠରେ କଣ କହୁଛି ଏହି ଛୋଟ ଆଫଗାନ ଝିଅ….

 
Child crying

ଆଫଗାନିସ୍ତାନରେ ପ୍ରାୟ ଦୁଇ ଦଶନ୍ଧି ପରେ ତାଲିବାନର ପ୍ରଭାବ ପୁଣି ଥରେ ବୃଦ୍ଧି ପାଇଛି। ଏହି ଦକ୍ଷିଣ ଏସୀୟ ଦେଶର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଥିବା ବେଳେ ଏହା ସହ ଜଡିତ ଅନେକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକମାନେ ଦେଶ ଛାଡିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି। ଏପରି ପରିସ୍ଥିତିରେ ଏକ ଛୋଟ ଆଫଗାନ ଝିଅର କୋହଭରା ଭିଡ଼ିଓ ଖୁବ ଭାଇରାଲ ହେଉଛି।

ଇରାନର ସାମ୍ବାଦିକ ମାସିହ ଆଲିନାଜାଦ ଶୁକ୍ରବାର ଟ୍ୱିଟରରେ ଏହି ଭିଡିଓଟିକୁ ସେୟାର କରିଥିଲେ। ପ୍ରାୟ ୪୫ ସେକେଣ୍ଡର ଏହି ଭିଡିଓରେ, ଝିଅଟି କ୍ରମାଗତ ଭାବରେ କାନ୍ଦୁଥିବା ଦେଖାଯାଉଛି। ଏଥିସହିତ କୋହଭରା କଣ୍ଠରେ,"ମୁଁ କାନ୍ଦିବା ବନ୍ଦ କରିପାରିବି ନାହିଁ। ଏହି ଭିଡିଓ କରିବା ପାଇଁ ମୋତେ ଲୁହ ପୋଛି ଦେବାକୁ ପଡିବ।  ଆମ ବିଷୟରେ କେହି ଚିନ୍ତା କରନ୍ତି ନାହିଁ ଏବଂ ଇତିହାସରେ ଆମେ ଧୀରେ ଧୀରେ ମାରିବାକୁ ଯାଉଛୁ" ବୋଲି ଝିଅଟି କହୁଥିବା ଦେଖିବାକୁ ମିଳୁଛି।

ଦେଖନ୍ତୁ ଭିଡ଼ିଓ:-

ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ କ୍ରମାଗତ ଭାବରେ ଏଥିରେ ପ୍ରତିକ୍ରିୟାମାନ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ତାଲିବାନ ଅଧିଗ୍ରହଣ ପରେ ଆଫଗାନ ମହିଳାମାନଙ୍କ ଉପରେ ବିପଦ ବଢ଼ିଯାଇଛି। ସେମାନେ ୧୫ ବର୍ଷ ଉପରେ ଥିବା ଝିଅମାନଙ୍କୁ ନିଜର ଯୌନଦାସୀ କରି ରଖୁଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ତାଲିବାନ ଭୟରେ ଏପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ ୫୦ ହଜ଼ାର ଆଫଗାନବାସୀ ଦେଶ ଛାଡ଼ି ପଳାୟନ କରିଥିବା ସୂଚନା ମିଳିଛି।