ଯାଉଥିଲା ଅଟୋ ପଛପଟୁ ସ୍ପିଡରେ ଜୋରଦାର୍ ଧକ୍କା ଦେଲା କାର୍, ଆଉ ତାପରେ ଅଟୋର ଯାହା ହେଲା ଦେଖନ୍ତୁ ଭିଡିଓ

 
Bhayankar accident

ହାଇଦ୍ରାବାଦରେ ସାଇବରାବାଦ ଅଞ୍ଚଳରୁ ଏକ ମର୍ମନ୍ତୁଦ ଦୁର୍ଘଟଣାର ସିସିଟିଭି ଫୁଟେଜ ବର୍ତ୍ତମାନ ସାମ୍ନାକୁ ଆସିଛି। ଯେଉଁଥିରେ ଧୃତଗତିରେ ଯାଉଥିବା କାରଟିଏ ଏକ ଅଟୋକୁ ବାଡେଇ ଦେଇ ଚାଲିଯାଉଥିବା ଦେଖିବାକୁ ମିଳୁଛି। ଏହି ଫୁଟେଜ୍ ରୁ ହିଁ ଦୁର୍ଘଟଣାର ଭୟାଭୟତାକୁ ଅନୁମାନ କରାଯାଇ ପାରୁଛି।

ଗତ ଜୁନ ୨୭ ତାରିଖରେ ସାଇବରାବାଦ ସ୍ଥିତ ଇନଅର୍ବିଟ୍ ମଲ ସାମ୍ନାରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଅଟୋରେ ସବାର ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଖବର ମୁତାବକ ଦୁର୍ଘଟଣା ଘଟାଇଥିବା କାର ଭିତରେ ୩ ଜଣ ବ୍ୟକ୍ତି ଥିଲେ ଏବଂ ସମସ୍ତେ ନିଶା ସେବନ କରିଥିଲେ। ଦେଖନ୍ତୁ ଭିଡ଼ିଓ:-

ଏହି ଘଟଣାରେ ହାଇଦ୍ରାବାଦ ପୋଲିସ ଗାଡି ଚାଳକ, କୋ-ପ୍ୟାସେଂଜର,ଗାଡି ଚାଳକଙ୍କ ପିତା ସମେତ ୩ ଜଣଙ୍କୁ ଗିରଫ କରିଛି। ଆଇପିସି ଏବଂ ମୋଟର ଯାନ ଅଧିନିୟମର ଅନେକ ଧାରା ଲଗାଇ ପୋଲିସ ସେମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲଣ କରିଛି। ଦୁର୍ଘଟଣାର ଏହି ଭିଡିଓଟିକୁ ANI ତରଫରୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଅପଲୋଡ଼ କରାଯାଇଥିଲା।