ଦେଖନ୍ତୁ ଭିଡ଼ିଓ: ୬୩୦୦ ଫୁଟ ଉଚ୍ଚରୁ ଛିଡିଗଲା ଦୋଳି!! ତଳକୁ ଖସି ପଡିଲେ ଦୁଇ ଯୁବତୀ ଆଉ ତା ପରେ….

 
see video

ଦୁନିଆରେ ଏପରି ମଧ୍ୟ କିଛି ଲୋକ ରହିଛନ୍ତି ଯେଉଁମାନଙ୍କର ବିଭିନ୍ନ ଦୁଃସାହସିକ କାର୍ଯ୍ୟ କରିବାକୁ ସଉକ ରହିଥାଏ। କିନ୍ତୁ, ଏହି କାର୍ଯ୍ୟ ଗୁଡିକ କରିବା ସମୟରେ ଘଟୁଥିବା ଦୁର୍ଘଟଣା ହେତୁ ଜୀବନ ପ୍ରତି ବହୁତ ବିପଦ ରହିଥାଏ। ୬୩୦୦ ଫିଟ ଉପରେ ଦୋଳିରେ ଝୁଲୁଥିବା ଦୁଇ ଯୁବତୀଙ୍କୁ ଏହିପରି ଏକ ଦୁର୍ଘଟଣାର ଶିକାର ହେବାକୁ ପଡିଛି ଯାହାର ସମ୍ପୂର୍ଣ୍ଣ ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଯାଇଛି।

ଡେଲି ମେଲର ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ରୁଷିଆର ଦାଗସ୍ତାନର ସୁଲାକ କ୍ୟାନନରେ ଘଟିଥିଲା। ଏଠାରେ ଥିବା ଏକ ପାହାଡ଼ର ୬୩୦୦ ଫିଟ ଉପରେ ଲୋକମାନେ ଦୋଳି ଖେଳିବାର ଆନନ୍ଦ ନେଉଥିଲେ। କିନ୍ତୁ, ଭିଡ଼ିଓରେ ଦେଖାଯାଉଥିବା ଉକ୍ତ ଦୁଇ ମହିଳା ଦୋଳିରେ ଝୁଲୁଥିବା ବେଳେ ଦୋଳିଟି ଛିଣ୍ଡି ଯାଇଥିଲା। ଫଳରେ ସେମାନେ ପାହାଡ଼ ତଳକୁ ଖସିପଡିଥିଲେ। ଦେଖନ୍ତୁ ଭିଡ଼ିଓ:-


ତେବେ ମିଳିଥିବା ସୂଚନା ଅନୁଯାଇ ଦୁଇ ଯୁବତୀ ଭାଗ୍ୟବଶତଃ ଏହି ଦୁର୍ଘଟଣାରେ ବର୍ତ୍ତି ଯାଇଛନ୍ତି। ସେଠାରେ ସଠିକ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଏପରି ଦୁର୍ଘଟଣା ଘଟିଥିବା ନେଇ ପର୍ଯ୍ୟଟନ ବିଭାଗ ତରଫରୁ କୁହାଯାଇଛି।