ସପିଂ ମଲ୍ ସାମ୍ନାରେ ଜଣେ ପ୍ରେମିକ ପାଇଁ ଭିଡିଗଲେ ୨ ପ୍ରେମିକା, ଗୋଇଠା ବିଧା ସହ ହେଲେ ଚୁଟି ଟଣାଟଣି, ଦେଖନ୍ତୁ ଭିଡ଼ିଓ

 
Jubati marpit

ସାଧାରଣତଃ ଆମ୍ଭେମାନେ ପୁଅମାନଙ୍କୁ ନିଜ ନିଜ ଭିତରେ ଝଗଡ଼ା କରୁଥିବାର ଦେଖିଥାଉ। କିନ୍ତୁ, ସର୍ବସାଧାରଣ ସ୍ଥାନରେ ଝିଅମାନେ ପରସ୍ପର ଭିତରେ ମାରପିଟ କରୁଥିବାର ଦେଖିଛନ୍ତି କି? ମୁଜାଫରପୁର ସହରର ମୋତିଜେଲରେ ଅବସ୍ଥିତ ଏକ ସପିଂମଲରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି।

Jubati marpit

ଭାଇରାଲ ହୋଇଥିବା ଏହି ଭିଡ଼ିଓଟିରେ ପ୍ରଥମେ ଦୁଇ ଜଣ ଯୁବତୀ କୌଣସି କାରଣରୁ ହାତାହାତି ହେଉଥିବା ଦେଖିବାକୁ ମିଳୁଛି। ଅନ୍ୟଜଣେ ଯୁବତୀ ସେମାନଙ୍କ ଭିତରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ ହେଁ ଉତକ୍ଷିପ୍ତ ହୋଇ ରହିଥିବା ଯୁବତୀମାନେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଦେଖନ୍ତୁ ଭିଡ଼ିଓ:-

ଯୁବତୀମାନଙ୍କ ଭିତରେ ଚୁଟି ଟଣାଟଣି ଠାରୁ ଆରମ୍ଭ ହୋଇ ଗୋଇଠା-ବିଧା ପର୍ଯ୍ୟନ୍ତ କଥା ଚାଲି ଯାଇଥିଲା। ସେଠାରେ ଯୁବତୀମାନଙ୍କର ଏଭଳି କାରନାମା ବେସ୍ କିଛି ସମୟ ଧରି ଚାଲିଥିଲା। ଶେଷରେ ମଲ ବାହାରେ ବିଶୃଙ୍ଖଳା ସୃଷ୍ଟି ହେଉଥିବାରୁ ମଲ୍ କର୍ମଚାରୀ ଏଥିରେ ହସ୍ତକ୍ଷେପ କରିଥିଲେ। ସେମାନେ ଝଗଡ଼ା କରୁଥିବା ଯୁବତୀମାନଙ୍କୁ ମଲ୍ ପରିସରରୁ ବାହାର କରିଦେବା ପରେ ସେଠାରେ ସ୍ଥିତି ସାମାନ୍ୟ ହୋଇଥିଲା। ତେବେ ଏହି ସବୁ ଘଟଣା ତ୍ରିକୋଣୀୟ ପ୍ରେମର ପରିଣତି ବୋଲି କୁହାଯାଉଛି।