ଢାବାରେ ବସି ଖାଉଥିଲେ ୪ ଗ୍ୟାଙ୍ଗଷ୍ଟାର୍, ଫିଲ୍ମ ଷ୍ଟାଇଲରେ ଏମିତି ପ୍ଲାନିଂ କରି ଧରିଲା ପୋଲିସ୍, ଦେଖନ୍ତୁ ଭିଡ଼ିଓ

 
Police gangster


ପୋଲିସ ଅପରାଧୀ ଏବଂ ଗ୍ୟାଙ୍ଗଷ୍ଟାର୍ ମାନଙ୍କୁ ଟ୍ରାପ୍ କରି ଧରିବାର ଅନେକ ଦୃଶ୍ୟ ଆମେ ସିନେମାରେ ଦେଖିଛେ। କିନ୍ତୁ ବର୍ତ୍ତମାନ ଏପରି ଏକ ଭିଡିଓ ସାମ୍ନାକୁ ଆସୁଛି ଯେଉଁଥିରେ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ଫିଲ୍ମ ଷ୍ଟାଇଲରେ କିଛି ଗ୍ୟାଙ୍ଗଷ୍ଟାର୍ ମାନଙ୍କୁ ରିଅଲରେ ଧରୁଥିବାର ଦେଖିବାକୁ ମିଳୁଛି।


ଅହମଦାବାଦ କ୍ରାଇମବ୍ରାଞ୍ଚ ଗୁରୁବାର ଦିନ ପାଟନ ଜିଲ୍ଲାର ଏକ ଢାବାରେ ବସିଥିବା ସଶସ୍ତ୍ର ଅପରାଧିମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଏହି ଘଟଣାକ୍ରମରେ ଚାରିଜଣ ଅପରାଧି ରାସ୍ତା କଡ଼ରେ ଥିବା ଏକ ଢାବାରେ ଖାଉଥିଲେ। ସେମାନେ ପରସ୍ପର ମଧ୍ୟରେ କଥାବାର୍ତା ହେଉଥିବା ବେଳେ ସେଠାରେ ପୂର୍ବରୁ ସାଧା ପୋଷାକରେ ଅପେକ୍ଷାରତ ଥିବା ପ୍ରାୟ ୭ ରୁ ୮ ପୋଲିସ କର୍ମଚାରୀ ସେମାନଙ୍କୁ ଅତର୍କିତ ଭାବରେ ମାଡ଼ି ବସିଥିଲେ। ଦେଖନ୍ତୁ ଭିଡ଼ିଓ:-



ପ୍ରଥମେ ସେମାନଙ୍କ ଠାରୁ ମାରଣାସ୍ତ୍ର ଜବତ କରିବା ପରେ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଅପରାଧୀ କିଶୋର କଣ୍ଟିଲାଲ ପଞ୍ଚଲ ବୋଲି ଜଣାପଡିଛି। ତାଙ୍କ ନିକଟରୁ ଏକ ପିସ୍ତଲ, ମାଗାଜିନ୍ ଏବଂ ପାଞ୍ଚଟି ଲାଇଭ କାର୍ଟ୍ରିଜ ଉଦ୍ଧାର କରାଯାଇଛି। ତେବେ ଧରାପଡିଥିବା ୪ ବ୍ୟକ୍ତି ଅନେକ ଦୁଷ୍କର୍ମ, ଡକାୟତି, ଚୋରି ଏବଂ ହତ୍ୟା ଘଟଣାରେ ଲିପ୍ତ ଥିବା ଜାଣିବାକୁ ମିଳିଛି।