ଦୁନିଆର ଏଭଳି ଏକ ରହସ୍ୟମୟ ଗାଁ ଯେଉଁଠି ଜନ୍ମ ହୁଅନ୍ତି କେବଳ କନ୍ୟା ସନ୍ତାନ, କାରଣ ଜାଣି ହୋସ୍ ଉଡିଯିବ

 
ଦୁନିଆର ଏଭଳି ଏକ ରହସ୍ୟମୟ ଗାଁ ଯେଉଁଠି ଜନ୍ମ ହୁଅନ୍ତି କେବଳ କନ୍ୟା ସନ୍ତାନ, କାରଣ ଜାଣି ହୋସ୍ ଉଡିଯିବ

ସମଗ୍ର ବିଶ୍ୱରେ ଏପରି ଅନେକ ଅଜବ ଗଜବ୍ ଘଟଣା ଘଟିଥାଏ, ଯାହା ବିଷୟରେ ଜାଣିବା ପରେ କଦାପି ବିଶ୍ୱାସ ହୋଇନଥାଏ। ଏହିଭଳି ଏକ ଗାଁ ବିଷୟରେ ଆମେ କହିବାକୁ ଯାଉଛୁ ଯେଉଁଠାରେ ଗତ ଏକ ଦଶନ୍ଧି ଭିତରେ କୌଣସି ପୁଅ ଜନ୍ମ ହୋଇନାହାନ୍ତି। ଏହି କଥା ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ପ୍ରକୃତରେ ସତ୍ୟ ଅଟେ। 

ଏକ ରିପୋର୍ଟ ଅନୁଯାୟୀ, ଗତ ଦଶନ୍ଧି ଧରି ପୋଲାଣ୍ଡର ମିଜେସେ ଓଡ୍ରଜାନସ୍କି ନାମକ ଗାଁରେ କୌଣସି ବାଳକ ଜନ୍ମ ହୋଇ ନାହାଁନ୍ତି। ଯେଉଁଥିପାଇଁ ଏଠାକାର ମେୟର କାହା ଘରେ ପୁଅ ଜନ୍ମ ହେଲେ ତାଙ୍କୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଛନ୍ତି। 

ଏହି ଗାଁ ବିଷୟରେ ଜାଣିବା ପରେ ବୈଜ୍ଞାନିକମାନେ ଏହି ସ୍ଥାନ ଅନୁସନ୍ଧାନ ମଧ୍ୟ କରିଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ସାମ୍ବାଦିକ ଏବଂ ଗଣମାଧ୍ୟମ ମଧ୍ୟ ପୋଲାଣ୍ଡର ଏହି ଗାଁ ବିଷୟରେ ଜାଣିବା ପାଇଁ ଅନୁସନ୍ଧାନ ଚଳାଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଗାଁର ପ୍ରାୟ ୩୦୦ ଲୋକ ଅଛନ୍ତି। କିନ୍ତୁ ଗତ ଦଶନ୍ଧି ଧରି ଗୋଟିଏ ବି ପୁତ୍ର ସନ୍ତାନ ଜନ୍ମ ନ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ବୈଜ୍ଞାନିକ ମାନଙ୍କ ପାଖରେ ମଧ୍ୟ ଏହାର କିଛି ଠୋସ୍ ପ୍ରମାଣ ନଥିବା ଜାଣିବାକୁ ମିଳିଛି।