ସାପକୁ ରାକ୍ଷୀ ବାନ୍ଧି ସବୁ ଦିନ ପାଇଁ ଶୋଇଗଲା ଭାଇ, ଚୋଟ ମାରିଦେଲା ନାଗୁଣୀ, ଦେଖନ୍ତୁ ଭିଡିଓରେ ଛାତିଥରା ଦୃଶ୍ୟ

 
Sapa kamuda re mrutyu

ଦେଶରେ ପ୍ରତିବର୍ଷ ହଜ଼ାର ହଜ଼ାର ଲୋକେ ସର୍ପ ଦଂଶନରେ ମୃତ୍ୟୁ ବରଣ କରିଥାନ୍ତି। କିନ୍ତୁ, ସବୁଠାରୁ ବଡ଼ କଥା ହେଉଛି ଏମାନଙ୍କ ଭିତରୁ ଅଧିକାଂଶ ଲୋକେ ନିଜ ଭୁଲ ଏବଂ ଅସାବଧାନତା ହେତୁ ହିଁ ସାପ କାମୁଡ଼ାର ଶିକାର ହୋଇଥାନ୍ତି। ଗତ ରବିବାର ରାକ୍ଷୀ ପୂର୍ଣ୍ଣିମା ଦିନ ମଧ୍ୟ ଏହିପରି ଏକ ଘଟଣାର ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ସାମାନ୍ୟ ଅସାବଧାନତା ହେତୁ ଜଣେ ସାପ ଧରାଳିଙ୍କର ଜୀବନ ଚାଲିଯାଇଛି।

Jubaka mrutyu

ବିହାର ପାଟନାର ବସିନ୍ଧା ମନମୋହନ ସାପ ମାନଙ୍କୁ ଭଲ ପାଆନ୍ତି। ଏପରିକି ସେ ଗତ ୧୦ ବର୍ଷ ହେବ ସାପ ଉଦ୍ଧାର କରିବା ସହିତ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ଛାଡ଼ି ଦେବାର କାର୍ଯ୍ୟ କରିଥାନ୍ତି। ରବିବାର ଦିନ ସେ ନିଜ ଘରେ ଦୁଇଟି ନାଗ ସାପଙ୍କୁ ଧରି ତାଙ୍କ ଦେହରେ ଟିକା ଲଗାଇବା ସହ ରାକ୍ଷୀ ବାନ୍ଧିବାକୁ ପ୍ରୟାସ କରୁଥିଲେ ଯାହା ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା।

ଭାଇରାଲ ହେଉଥିବା ଭିଡ଼ିଓରେ ସେ ଦୁଇଟି ସାପକୁ ଲାଞ୍ଜରୁ ଧରି ତାଙ୍କ ମଥାରେ ଟିକା ଲଗାଇବାକୁ ପ୍ରୟାସ କରୁଥିବା ବେଳେ ଗୋଟିଏ ସାପ ତାଙ୍କ ପାଦକୁ କାମୁଡ଼ି ଦେଉଥିବା ଦେଖିବାକୁ ମିଳିଥିଲା। ଦେଖନ୍ତୁ ଭିଡ଼ିଓ:-

ସର୍ପ ଦଂଶନ ପରେ ମନମୋହନଙ୍କୁ ପରିବାର ଲୋକେ ଝଡ଼ା ଫୁଙ୍କା କରି ଭଲ କରିବାକୁ ପ୍ରୟାସ କରିଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଆଣ୍ଟି ଭେନମ୍ ଇଞ୍ଜେକ୍ସନ ଉପଲବ୍ଧ ନଥିଲା। ଆଉ ଏକ ଡ଼ାକ୍ତରଖାନା ସ୍ଥାନାନ୍ତରିତ କରିବା ସମୟରେ ବିଳମ୍ବ ହେବାରୁ ମନମୋହନଙ୍କର ଅକାଳ ବିୟୋଗ ଘଟିଥିବା ଜାଣିବାକୁ ମିଳିଛି।