ଦେଖନ୍ତୁ ଭିଡ଼ିଓ: ଗାଜା ସହର ଉପରେ ଇସ୍ରାଏଲର ରାକେଟ୍ ଆକ୍ରମଣ ପରେ ନିମିଶକେ ଧ୍ୱଂସ ହୋଇଗଲା ଅଟ୍ଟାଳିକା

 
ଦେଖନ୍ତୁ ଭିଡ଼ିଓ: ଗାଜା ସହର ଉପରେ ଇସ୍ରାଏଲର ରାକେଟ୍ ଆକ୍ରମଣ ପରେ ନିମିଶକେ ଧ୍ୱଂସ ହୋଇଗଲା ଅଟ୍ଟାଳିକା

ଗାଜା ସହରର ଏକ ବହୁ ମହଲା କୋଠା କୁ ଶନିବାର ଦିନ ଇସ୍ରାଏଲ୍ ଆର୍ମି ଏୟାର ଷ୍ଟ୍ରାଇକ୍ କରି ଭାଙ୍ଗିଦେଇଛି। ଏହି ଆକ୍ରମଣ ରେ ଆସୋସିଏଟେଡ୍ ପ୍ରେସ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ପ୍ରତିଷ୍ଠାନଗୁଡିକ ଭାଙ୍ଗି ଦିଆଯାଇଥିଲା। ଇସ୍ରାଏଲ ସୈନ୍ୟବାହିନୀର ଏହି ସାମ୍ପ୍ରତିକ ପଦକ୍ଷେପ, ଆତଙ୍କବାଦୀ ସଂଗଠନ ହାମାସ୍ ସହିତ ଚାଲିଥିବା ସଂଗ୍ରାମର ଏକ ଅଂଶ ଅଟେ।

ପୂର୍ବରୁ ଏହି ବିଲ୍ଡିଂ ରୁ ସମସ୍ତଙ୍କୁ ବାହାରି ଯିବାକୁ କହିଥିଲା ଇସ୍ରାଏଲ ସେନା,ତେବେ ଏହି ନିର୍ଦ୍ଦେଶ ଦେବାର ଏକ ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିଲା।  ଏହି ବିଲ୍ଡିଂରେ ଥିବା ଆବାସିକ ଆପାର୍ଟମେଣ୍ଟ ବ୍ୟତୀତ ଏପି, ଅଲ-ଜଜିରା ଏବଂ ଅନ୍ୟାନ୍ୟ ସଂସ୍ଥା ଗୁଡିକର କାର୍ଯ୍ୟାଳୟ ମଧ୍ୟ ରହିଥିଲା।

ଏହି ଆକ୍ରମଣର ଏକ ଭିଡ଼ିଓ ଇଣ୍ଟରନେଟ ରେ ଅପଲୋଡ଼ କରାଯାଇଛି। ତେବେ ଆକ୍ରମଣ ହେତୁ ୧୨ ମହଲା ଏହି କୋଠାଟି ସମ୍ପୂର୍ଣ୍ଣ ଭାବରେ ଧୂଳିସାତ୍ ହୋଇଯାଇଥିଲା। ଏହି କୋଠାକୁ କାହିଁକି ଟାର୍ଗେଟ କରାଯାଇଥିଲା ସେ ସମ୍ପର୍କରେ ଇସ୍ରାଏଲ ସେନା ତରଫରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଦେଖନ୍ତୁ ଭିଡିଓ-

ଏହି ବିଲ୍ଡିଂ ଉପରେ ଅପରାହ୍ନରେ ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ବିଲ୍ଡିଂର ମଲିକଙ୍କୁ ଡାକି ଏହାକୁ ଟାର୍ଗେଟ କରିବାକୁ ଚେତାବନୀ ଦେଇଥିଲେ। ଏହା ପରେ ଏପି ଏବଂ ଅନ୍ୟମାନେ ତୁରନ୍ତ ଅନ୍ୟ ବିଲ୍ଡିଂକୁ ସ୍ଥାନାନ୍ତର ହୋଇ ଯାଇଥିଲେ। କାତାର ସରକାରଙ୍କ ଅନୁଦାନ ପ୍ରାପ୍ତ ଅଲ-ଜଜିରା ନ୍ୟୁଜ୍ ନେଟୱାର୍କ ବିଲ୍ଡିଂ ଉପରେ ହୋଇଥିବା ଆକ୍ରମଣ ଏବଂ ଏହାର ବିନାଶର ସିଧା ପ୍ରସାରଣ କରିଥିଲା।