ଦେଖନ୍ତୁ ଭିଡିଓ: ପୂର୍ବରୁ ଦେଖିନଥିବେ ଏପରି ଲଢେଇ! ଗୋଟିଏ ପୁଅ ପାଇଁ ଦୁଇ ଝିଅଙ୍କ ମଧ୍ୟରେ ଯୁଦ୍ଧ

 
Jhia ladhei

ଗୋଟିଏ ପୁଅ ପାଇଁ ୨ଟି ଝିଅଙ୍କ ମଧ୍ୟରେ ମହାଭାରତ । କଲେଜ୍ ରେ ଆରମ୍ଭ କରିଦେଲେ ହାଇଡ୍ରାମା । ପ୍ରଥମେ ଯୁକ୍ତିତର୍କ ପରେ ଆରମ୍ଭ ହୋଇ ଯାଇଥିଲା କୁସ୍ତି ଲଢ଼ା ଲଢ଼ି । ତାହା ପୁଣି ପ୍ରେମ ଜନିତ । ଗୋଟିଏ ପୁଅ ପାଇଁ ଲଢା ଲଢ଼ି ୨ଯୁବତୀ ।

ଭୁ

ସୋସିଆଲ ମିଡିଆରେ ବର୍ତ୍ତମାନ କେରଳର ଏକ ଭିଡିଓ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆପଣ ଦେଖିବାକୁ ପାଇବେ ଯେ କଲେଜ୍ କ୍ୟାମ୍ପସ ଭିତରେ ହିଁ ୨ଯୁବତୀ ଛାତ୍ରୀ ନିଜ ନିଜ ମଧ୍ୟରେ ଆରମ୍ଭ କରି ଦେଇଛନ୍ତି କଳି ଝଗଡ଼ା । ଏବଂ ଏହି ଘଟଣାର ମଜା ନେଉଛନ୍ତି ଉପସ୍ଥିତ ଛାତ୍ର ଛାତ୍ରୀ ।

ସୂଚନା ଅନୁସାରେ ଯୁବତୀ ଦୁଇ ଜଣଙ୍କ ମଧ୍ୟରେ ଝଗଡାର କାରଣ ହେଉଛି ସେମାନେ ଗୋଟିଏ ପୁଅକୁ ଭଲ ପାଆନ୍ତି । ଜଣେ ଅନ୍ୟ ଜଣଙ୍କ ବିପକ୍ଷରେ ଜାଣିବା ପରେ ସୃଷ୍ଟି ହୋଇଥିଲା ଏଭଳି ଦୃଶ୍ୟ । ତେବେ କେହି ଜଣେ ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିବା ପରେ ଭିଡିଓଟି ରୋକିବା ନାମ ନେଉନି ।

ସୋସିଆଲ ମିଡ଼ିଆ ୟୁଜର୍ସ ମାନେ ନାନା କମେଣ୍ଟ ଦେଉଛନ୍ତି ଏହି ଭିଡିଓକୁ ନେଇ । ତେବେ ଏଠାରେ ପ୍ରଶ୍ନ ଉଠୁଛି କଲେଜ୍ କ୍ୟାମ୍ପସର ହୋଇଥିବା ବେଳେ କେହି ପ୍ରତିବାଦ କରିବାର ଦେଖିବାକୁ ମିଳୁ ନାହିଁ । ଏପରିକି ସାଙ୍ଗ ସାଥୀ ପିଲାମାନେ ମଧ୍ୟ ଅଟକାଇବା ପରିବର୍ତ୍ତେ ମଜା ନେଉଛନ୍ତି ଓ ଭିଡ଼ିଓ କରି ସେୟାର କରୁଛନ୍ତି ।