ଓଡ଼ିଶା ଲିଙ୍କ! ଶାହାରୁଖ୍‌ ଖାନ୍‌ଙ୍କ ପୁଅ ସହ ଡ୍ରଗ୍ସର ମଜା ନେଇ ଗିରଫ ହେଲେ ଓଡ଼ିଶାର ୨ ଯୁବକ, ଜାଣନ୍ତୁ କିଏ ସେମାନେ

 
Ncb arrest

ମୁମ୍ବାଇ ହାଇପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟି ମାମଲାରେ ସାମ୍ନାକୁ ଆସିଛି ଓଡ଼ିଆ ଲିଙ୍କ। ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦୁଇ ଜଣ ଓଡ଼ିଆଙ୍କ ସହିତ ମୋଟ ୧୧ ଜଣଙ୍କୁ ଗିରଫ କରିଛି। ଏହି ଦୁଇ ଓଡ଼ିଆଙ୍କ ନାମ ମନିଷ ରାଜଗରିଆ ଏବଂ ଅଭିନ ସାହୁ ବୋଲି ଜଣାପଡିଛି। ଉଭୟଙ୍କ ଘର ରାଉରକେଲାର ରଘୁନାଥ ପଲ୍ଲୀ ର ବୋଲି ଜଣାପଡ଼ିଛି। ଏଥିସହିତ ଏନ୍‌ସିବି ଏହି ମାମଲାରେ ୪ ଅୟୋଜକଙ୍କୁ ମଧ୍ୟ ଅଟକ ରଖିଛି। ସେମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି।

Drugs case

ଉଭୟ ଓଡ଼ିଆ ଯୁବକଙ୍କ ପାଖରୁ ଅଳ୍ପ ପରିମାଣର ଡ୍ରଗ୍ସ ମଧ୍ୟ ଜବତ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସୋମବାର ରେଭ୍‌ ପାର୍ଟି ମାମଲାରେ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ସମେତ ୧୧ ଜଣଙ୍କୁ ପୋଲିସ ଗିରଫ କରିଥିଲା।

Drugs

ଆର୍ଯ୍ୟନ୍‌ କେବଳ ଡ୍ରଗ୍ସ ସେବନ କରୁନଥିଲେ ବରଂ ସେ ଡ୍ରଗ୍ସ କାରବାରରେ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ ଦାବି କରାଯାଉଛି। ପୋଲିସ ଆର୍ଯ୍ୟନଙ୍କ ସମେତ ଅନ୍ୟ ସମସ୍ତ ଅଭିଯୁକ୍ତମାନଙ୍କୁ ଆସନ୍ତା ୭ ଅକ୍ଟୋବର ଯାଏଁ ରିମାଣ୍ଡରେ ନେଇଛି। ପୋଲିସ ଅଧିକ ତଦନ୍ତ ସହିତ ପଚରାଉଚରା ଜାରି ରଖିଥିବାରୁ, ଏହି ମାମଲାରେ ଅଧିକ ଲୋକଙ୍କର ସମ୍ପୃକ୍ତି ରହିଥିବା ଅନୁମାନ କରାଯାଉଛି।