ପରଷ୍ପରକୁ ସାତ ଜନ୍ମର ସାଥୀ ବାଛିଲେ ୨ ମହିଳା ଡାକ୍ତର, ସରିଲା ନିର୍ବନ୍ଧ ହେବ ବାହାଘର, ପୂରା ଘଟଣା ଜାଣି ହେବେ ତାଜୁବ୍ ଦେଖନ୍ତୁ ଭିଡ଼ିଓ

 
Baha hebe jubati

କଥାରେ ଅଛି ଯଦି ଦୁଇ ପ୍ରେମୀ ଜୀବନ ସାରା ସାଥି ହୋଇ ରହିବା ପାଇଁ ନିଷ୍ପତ୍ତିରେ ଅଟଳ ହୋଇ ରହନ୍ତି ତେବେ ଦୁନିଆର କୌଣସି ଶକ୍ତି ସେମାନଙ୍କୁ ଅଲଗା କରି ପାରିବ ନାହିଁ। ଏହାର ଏକ ଉଧାହରଣ ନାଗପୁର ସହରରେ ଦେଖିବାକୁ ମିଳିଛି ଯେଉଁଠାରେ ଦୁଇ ଜଣ ଯୁବତୀ ସମଲିଙ୍ଗୀ ବିବାହ କରିବାକୁ ଯାଉଛନ୍ତି ଏବଂ ସେମାନଙ୍କର ନିର୍ବନ୍ଧ ମଧ୍ୟ ସରିଯାଇଛି। ଉଭୟ ଯୁବତୀ ପେସାରେ ଡାକ୍ତର ହୋଇଥିବା ବେଳେ ସେମାନଙ୍କ ପରିବାର ତରଫରୁ ମଧ୍ୟ ସ୍ୱୀକୃତି ମିଳି ସାରିଛି।

Couple

ସୂଚନା ମୁତାବକ ନାଗପୁର ବସିନ୍ଧା ଡାକ୍ତର ସୁରଭି ମିତ୍ରାଙ୍କ ସହିତ କୋଲକାତା ବସିନ୍ଧା ପରୋମିତା ମୁଖାର୍ଜୀଙ୍କର ଦେଖା ହୋଇଥିଲା। ଧୀରେ ଧୀରେ ସେମାନଙ୍କ ଭିତରେ ସମଲିଙ୍ଗୀ ପ୍ରେମ ସମ୍ପର୍କ ଗଢି ଉଠିଥିବା ବେଳେ ଏବେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ତଳେ ଉଭୟ ପରିବାରର ସଦସ୍ୟଙ୍କ ଉପସ୍ଥିତିରେ ସେମାନଙ୍କର ନିର୍ବନ୍ଧ ମଧ୍ୟ ସରିଛି ଯାହାକୁ ସେମାନେ "ସିଭିଲ୍ ୟୁନିୟନ୍"ର ନାଁ ଦେଇଛନ୍ତି। ସେହିପରି ବିବାହକୁ ସେମାନେ "ଲାଇଫଟାଇମ କମିଟମେଣ୍ଟ" ବୋଲି କହୁଛନ୍ତି।

To be married

ସବୁଠାରୁ ବଡ଼ କଥା ହେଉଛି ଏହି ବିବାହ ପାଇଁ ସୁରଭିଙ୍କର ପରିବାର ସମ୍ପୂର୍ଣ୍ଣ ଭାବରେ ରାଜି ଥିଲେ। ସେମାନେ ନିଜ ଝିଅର ସମାଲିଙ୍ଗୀ ହେବା କଥା ଆଗରୁ ଜାଣିଥିଲେ। ଅନ୍ୟପକ୍ଷରେ ପରୋମିତାଙ୍କ କହିବା ଅନୁଯାଇ ତାଙ୍କର ସମଲିଙ୍ଗୀ ହେବା କଥା ତାଙ୍କ ବାପା ୨୦୦୩ ମସିହାରୁ ଜାଣିଥିଲେ କିନ୍ତୁ ମାଆ ଗତ କିଛି ମାସ ହେବ ଜାଣିବା ପରେ ଏହି ବିବାହକୁ ସମର୍ଥନ କରୁନଥିଲେ।

କିନ୍ତୁ, ଝିଅର ଖୁସି ଆଗରେ ଶେଷରେ ସେ ରାଜି ହୋଇ ଯାଇଛନ୍ତି। ତେବେ, ଗୋଆରେ ଉଭୟଙ୍କର ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ଏହି ସମଲିଙ୍ଗୀ ଯୋଡି ଏବେ ଠାରୁ ହିଁ ସେମାନଙ୍କର ଭବିଷ୍ୟତକୁ ନେଇ ପ୍ଲାନ କରିସାରିଛନ୍ତି। ଆଗକୁ ଯାଇ ସେମାନେ ଏକ ସନ୍ତାନ ଜନ୍ମ ଦେବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି।