20 ବର୍ଷ ହେଲା ପିଞ୍ଜରା ରେ ଥିଲା ଏହି କଇଁଛ ! ମୁକୁଳିବା ପରେ ନିଜ ଘର ଖୋଜି ଖୋଜି 37000 କିମି ଯାତ୍ରା କଲା, ଘଟଣା ଟି ଆଶ୍ଚର୍ଯ୍ୟଜନକ

 
20 ବର୍ଷ ହେଲା ପିଞ୍ଜରା ରେ ଥିଲା ଏହି କଇଁଛ ! ମୁକୁଳିବା ପରେ ନିଜ ଘର ଖୋଜି ଖୋଜି 37000 କିମି ଯାତ୍ରା କଲା, ଘଟଣା ଟି ଆଶ୍ଚର୍ଯ୍ୟଜନକ

କଇଁଛ ସମୁଦ୍ରରେ ବାସ କରୁଥିବା ଏକ ସୁନ୍ଦର ପ୍ରାଣୀ ଅଟେ, ସାଧାରଣତଃ ଶାନ୍ତ ଦେଖାଯାଉଥିବା କଇଁଛମାନଙ୍କର ଶିକାର ରେ ଗତ କିଛି ବର୍ଷ ମଧ୍ୟରେ ଅଭିବୃଦ୍ଧିର ଲକ୍ଷ କରାଯାଇଛି। ତେବେ କଇଁଛ ମାନେ ନିଜ ଜୀବନ କାଳ ଭିତରେ ବହୁତ ବାଟ ଅତିକ୍ରମ କରୁଥିବା କଥା ଆପଣ ନିଶ୍ଚିତ ଶୁଣିଥିବେ। 

ତେବେ ଏକ କଇଁଛ ସମୁଦ୍ରରେ ୩୭ ହଜାର କିଲୋମିଟର ଯାତ୍ରା କରିବା କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚିତ। ଜୀବବିଜ୍ଞାନୀଙ୍କ ଅନୁଯାୟୀ, ଯୋଶୀ ନାମକ ଏହି କଇଁଛ ୩୭ ହଜାର କିଲୋମିଟର ଯାତ୍ରା କରି ନିଜ ସନ୍ତାନ ଏବଂ ଜନ୍ମ ସ୍ଥାନ ଖୋଜିଥିଲା।

ସେ ପିଞ୍ଜରା ରୁ ମୁକ୍ତ ହେବାପରେ ନିଜ ଯାତ୍ରା ଆଫ୍ରିକା ଠାରୁ ଆରମ୍ଭ କରି ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଯାଇଥିଲା। ଏହି ପ୍ରାଣୀମାନେ କିପରି ଏବଂ କାହିଁକି ଏତେ ଦିନ ଯାତ୍ରା କରି ଥାନ୍ତି ତାହା ଜାଣିବା ପାଇଁ ଗବେଷଣା ଚାଲିଥିବା ଜଣା ଯାଇଛି।

ଏକ ରିପୋର୍ଟ ଅନୁଯାୟୀ, ଯୋଶୀ ନାମକ ଏହି କଇଁଛକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।  ଯାହା ପରେ ପଶୁପ୍ରେମୀମାନେ ତାକୁ ସୁସ୍ଥ ହେବା ପର୍ଯ୍ୟନ୍ତ ଚିକିତ୍ସା କରିଥିଲେ। ଏହି ସମୟରେ, ତା ଶରୀର ଉପରେ ଏକ ସାଟେଲାଇଟ୍ ଟ୍ୟାଗ୍ ଲଗା ଯାଇଥିଲା। ତେବେ ୨୦ ବର୍ଷ ପିଞ୍ଜରା ରେ ରହିବ ପରେ ତାକୁ ମୁକ୍ତ କରାଯାଇଥିଲା। ତା’ପରେ ସେ ନିଜ ଗନ୍ତବ୍ୟ ସ୍ଥଳର ସନ୍ଧାନରେ ପ୍ରାୟ ୩୭ ହଜାର କିଲୋମିଟର ଯାତ୍ରା କରିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।