ରିଲ୍ସ ଷ୍ଟାରଙ୍କ ପ୍ରେମରେ ପାଗଳ ଟ୍ରକ୍ ଡ୍ରାଇଭର, ତୁମେ ଅସୁସ୍ଥ ଅଛ ମୁଁ ଟ୍ରକ୍ ଚଳାଇପାରୁନି, ଆଉ ତାପରେ...

 
Reels girl truck driver

ସାଉଥ୍ ହିରୋଇନଙ୍କ ପ୍ରେମରେ ପଡିଲେ ଟ୍ରକ୍ ଚାଳକ । ପ୍ରେମ ତାଙ୍କର ଏକ ତରଫା ହେଲେ ମଧ୍ୟ ସେ ନିଜ ଦୁଇ କିଡନୀ ଦେବାକୁ ବି ପ୍ରସ୍ତୁତ ଅଛନ୍ତି। ଏ ଘଟଣାଟି ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ।

କୁହାଯାଏ ପ୍ରେମ କେତେେଳେ କାହାକୁ କେଉଁଠି ହୋଇଯାଏ ତାହା କହି ହୁଏନି । ଏପରି କିଛି ଦେଖିବାକୁ ମିଳିଛି ଏହି ଟ୍ରକ୍ ଡ୍ରାଇଭରଙ୍କ କ୍ଷେତ୍ରରେ।

ସି

ସାଉଥ୍ ଅଭିନେତ୍ରୀ ସଞ୍ଜିତା ବସୁଙ୍କ ପ୍ରେମରେ ପଡିଛନ୍ତି ଟ୍ରକ୍ ଚାଳକ ଜଣକ। ସାଉଥ୍ ଫିଲ୍ମ ଫାଷ୍ଟ ଡେ ଫାଷ୍ଟ ସୋରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସଞ୍ଜିତା । ତାଙ୍କ ଅଭିନୟକୁ ନେଇ ଲୋକେ ତାଙ୍କୁ ବେଶ୍ ପସନ୍ଦ କରନ୍ତି। ସୋସିଆଲ ମିଡ଼ିଆରେ ସଞ୍ଜିତା ଙ୍କର ଅନେକ ଫଲୋଅର୍ସ ରହିଥିବା ବେଳେ ସେ ମଧ୍ୟ ସୋସିଆଲ ମିଡ଼ିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି। 

ରବି କୁମାର ମିଶ୍ର ନାମକ ଜଣେ ଫେସ୍ ବୁକ୍ ବ୍ୟବହାରକାରୀ ତାଙ୍କ ଆକାଉଣ୍ଟରେ ଏହି ଟ୍ରକ୍ ଚାଳକଙ୍କ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଟ୍ରକ୍ ଚାଳକ ଜଣକ କହୁଛନ୍ତି ମୁ ସଞ୍ଜିତାଙ୍କୁ ଖୁବ୍ ଭଲ ପାଏ। ତାଙ୍କ ବିନା ମୁଁ ରହି ପାରିବି ନାହିଁ।

ତାଙ୍କୁ ମୁଁ କେବେ ସାମ୍ନାରେ ଦେଖିନି ସତ ହେଲେ ତାଙ୍କର ପ୍ରତିଟି ଭିଡିଓ ମୁ ମୋ ଫୋନରେ ସେଭ୍ ରଖିଛି । ମୋ ଜୀବନ ଠାରୁ ବି ଅଧିକ ମୁ ସଂଜିତାଙ୍କୁ ଭଲ ପାଏ । ଦିନେ ତାଙ୍କ ଭିଡିଓ ନ ଦେଖିଲେ ମୋତେ ବିଲକୁଲ ଭଲ ଲାଗେ ନାହିଁ। ଦରକାର ପଡିଲେ ମୁ ତାଙ୍କ ପାଇଁ ମୋ ଦୁଇ କିଡନୀ ବି ବିକିପାରେ ।