ଭୁଲରେ ବି ଗୁଗୁଲରେ କରନ୍ତୁ ନାହିଁ ଏହି ୫ଟି ଜିନିଷ ସର୍ଚ୍ଚ! ନଚେତ୍ ଯାଇପାରନ୍ତି ଜେଲ୍

 
Google search

ସାଧାରଣତଃ ଯେକୌଣସି ବିଷୟରେ ଜାଣିବା କିମ୍ବା କୌଣସି ପ୍ରଶ୍ନର ଉତ୍ତର ପାଇବା ପାଇଁ ଆମେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନର ବ୍ୟବହାର କରିଥାଉ। ଆଜିର ଆଧୁନିକ ଯୁଗରେ ଗୁଗୁଲ ମଣିଷର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଥିବା ବେଳେ ଏହାର ସହାୟତାରେ ଲୋକେ ଯେ କୌଣସି ଖବରକୁ ହାତ ପାହାନ୍ତାରେ ପାଇ ପାରୁଛନ୍ତି। କିନ୍ତୁ, ସର୍ଚ୍ଚ କରିବା ବେଳେ ଆପଣ କେଉଁ କଣ୍ଟେଣ୍ଟ ସର୍ଚ୍ଚ କରୁଛନ୍ତି ତାହା ନିଶ୍ଚିତ ଭାବରେ ଜାଣି ରଖନ୍ତୁ। ଏହିଭଳି କିଛି କଣ୍ଟେଣ୍ଟ ସର୍ଚ୍ଚ କରିଲେ ଆପଣ ହଟହଟା ହୋଇ ପାରନ୍ତି ଏପରିକି ଆପଣଙ୍କୁ ଜେଲ୍ ମଧ୍ୟ ହୋଇପାରେ।

୧. ଚାଇଲ୍ଡ ପର୍ଣ୍ଣ:- ଇଣ୍ଟରନେଟ କିମ୍ବା ଗୁଗୁଲରେ ଚାଇଲ୍ଡ ପର୍ଣ୍ଣ ସର୍ଚ୍ଚ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ। ଏହା ସର୍ଚ୍ଚ କରିବା ଦ୍ୱାରା ଆପଣ ଗିରଫ ମଧ୍ୟ ହୋଇପାରନ୍ତି।

Child porn

୨. ପ୍ରାଇଭେଟ ଫୋଟୋ ଏବଂ ଭିଡ଼ିଓ:- ଇଣ୍ଟରନେଟରେ କାହାର ପ୍ରାଇଭେଟ ଫୋଟୋ ଏବଂ ଭିଡ଼ିଓ ଭାଇରାଲ କରିବା କିମ୍ବା ଦେଖିବା ଏକ ଦଣ୍ଡନୀୟ ଅପରାଧ ଅଟେ। ଏହା କରିବା ଦ୍ୱାରା ଆପଣଙ୍କୁ ୩ ବର୍ଷ ଜେଲ୍ ଏବଂ ୧୦ ହଜ଼ାର ଟଙ୍କାର ଜରିମାନା ଦେବାକୁ ପଡ଼ିପାରେ।

Movie piracy

୩. ଫିଲ୍ମ ପାଇରେସି:- ମୁକ୍ତିଲାଭ କରିବା ପୂର୍ବରୁ କିମ୍ବା ପରେ ଯଦି ଆପଣ କୌଣସି ଫିଲ୍ମକୁ ପାଇରେଟ୍ କରୁଛନ୍ତି କିମ୍ବା ଦେଖୁଛନ୍ତି ତେବେ ଏହା ଏକ ଦଣ୍ଡନୀୟ ଅପରାଧ ଅଟେ।

Bomb

୪. ବୋମା ତିଆରି କରିବାର ପ୍ରଣାଳୀ ସର୍ଚ୍ଚ କରିବା:- ଆପଣ ଯଦି ବୋମା ତିଆରି କରିବାର ପ୍ରଣାଳୀ ବିଷୟରେ ଗୁଗୁଲରେ ସର୍ଚ୍ଚ କରୁଛନ୍ତି ତେବେ ସାବଧାନ ରୁହନ୍ତୁ। ଏହା କରିବା ଦ୍ୱାରା ଆପଣ ଗିରଫ ହୋଇପାରନ୍ତି।

Abortion

୫. ଗର୍ଭପାତ କରିବାର ପ୍ରଣାଳୀ ଖୋଜିବା:- ଗର୍ଭପାତ କରିବାର ପ୍ରଣାଳୀ ସର୍ଚ୍ଚ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ। ଏପରି କରିବାର ଥିଲେ ତୁରନ୍ତ ଡାକ୍ତରଙ୍କ ସହିତ ସମ୍ପର୍କ କରନ୍ତୁ। ଏହାକୁ ଗୁଗୁଲରେ ସର୍ଚ୍ଚ କରିଲେ ଆପଣ ହଟହଟା ହୋଇପାରନ୍ତି।