ମେକଅପ୍ ହୋଇଗଲା କାଳ, ମୁହଁ ପୋଡ଼ି ଦେଲା ଅଧିକ ମେକଅପ୍, ବାହା ହେବାକୁ ମନା କରିଦେଲା ବର, ଆଉ ତାପରେ...

 
Makeup

ଗୋଟେ ଦିନ ପରେ ହୋଇଥାନ୍ତା ବାହାଘର । ବେଦୀ ଉପରେ ବସିଥାନ୍ତେ । ଏବଂ ସାତଜନମର ସାଥୀ ଆସି ତାଙ୍କୁ ସିନ୍ଥିରେ ସିନ୍ଦୂର ଦେଇ ନେଇଯିବେ । ଏଥିପାଇଁ କେତେ ଆନନ୍ଦ ଏବଂ ସୁଖ । ଏବଂ ଏତେ ବ୍ୟବସ୍ଥା ଏବଂ ଏତେ ସାଜସଜ୍ଜା । ଏହି ରଙ୍ଗୀନ ଉତ୍ସବରେ ଏକ ଘଟଣା ଛାଇ ଯାଇଛି । ବିବାହ ପୂର୍ବରୁ ଅଧିକ ସୁନ୍ଦର ଦେଖାଯିବାର ନିଶା ତାଙ୍କ ବାହ୍ୟ ଚେହେରାକୁ ଖରାପ କରିଦେଇଛି ।

gfdgg

ବିବାହ ଉତ୍ସବରେ ଅଧିକ ସୁନ୍ଦର ଦେଖାଯିବା ପାଇଁ ମେକଅପ ନେବାକୁ ଯାଇଥିବା ଜଣେ ଯୁବତୀଙ୍କ ମୁହଁ ପୋଡ଼ି ହୋଇ କଳା ପଡ଼ିଯିବାରୁ ବର ବାହା ହେବାକୁ ମନା କରିଦେଇଛନ୍ତି ।  ଏପରି ଏକ ଘଟଣା କର୍ଣ୍ଣାଟକର ହାସନ ଜିଲ୍ଲାର ଆରାସିୟୋର ଗ୍ରାମରେ ଘଟିଛି । ବିବାହ ପୂର୍ବରୁ ସଂପୃକ୍ତ ଝିଅଟି ତାଙ୍କ ଚେହେରାକୁ ଅଧିକ ସୁନ୍ଦର କରିବା ପାଇଁ ମେକଅପ କରିବାକୁ ପାର୍ଲର ଯାଇଥିଲା ।

ଆହୁରି ପଢନ୍ତୁ :- ବିବାହ ପୂର୍ବରୁ ଜଣଙ୍କ ସହ ନୁହଁ ଏକାଧିକ ସାଥି ସହ ସେକ୍ସ କରନ୍ତି, ପରିବାର ଲୋକେ ଦେଇଥାନ୍ତି ସ୍ୱାଧୀନତା

ସେଠାରେ ତାଙ୍କ ମୁହଁରେ ଅନେକ ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥିଲା । ଝିଅଟିର ମୁହଁ ଜଳିବା ଆରମ୍ଭ କଲା । ଏବଂ ତାଙ୍କ ମୁହଁ କଳା ହୋଇଯାଇଥିଲା । କେବଳ ଏତିକି ନୁହେଁ, ଚେହେରା ଖାଲି କଳା ହୋଇନଥିଲା ବରଂ ଫୁଲି ଯାଇଥିଲା ଏବଂ ଆହୁରି ଅସୁନ୍ଦର ଦେଖାଯାଉଥିଲା । ଝିଅଟି ଚେହେରାକୁ ଅଧିକ ସଜାଇବାକୁ ଚାହୁଁଥିଲା । କିନ୍ତୁ ତା’ର ମେକଅପ୍ ସୁନ୍ଦର ହେବା ପରିବର୍ତ୍ତେ ଅସୁନ୍ଦର ହୋଇଯାଇଛି ।

sdada asdsf

ଝିଅଟିର ଅସୁନ୍ଦର ଚେହେରା ଦେଖି ବର ତାଙ୍କୁ ବିବାହ କରିବାକୁ ମନା କଲା । ବାହାଘର ଭାଙ୍ଗିଗଲା । ଝିଅଟି ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଝିଅର ପରିବାର ସଦସ୍ୟ ତରଫରୁ ବିୟୁଟି ପାର୍ଲରର ମାଲିକଙ୍କ ବିରୋଧରେ ଅଭିଯୋଗ ଆସିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।