ମଣିଷ ମଳରୁ ପ୍ରସ୍ତୁତ ହେଉଛି ବିଜୁଳି! ମଳ ତ୍ୟାଗ ବଦଳରେ ଲୋକଙ୍କୁ ମିଳୁଛି ଡିଜିଟାଲ ଟଙ୍କା, ଜାଣନ୍ତୁ ପୂରା ଖବର

 
Toilet

ମଣିଷ ମଳରୁ ପ୍ରସ୍ତୁତ ହେଉଛି ବିଜୁଳି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଦକ୍ଷିଣ କୋରିଆର ଜଣେ ପ୍ରଫେସର ଏହିଭଳି ଏକ ଟଏଲେଟ ଉଦ୍ଭାବନ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଏହି ଟଏଲେଟକୁ ବ୍ୟବହାର କରି ସେଠାକାର ଛାତ୍ର ଛାତ୍ରୀ ମାନେ ଡିଜିଟାଲ କରେଂସି ମଧ୍ୟ ପାଇ ପାରୁଛନ୍ତି ଯାହାକୁ ସେମାନେ ବିଭିନ୍ନ ପ୍ରକାରର ବସ୍ତୁ କିଣିବାରେ ବ୍ୟବହାର କରି ପାରୁଛନ୍ତି ବୋଲି ଜଣାଯାଇଛି।

Toilet

 

ଉଲସାନ୍ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ୟୁନିଏଷ୍ଟ)ର ପରିବେଶ ଇଞ୍ଜିନିୟରିଂ ପ୍ରଫେସର ଚୋ ଜେ-ୱେନ୍ ଏହି ପରିବେଶ ଅନୁକୂଳ ସୌଚାଳୟର ପରିକଳ୍ପନା କରିଛନ୍ତି ଯାହା ମାନବ ବର୍ଜ୍ୟବସ୍ତୁକୁ ଶକ୍ତିରେ ପରିଣତ କରିଥାଏ। ଏହା ପରବର୍ତ୍ତୀ ସମୟରେ ବିଲ୍ଡିଂରେ ଥିବା ଗ୍ୟାସ୍ ଚୁଲା, ବଏଲର ଆଦିକୁ ଶକ୍ତି ପ୍ରଦାନ କରିଥାଏ।

Renewable toilet

ମିଳିଥିବା ସୂଚନା ଅନୁଯାଇ ଅନେକ ଛାତ୍ର ଛାତ୍ରୀ ଏହି ଶୌଚାଳୟକୁ ବ୍ୟବହାର କରୁଛନ୍ତି। ଶୌଚ ପରେ ଏଠାରେ ପାଣିର ବ୍ୟବହାର ସ୍ଥାନରେ ଭ୍ୟାକ୍ୟୁମ୍ ପମ୍ପର ବ୍ୟବହାର କରାଯାଇଥାଏ। ଏହି ଶୌଚ ଗୁଡିକ ଗୋଟିଏ ସ୍ଥାନରେ ରଖାଯାଇଥାଏ ଏବଂ ଏଥିରୁ ବାହାରୁଥିବା ମିଥେନ୍ ଗ୍ୟାସ୍ କୁ ପରବର୍ତ୍ତୀ ସମୟରେ ବିଦ୍ୟୁତିକ ଶକ୍ତିରେ ପରିବର୍ତ୍ତିତ କରାଯାଇଥାଏ। ଏହି ଶୌଚାଳୟ ବ୍ୟବହାର କରୁଥିବା ଲୋକମାନଙ୍କୁ ଡିଜିଟାଲ କରେଂସି ପ୍ରଦାନ କରାଯାଇଥାଏ।