ମାତ୍ର ୧୦୦ ଟଙ୍କା ପାଇଁ ୧୦ ମାସର ଶିଶୁକୁ ଭଡ଼ାରେ ଲଗାଇ ଏପରି କାମ କରୁଥିଲା ଜନ୍ମକଲା ମାଆ, ପୁରା ଘଟଣା ଆଶ୍ଚର୍ଯ୍ୟ କରିଦେବ

 
Indonesia

ମାଆ ହେଉଛି ସର୍ଵଂସହା। ମାଆର ଋଣ କହି କେବେ ସୁଝି ପାରିବେନି। ମାଆ ବିନା ଦୁନିଆ ରେ ଅନ୍ୟ ଗତି ନାହିଁ। ମାଆଟିଏ ନିଜ ପିଲା ପାଇଁ ଯେ କୌଣସି ବିପଦ ସହ ମଧ୍ୟ ଲଢ଼ି ପାରିବ। ଏହି ଉକ୍ତି ଗୁଡିକ ଅକ୍ଷରେ ଅକ୍ଷରେ ସତ୍ୟ ହୋଇଥିଲେ ହେଁ, ଆଜିର ମଣିଷ ଟଙ୍କା ପାଇଁ ନିଜ ପିଲାକୁ ଭଡ଼ାରେ ଲଗାଉଥିବାର ଏକ ଆଶ୍ଚର୍ଯ୍ୟଜଣକ ଖବର ସାମ୍ନାକୁ ଆସିଛି। ଜଣେ ମାଆ କିଛି ଟଙ୍କା ପାଇଁ ତା ୧୦ ମାସର ଶିଶୁ ସହ ଏପରି କାର୍ଯ୍ୟ କରିଥିଲା ଯାହା ବିଷୟରେ ଶୁଣିଲେ ଦେହ ଶିହରୀ ଉଠିବ। 

Toddler

ଇଣ୍ଡୋନେସିଆ ରାଜଧାନୀ ଜାକାର୍ତାର ଦକ୍ଷିଣ ତଙ୍ଗେରଙ୍ଗରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣାରେ ମହିଳା ଜଣକ ମାତ୍ର ୧୦୦ ଟଙ୍କା ପାଇଁ ନିଜର ୧୦ ମାସର ଶିଶୁକୁ ମମ୍ମି ସଜାଇ ଦେଉଥିଲା। ଏଠାରେ ଭିକାରୀମାନେ ପିଲାର ସଂପୂର୍ଣ୍ଣ ଶରୀରକୁ ରୂପା ରଙ୍ଗ ରେ ରଙ୍ଗୀତ କରି ତାକୁ ମମ୍ମିର ରୂପ ଦେଇଥାନ୍ତି। ପରବର୍ତ୍ତୀ ସ୍ମାୟରେ ରାସ୍ତାରେ ବସି ତା ନାଁ ରେ ଭିକ ମାଗିଥାନ୍ତି। ଏସବୁ ପାଇଁ ସେମାନେ ଉକ୍ତ ମହିଳାଙ୍କୁ ପ୍ରଦିଦିନ ମାତ୍ର ୧ ପାଉଣ୍ଡ ଅଥବା ୧୦୦ ଟଙ୍କା ଦେଉଥିଲେ।

Child begger

ଏହି ଶିଶୁର ଫଟୋ ସୋସିଆଲ ମିଡିଆରେ ଭାଇରାଲ ପରେ ସମ୍ପୂର୍ଣ ସତ୍ୟ ବାହାରକୁ ଆସିଥିଲା। ଏହାପରେ ସେଠାକାର ଶିଶୁ ରକ୍ଷା ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ଶିଶୁଟିର ମାଆକୁ ଗିରଫ କରିଥିବା ଜାଣିବାକୁ ମିଳିଛି। ତଙ୍ଗରଙ୍ଗର ସାମାଜିକ ସେବା ବିଭାଗର ମୁଖ୍ୟ ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହିତ ପିଲାଟିର ସମସ୍ତ ପ୍ରକାର ଯତ୍ନ ନିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।