୩ ଥର ବାହାହେଇ ଯୁବତୀ ବନିଗଲେ କୋଟିପତି, ବାହା ହୋଇ ଛାଡ଼ପତ୍ର ପରେ ମାଗୁଥିଲେ ଲକ୍ଷଲକ୍ଷ ଟଙ୍କା, ଜାଣନ୍ତୁ ପୁରା ଘଟଣା

 
Women

ବିବାହ କରି ପୁରୁଷଙ୍କୁ ଲୁଟୁଥିଲେ ମହିଳା। ଛାଡ଼ପତ୍ର ହୋଇସାରିଥିବା ବା ପତ୍ନୀଙ୍କୁ ହରାଇଥିବା ଯୁବକଙ୍କୁ ମାଟ୍ରିମୋନି ସାଇଟରେ ଖୋଜି ତାଙ୍କୁ ପ୍ରେମ ଜାଲରେ ଫସାଉଥିଲେ ଏବଂ ବିବାହ କରି ସେମାନଙ୍କଠାରୁ ମହିଳା ଟଙ୍କା ଲୁଟୁଥିଲେ ବୋଲି ଜଣାଯାଇଛି। ଦୀର୍ଘ ୧୦ବର୍ଷ ଧରି ମହିଳାଜଣକ ଏଭଳି କରିଆସୁଥିବା ବେଳେ ଏବେ ତାଙ୍କୁ ଗିରଫ କରିଛି ପୁଲିସ। ମହିଳାଙ୍କ ନାମ ସୀମା ଓରଫ ନିକ୍କି ବୋଲି ଜଣାଯାଇଛି।

ସୂଚନା ମୁତାବକ, ଉତ୍ତରାଖଣ୍ଡର ବାସିନ୍ଦା ସୀମା ପ୍ରଥମେ ୨୦୧୩ରେ ଆଗ୍ରାର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। କିଛି ମାସ ପରେ ସେ ଉକ୍ତ ବ୍ୟକ୍ତିଙ୍କ ପରିବାର ବିରୋଧରେ ମାମଲା ଦାୟର କରିବାରୁ ଆପୋଷ ବୁଝାମଣାର ଅଂଶ ଭାବରେ ବ୍ୟବସାୟୀଙ୍କଠାରୁ ୭୫ଲକ୍ଷ ଆଣିଥିଲେ ସୀମା।

Looteri dulhan

ଏହା ପରେ ୨୦୧୭ରେ, ସୀମା ଗୁରୁଗ୍ରାମର ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ବିବାହ କରିଥିଲେ । ତାଙ୍କ ସହ କିଛି ମାସ ରହିବା ପରେ ବାରମ୍ବାର ଝଗଡ଼ା କରି ତାଙ୍କୁ ମିଥ୍ୟା ମାମଲାରେ ଫସାଇଥିଲେ ସୀମା। ପୀଡ଼ିତ ସ୍ବାମୀ ଏଥିରୁ ମୁକୁଳିବା ପାଇଁ ଚାହିବାରୁ ମାମଲା ରଫାଦଫା କରିବାକୁ ୧୦ଲକ୍ଷ ମାଗିଥିଲେ ସୀମା। ପରେ ୧୦ଲକ୍ଷ ନେଇ ସେ ପୀଡ଼ିତଙ୍କୁ ଛାଡ଼ପତ୍ର ଦେଇଥିଲେ।

କିଛି ବର୍ଷର ବ୍ୟବଧାନ ପରେ ସେ ୨୦୨୩ମସିହାରେ ପୁଣି ଜୟପୁରର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପରେ ପରେ ୩୬ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ନଗଦ ଟଙ୍କା ନେଇ ସେ ଘରୁ ଫେରାର ହୋଇଯାଇଥିଲେ। ଏହା ପରେ ବ୍ୟବସାୟୀଙ୍କ ପରିବାର ଏକ ଏତଲା ଦାୟର କରିବାରୁ ଜୟପୁର ପୁଲିସ ସୀମାଙ୍କୁ ଗିରଫ କରିଥିବା ଜଣାଯାଇଛି।