ଖଲିସ୍ତାନୀ ଆତଙ୍କବାଦୀର ଭାରତକୁ ଧମକ! ଡିସେମ୍ବର ୧୩ରେ ହେବାକୁ ଯାଉଛି ସଂସଦ ଭବନ ଉପରେ ଆକ୍ରମଣ, ଜାଣନ୍ତୁ ପୁରା ଖବର ୍

 
Khalistani

ଭାରତକୁ ଖୁଲମ୍ ଖୁଲା ଧମକ । ଭାରତର ସଂସଦ ଉପରେ ଆକ୍ରମଣ କରାଯିବାର ଧମକ । କେଉଁଠି ନା କେଉଁଠି ପାଲେଷ୍ଟାଇନରେ ଆକ୍ରମଣ ହେବା ପର ଠାରୁ କିଛି ଆତଙ୍କାବାଦୀ ଗୋଷ୍ଠୀର ନଜର ଦେଖିବାକୁ ମିଳିଛି ଭାରତରେ । ତେବେ ଯଦି କୁହାଯାଏ, ପୂର୍ବରୁ ମଧ୍ୟ ଭାରତ ଅନେକ ଥର ସାମ୍ନା କରିଛି ଆତଙ୍କବାଦୀ ଆକ୍ରମଣର । ଆତଙ୍କବାଦି ଆକ୍ରମଣର ଭୟା ବହତାକୁ ନଜର ଅନ୍ଦାଜ୍ କରିବାଟା ମଧ୍ୟ ଉଚିତ୍ ନୁହେଁ ।

ଖଲିସ୍ଥାନୀ ଆତଙ୍କବାଦୀ ଗୋଷ୍ଠୀର ମୁଖିଆ ଗୁରୁପତବସ୍ତ ସିଂ ପନ୍ନୁ ଆଉ ଏକ ଭିଡିଓ ଭାଇରାଲ୍ କରି ଧମକ ଦେଇଛି ଭାରତକୁ । ଏପରି ପନ୍ନୁ ଆଗରୁ ମଧ୍ୟ କରିଥିଲା । ପନ୍ନୁ କେଉଁଠି ନା କେଉଁଠି ଭାରତକୁ ଉତ୍ତେଜିତ କରିବା ପାଇଁ ଏପରି କରୁଥାଇ ପାରେ ବୋଲି ଅନୁମାନ କରାଯାଉଛି ।

Khalistani

ଏହି ଭିଡିଓଟିରେ ପନ୍ନୁ ଦାବି କରି କହିଛି ଯେ , ଭାରତ ତରଫରୁ ତାକୁ ହତ୍ୟା କରିବାର ଉଦ୍ୟମ କରା ଯାଇଥିଲା । ଯାହା ବିଫଳ ହୋଇଛି । ଯାହାର ପ୍ରତିଶୋଧରେ ଚୁପ୍ ବସିବନି ସେ । ପନ୍ନୁ କହିଛି ଯେ , ଡିସେମ୍ବର ୧୩ ପୁର୍ବରୁ ଭାରତର ସଂସଦ ଉପରେ ଆକ୍ରମଣ କରିବ ।

ପନ୍ନୁର ଏଭଳି ଧମକ ପରେ ଏବେ ହାଇ ଆଲର୍ଟରେ ଅଛନ୍ତି ସୁରକ୍ଷା ବାହିନୀ । କାରଣ ଯଦି ପୂର୍ବ କଥା ମନେ ପକାଯାଏ ତେବେ ୨୦୦୧ ମସିହାରେ ମଧ୍ୟ ଭାରତୀୟ ସଂସଦ ଉପରେ ଆକ୍ରମଣ କରା ଯାଇଥିଲା । ଏହା ସହିତ ମୁମ୍ବାଇ ବୋମା ବିସ୍ଫୋରଣର ଭୟା ବହତା ଆଦି ମଧ୍ୟ ଲୋକଙ୍କ ମନରୁ ଯାଇ ନାହିଁ ।