ଖଲିସ୍ଥାନରୁ ଭାରତକୁ ଧମକ, ହମାସ ଭଳି ଭାରତ ଉପରେ ଅଚାନକ ଆକ୍ରମଣ ହୋଇ ପଞ୍ଜାବକୁ ଛଡେଇନେବୁ, ଜାଣନ୍ତୁ ପୁରା ଖବର

 
Khalistan

ଭାରତକୁ ଧ୍ଵଂସ କରିଦେବି। ଭାରତ ଯଦି ଇସ୍ରାଏଲ ଯୁଦ୍ଧରୁ ବୁଦ୍ଧି ନ ଶିଖେ ତେବେ ଅଧିକ ମୂଲ୍ୟ ଦେବାକୁ ପଡ଼ିବ ଭାରତକୁ। ପଞ୍ଜାବ ଭାରତର ଅଂଶ ନୁହେଁ। ପଞ୍ଜାବକୁ ଖୁବ୍ ଶୀଘ୍ର ଭାରତ ଠାରୁ ଛଡାଇ ଆଣିବୁ। ଭାରତ ଯଦି ଭଲରେ ନ ମାନେ ତେବେ ଭାରତରେ ଆତଙ୍କ ଖେଳାଇ ଦେବୁ। ଏପରି ଚେତାବନୀ ମିଳିଛି ଭାରତକୁ।

Khalistan

ସିକ୍ ଫର୍ ଜଷ୍ଟିସର ମୁଖ୍ୟ ଉର୍ବର ଉଅର୍ ସିଂହ ପନୁ ଏପରି ଖୁଲମ ଖୁଲା ଚେତାବନୀ ଦେଇଛି ଭାରତକୁ। ଆହୁରି ମଧ୍ୟ କହିଛି ଏହା ଚେତାବନୀ ନୁହେଁ ଭାରତକୁ ଏହା ଖାଲିସ୍ଥାନୀ ସଂଗଠନର ଧମକ। ଆକ୍ରମଣର ଭୟା ବହତା ଯେ କେତେ ହୋଇ ପାରେ ତାହା ଇସ୍ରାଏଲ କୁ ଦେଖି ଅନୁମାନ କରାଯାଇପାରେ। କିନ୍ତୁ ଭାରତ ଉପରେ ଆକ୍ରମଣ ଇସ୍ରାଏଲ ଆକ୍ରମଣ ଠାରୁ ଢେର ଗୁଣ ଅଧିକ ରହିବ।

ପନୁ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଜାରି କରି ଚେତାବନୀ ଦେଉଛି ଭାରତର ପ୍ରଧାନମନ୍ତ୍ରୀ ଓ ପଞ୍ଜାବର ମୁଖ୍ୟ ମନ୍ତ୍ରୀ ଙ୍କୁ। ପନୁର କହିବା ଅନୁସାରେ ଶିଖ ଧର୍ମ ଭାରତର ନୁହେଁ। ତାହା ଏକ ସ୍ଵତନ୍ତ୍ର ଧର୍ମ। ଯାହାକୁ ଭାରତ ଶୋଷଣ କରି ରଖିଛି। ଯାହାର ମୁକ୍ତି ଆବଶ୍ୟକ। ତେଣୁ କରି ପଞ୍ଜାବର ଶିଖ୍ ସମ୍ପ୍ରଦାୟକୁ ବି ଆହ୍ଵାନ ଦେଇଛି ପନୁ।

Pamu

ଖାଲିସ୍ଥାନୀ ଆତଙ୍କବାଦୀ ହରଦୀପ ସିଂହ ମିସାଇଲର କାନାଡାରେ ହତ୍ୟା ପରେ ପନୁ ଏବେ ରାଗି ଯାଇଛି। ହରଦୀପ ହତ୍ୟା ପାଇଁ ପନୁ ସିଧା ସିଧା ଓ ବାରମ୍ବାର ଦାୟୀ କରୁଛି ଭାରତକୁ। ଯେଉଁଥି ପାଇଁ ଏବେ ପ୍ରତିଶୋଧ ନିଆଁରେ ଜଳୁଛି ପନୁ। ହେଲେ ଭାରତ ସରକାରଙ୍କ କିଛି ବିଶେଷ ପ୍ରତିକ୍ରିୟା ନାହିଁ ଏଥି ନେଇ। କାରଣ ଭାରତର ଏଥିରେ ଡରିବାର ନୁହେଁ ଡରାଇବାର ରହିଛି।