ଦେଖନ୍ତୁ ଭିଡିଓ: ପ୍ରଧାମନ୍ତ୍ରୀଙ୍କ କାର ଆଗକୁ ଡେଇଁଲେ ଏହି ମହିଳା, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

 
Modi car

ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ ପ୍ରଶ୍ନ । ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଦେଖା ଦେଇଛି ବଡ ତ୍ରୁଟି । ପ୍ରଧାନମନ୍ତ୍ରୀଙ୍କ କାର ଆଗକୁ ଡେଇଁଲେ ଜଣେ ମହିଳା । କିଛି ଗୋଟେ ବଡ ଦୁର୍ଘଟଣା ଘଟିବା ପୂର୍ବରୁ ଡ୍ରାଇଭର୍ ମାରିଲେ ବ୍ରେକ୍ । ଏହା ପରେ ମହିଳା ଜଣଙ୍କୁ ଅଟକ ରଖି ପଚରା ଉଚରା କରିଛି ପୋଲିସ୍ ।

Car

ତେବେ ଏଠାରେ ପ୍ରଶ୍ନ ଉଠୁଛି ସେ ମହିଳା ଜଣଙ୍କ କିଏ ଓ କାହିଁକି ଏପରି ହଠାତ୍ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ସାମ୍ନାକୁ ଆସିଲେ? ଏଇ କଣ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା । ଯେ କେହି ବି ସହଜରେ ଭେଦି ପାରିବ ।

ସୂଚନା ଯୋଗ୍ୟ , ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ରାଞ୍ଚିରେ ତିଆରି ହୋଇଥିବା ବିର୍ସା ମେମୋରିଆଲ ପାଖକୁ ଯାଉଥିଲେ । ଏହି ସମୟରେ ଏସଏସପି ବାସ ଭବନ ପାଖରେ ଥିବା ରେଡିୟମ୍ ରୋଡରେ ମୋଦୀଙ୍କ କାର ଆଗକୁ ହଠାତ୍ ଜଣେ ମହିଳା ଦୌଡ଼ି ଚାଲି ଆସିଥିଲେ ।

ପୋଲିସର ପଚରା ଉଚରା ପରେ ଜଣା ପଡିଛି ଯେ , ମହିଳା ଜଣଙ୍କର କୌଣସି ଘରେଇ ସମସ୍ୟା ରହିଛି । ଯାହାକୁ କି ସେ ମୋଦୀଙ୍କୁ ଜଣାଇବା ପାଇଁ ଚାହିଁଥିଲେ ।

ଏଥି ପାଇଁ ମହିଳା ଜଣକ ରାସ୍ତାର ଗୋଟିଏ ପାର୍ଶ୍ୱରେ ଛିଡ଼ା ହୋଇ ଅପେକ୍ଷା କରି ଚାହିଁ ରହିଥିଲେ  କେତେବେଳେ ପ୍ରଧାନମନ୍ତ୍ରୀ ସେହି ବାଟ ଦେଇ ଯିବେ ଏବଂ ସେ ତାଙ୍କୁ ଅଟକାଇବେ । ଯାହା ପରେ ସେ ଏମିତି କରିଥିଲେ ।