ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ କହିଦେଲା ଏମିତି

 
Ram mandir khalistani pannu

ପୁଣି ଧମକ୍ ଦେଲା ପନୁ ! ଏଥର ଟାର୍ଗେଟ ରେ ରାମ ମନ୍ଦିର । ପୂର୍ବରୁ ବାରମ୍ବାର ଧ ମକ୍ ଦେଉଥିବା ଖାଲିସ୍ଥାନୀ ଆତଙ୍କବାଦୀ ପନୁ ଯେପରି ଭାରତ ଉପରେ ନଜର ପକାଇ ବସିଛି । କେବେ ତାକୁ ସୁଯୋଗ ମିଳିବ ଏବଂ ସେ ଭାରତକୁ ଧ୍ଵଂସ କରି ନିଜ ଅଧିନକୁ ନେଇଯିବ । 

Pannu

ଭାରତକୁ ଧମକ୍ ଦେବାରେ ଟିକେ ବି ପଛାଉନି ପନୁ । ପୂର୍ବରୁ ପନୁ ଭାରତର ସାଂସଦ ଭବନରେ ଆକ୍ରମଣ କରିବା ନେଇ ଏକ ଧମକ୍ ଭିଡିଓ ଜାରି କରିଥିଲା । ଯାହାର ପ୍ରଭାବ ଅନ୍ୟ ମାନଙ୍କ ଉପରେ କିପରି ପଡୁଛି ଆପଣ ଦେଖୁଥିବେ ।

ତେବେ ଏବେ ଭାରତରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଏକ ଭବ୍ୟ ସମାହାର ଚାଲିଥିବା ବେଳେ ପନୁ ଜାରି କରିଛି ଏପରି ଏକ ଭିଡିଓ । ପନୁ ଏହି ଭିଡିଓରେ ଭାରତରେ ରାମ ମନ୍ଦିର ପ୍ରତିଷ୍ଠାକୁ ବିରୋଧ କରିଛି । ଏବଂ ଚ୍ୟାଲେଞ୍ଜ ଦେଇ କହିଛି ଭାରତ ତାର ସବୁ ଏୟାରପୋର୍ଟ ଗୁଡ଼ିକୁ ନଜର ରେ ରଖୁ ।

Ram mandir

ରାମ ମନ୍ଦିର ପ୍ରତିଷ୍ଠା ଦିନକୁ ଆଖି ଆଗରେ ରଖି ମହର୍ଷି ବାଲ୍ମୀକି ଏୟାରପୋର୍ଟକୁ ଚାଟାର୍ଡ ପ୍ଲେନ ଅବତରଣ ଲାଗି ପ୍ରାୟ ୪୦ ରୁ ଅଧିକ ଅତିଥିଙ୍କର ଅନୁରୋଧ ଆସିଛି । ଏହା ପୂର୍ବରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ପନୁ ଟାର୍ଗେଟ କରିବ ବୋଲି ଏକ ଧମକପୂର୍ଣ୍ଣ ଭିଡିଓ ଭାଇରାଲ୍ କରିଛି ।