ଦେଶରେ ବଦଳିଲା ପୁରୁଣା ଆଇନ ବ୍ୟବସ୍ଥା, ଜାଣନ୍ତୁ ନହେଲେ ପଡିପାରନ୍ତି ଅସୁବିଧାରେ

 
Laws

ଭାରତରେ ଲୋପ୍ ପାଇବ ବିଦେଶୀ ଆଇନ୍। ଏଣିକି ଭାରତ ଆପଣାଇବ ନିଜସ୍ଵ ଆଇନ। ଗୃହମନ୍ତ୍ରୀ ଅମିତ୍ ଶାହା ନିକଟରେ ଅନେକ ଗୁଡିଏ ବ୍ରିଟିଶ୍ ଆଇନ୍ ରେ ପରିବର୍ତ୍ତନ ଆଣିଥିଲେ। ଦେଶରୁ ବ୍ରିଟିଶ୍ ଆଇନ ହଟାଇବା ବିଜେପି ଦଳର ଏକ ଏଜେଣ୍ଡା ମଧ୍ୟରୁ ଅନ୍ୟତମ ଅଟେ । ତେବେ ସରକାରଙ୍କ ନିଷ୍ପତି ଅନୁସାରେ ୨୦୩୦ ଭିତରେ ଦେଶରୁ ସମସ୍ତ ବ୍ରିଟିଶ୍ ଛାଞ୍ଚରେ ନିର୍ମିତ ଆଇନ ଗୁଡ଼ିକୁ ବଦଳାଇ ଦିଆଯିବ। ଯାହା ଦ୍ଵାରା ଭାରତର ଆଇନ ବ୍ୟବସ୍ଥା ସାଧାରଣ ଲୋକଙ୍କ ପାଇଁ ମଧ୍ୟ ସରଳ ହେବ।

ଝୁଗତ ବୁଧବାର ଦିନ ଶୀତକାଳୀନ ଅଧିବେଶନରେ ଗୃହମନ୍ତ୍ରୀ ଅମିତ୍ ଶାହା ଲୋକସଭାରେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଆଇପିସ୍ ,ସିଆରପିସ୍, ଆଇଇଏ ଏହି ୩ଟି ବ୍ରିଟିଶ୍ ଆଇନ୍ ର ପରିବର୍ତ୍ତନ ପାଇଁ ସେ ଲୋକସଭାରେ ବିଲ ପାସ କରିଥିଲେ । ତେବେ ଲୋକସଭାରେ ବିରୋଧୀ ଦଳଙ୍କ ସଂଖ୍ୟା କମ୍ ହେତୁ ଏହି ବିଲ୍ ଟି ବିନା ବିରୋଧରେ ପାସ୍ ହୋଇଥିଲା । ରାଷ୍ଟ୍ରପତିଙ୍କର ସ୍ୱାକ୍ଷର ପରେ ଏହା ଦେଶରେ ଲାଗୁ ହୋଇଛି।

Laws

କେଉଁ ୩ଟି ଆଇନ୍ ରେ କରାଯିବ ପରିବର୍ତ୍ତନ ?

*ପ୍ରାୟ 1860ମସିହାରୁ ପ୍ରଚଳିତ ଆଇପିସି ବଦଳରେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ।

*ଏହିପରି ସିଆରସିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଆଇନ୍ ଏବଂ 

*ଆଇଏଏ ଆଇନ୍ ବଦଳରେ ଭାରତୀୟ ସାକ୍ଷ୍ୟ ଆଇନ୍ ଲଗୁହେବ ।

ଜଣାନ୍ତୁ କିପରି ହେବ ପରିବର୍ତ୍ତନ?

*ଯଦି କେହି ଦେଶଦ୍ରୋହି କାର୍ଯ୍ୟ ରେ ନୀୟୋଜିତ ଥାନ୍ତି ତେବେ ତାକୁ ପାଖାପାଖି ୭ବର୍ଷ ପ୍ରଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ।

*ଏହି ନୂତନ ଵିଲ୍ ରେ ମହିଳା ଓ ଶିଶୁ ମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି ।

*ବଳକ୍ତାର ପରୋର ହିଂସା, ଯୌତୁକ ନିର୍ଯାତନା ଆଦି ମଣିଷକୁ ବିଶେଷ ଗୁରୁତ୍ବ ଦିଆଯିବ ଓ ଯଥା ସମ୍ଭବ ସମସ୍ୟାର ଅନୁଧ୍ୟାନ କରି ଦଣ୍ଡ ଦିଆଯିବ ।

*ତେବେ ଯଦି କେହି ପ୍ରଥମ ଥର ପାଇଁ ଛୋଟ ମୋଟ ଅପରାଧ କରୁଛନ୍ତି ତାଙ୍କୁ ଜେଲ ପରିବର୍ତ୍ତେ ଅନ୍ୟ ସାମାଜିକ ସେବାରେ ନିୟୋଜିତ କରାଯିବ।

*ପୋଲିସ ର ମନ ମାନିରେ ମଧ୍ୟ ରୋକ୍ ଲଗାଯାଇଛି ଯଦି ପୋଲିସ କୌଣସି ଅପରାଧୀକୁ ଗିରଫ କରେ ତେବେ ତାଙ୍କ ଘର ଲୋକଙ୍କୁ ପ୍ରଥମେ ଜଣାଇବେ ଓ କାହିଁକି ଗିରଫ କରିଛନ୍ତି ତାର ପ୍ରମାଣ ମଧ୍ୟ ସ୍ପଷ୍ଟ କରିବା ଦରକାର।

*ପରିବର୍ତ୍ତନ ର ମୁଖ୍ୟ ଲକ୍ଷ୍ୟ ରହିଛି ଯଥା ସମ୍ଭବ ନ୍ୟାୟ ପ୍ରଦାନ କରିବା ଯାହା ପୁରୁଣା ଆଇନ୍ ବ୍ୟବସ୍ଥା ହେତୁ ଧୀର ହେଉଥିଲା।ଝୁ image widget