୨୦୨୪ ପ୍ରଥମରୁ ବଦଳି ଯିବ ଏହି ସବୁ ନିୟମ, ପୂର୍ବରୁ ଜାଣି ରଖନ୍ତୁ ନ ହେଲେ ନହେଲେ ହେବେ ହଇରାଣ

 
New rule from January 1
ଆଜିଠାରୁ ସରିଯିବ ୨୦୨୩ ମସିହା ଏବଂ ଆରମ୍ଭ ହେବ ୨୦୨୪ । ଅନେକ ଲୋକ ଏହି ୨୪ ମସିହାରେ ନିଜ ଜୀବନରେ ଅନେକ ପରିବର୍ତ୍ତନ କରିବା ପାଇଁ ହୁଏ ତ ନିଷ୍ପତ୍ତି ନେଇ ସାରିବେଣି । ତେବେ ଯେତେବେଳେ ପରିବର୍ତ୍ତନର କଥା ଉଠିଲାଣି ଆମେ ଆପଣଙ୍କୁ କହି ରଖୁଛୁ ଏହି ମସିହା ଆପଣଙ୍କ ଜୀବନରେ ଆଣିବାକୁ ଯାଉଛି ଅନେକ ପରିବର୍ତ୍ତନ । କାରଣ ଏହି ବର୍ଷ ଅନେକ ଗୁଡ଼ିଏ ନିୟମ ଓ ଆଇନ୍ ରେ ଦେଖିବାକୁ ମିଳିବ ପରିବର୍ତ୍ତନ ।

ର

ଯାହାର ପୂର୍ବ ସୂଚନା ମଧ୍ୟ ମିଳି ସାରିଲାଣି । ହୁଏ ତ ଏଥି ମଧ୍ୟରୁ କିଛି ପରିବର୍ତ୍ତିତ ନିୟମ ଆପଣଙ୍କ ପାଇଁ ଅନୁକୂଳ ବା ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିପାରେ । ଆଗାମୀ ବର୍ଷଏପରି କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ଯାହା ଆପଣଙ୍କ ଜୀବନକୁ ସିଧା ସଳଖ ପରିବର୍ତ୍ତନ କରିପାରେ । ଯେପରିକି ୟୁପିଆଇ , ସିମ୍ କାର୍ଡ , ଜିଏଷ୍ଟି , ଗ୍ୟାସ୍ ଆଦିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।

ତେବେ ଜାଣି ରଖନ୍ତୁ ୨୦୨୪ ମସିହାରେ କେଉଁ ସବୁ କ୍ଷେତ୍ରରେ ହେବାକୁ ଯାଉଛି ବିରାଟ୍ ପରିବର୍ତ୍ତନ :

• ଦୀର୍ଘ ଦିନ ଧରି ବ୍ୟବହୃତ ହେଉ ନ ଥିବା ୟୁପାଇ ଆଇଡି କୁ ସବୁ ଦିନ ପାଇଁ ରଦ୍ଦ କରାଯିବ । ବ୍ୟାଙ୍କ ଏହି ସବୁ ଆଇଡିକୁ ନିଜ ତରଫରୁ ଇନ୍ ଆକ୍ଟିଭ୍ କରି ଦେବ ।

• ନୂଆ ସିମ ପାଇଁ ଲାଗୁ ହେବ ନୂଆ ନିୟମ । ନୂଆ ସୀମ କିଣିବା ବେଳେ କରିବାକୁ ପଡ଼ିବ ଡିଜିଟାଲ କେୱାଇସି ।

• ଯଦି ଆପଣ ଆଇଟିଆର ରିଟର୍ନ ଫାଇଲ୍ ଡିସେମ୍ବର ୩୧ ସୁଦ୍ଧା ରିଟର୍ନ ନ କରିଛନ୍ତି ତେବେ ୨୦୨୪ ମସିହାରେ ଏଥି ପାଇଁ ଆପଣଙ୍କୁ ଫାଇନ ଦେବାକୁ ପଡ଼ିବ ।

• ଯଦି ଆପଣ ମ୍ୟୁଚୁଆଲ ଫଣ୍ଡ ଓ ଟ୍ରେଡିଂ ଆକାଉଣ୍ଟ୍ କୁ ଅପଡେଟ କରି ନାହାନ୍ତି ତେବେ ଏହା ମଧ୍ୟ ନୂଆ ବର୍ଷରେ ରଦ୍ଦ ହୋଇପାରେ ।

• ଏଣିକି ପାର୍ଶଲ ପଠାଇବା ହେବ ମହଙ୍ଗା । ଗୋଟିଏ ପାର୍ସଲ ପିଛା ପ୍ରାୟ ୭ ପ୍ରତିଶ୍ରତ ବୃଦ୍ଧି କରା ଯାଇଛି ।

• ବଦଳିବ ଭିସା ଓ ପାସପୋର୍ଟ ନିୟମ ।