ଏହି ଦୁଇଟି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କଲା RBI: ଆକାଉଣ୍ଟରୁ କ୍ୟାଶ୍ ଉଠାଇ ପାରିବେ ନାହିଁ ଗ୍ରାହକ

 
Bank
RBI ନେଲା ବଡ ନିଷ୍ପତ୍ତି । ବ୍ୟାଙ୍କ୍ ଆଇନ୍ ନ ମାନିବା ଓ ବେଆଇନ୍ ଭାବେ ଅର୍ଥର ଆଦାନ ପ୍ରଦାନ ହେତୁ ବ୍ୟାଙ୍କ୍ ଉପରେ RBI ଗ୍ରହଣ କରିଛି କଡ଼ା କାର୍ଯ୍ୟାନୁଷ୍ଠାନ । ଏ ନେଇ RBI ତରଫରୁ ଦୁଇଟି ବ୍ୟାଙ୍କ୍ ର ଲାଇସେନ୍ସ ରଦ୍ଦ କରା ଯାଇଛି । ଯେଉଁ ବ୍ୟାଙ୍କ୍ ରୁ ଟଙ୍କା ଉଠାଇ ପାରିବେ ନାହିଁ ।

RBI ଏକ ପ୍ରେସ୍ ମିଟିଂ ରେ ଏହାର ସୂଚନା ଦେଇଛି ୟୁପି କୋ ଅପରେଟିଭ୍ ବ୍ୟାଙ୍କ୍ ସିତାପୂର୍ ଲାଇସେନ୍ସ ରଦ୍ଦ କରିଛି RBI । ସେହିପରି ଗତ ୪ ତାରିଖରେ ବେଆଇନ୍ କାର୍ଯ୍ୟରେ ଲିପ୍ତ ହେତୁ RBI କୋଲ୍ହାପୁର ଇଚଲକରଞ୍ଜି ସ୍ଥିତ ସଙ୍କରାର ଓ ପୂଜାରୀ ନୂତନ ନଗରୀ ସହକାରୀ ବ୍ୟାଙ୍କ୍ ର ଲାଇସେନ୍ସ ମଧ୍ୟ ରଦ୍ଦ କରିଥିଲା ।

Rbi

ତେବେ RBI ଏକ ବ୍ୟାଙ୍କ ଦୁଇଟିର ସମସ୍ତ କାରବାରକୁ ବନ୍ଦ୍ କରି ନିଜ ଅଧିନକୁ ନେଇଛି । ତେବେ ଏହି ବ୍ୟାଙ୍କ୍ ରେ ଖାତା ଥିବା ଗ୍ରାହକ ମାନେ ବର୍ତ୍ତମାନ କୌଣସି ବି ପଇସା ଉଠାଇ ପାରିବେ ନାହିଁ ବୋଲି ସୂଚନା ମିଳିଛି ।

RBI ର କାରବାର ପରେ ଏବଂ ନିଷ୍ପତ୍ତି କ୍ରମେ ଜମାକାରୀମାନଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ପଇସା ମିଳି ପାରିବ । ହେଲେ ଯେଉଁ ମାନଙ୍କର ଜମା ୫ ଲକ୍ଷରୁ ଅଧିକ ରହିଛି ସେମାନଙ୍କ ଟଙ୍କାକୁ ନେଇ କୌଣସି ସ୍ପଷ୍ଟତା ମିଳି ପାରି ନାହିଁ । RBI ର ନିଷ୍ପତି ଅନୁସାରେ ଜମାକାରୀ ମାନଙ୍କ ମଧ୍ୟରୁ ପ୍ରାୟ ୯୬ ପ୍ରତିଶତ ଲୋକେ ସେମାନଙ୍କ ଜମା ଫେରି ପାଇବେ ।